Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଉ ଖାଉ ନାହାନ୍ତି କରୋନା ଔଷଧ, ଚିକିତ୍ସା ବି ବନ୍ଦ

10/10/2020 at 12:33 PM

ଓ୍ବାଶିଂଟନ୍ ୧୦/୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଉ ଖାଉ ନାହାନ୍ତି କରୋନା ଭାଇରସ ଔଷଧ। ସେ ଏହାକୁ ପ୍ରାୟ ୮ ଘଣ୍ଟା ତଳୁ ବନ୍ଦ କରି ଦେଇଛନ୍ତି। ସେ କହିଛନ୍ତି ଏବେ କରୋନା ଚିକିତ୍ସାରୁ ମୁକ୍ତି ମିଳିଛି। କୌଣସି ଔଷଧ ଖାଉ ନାହାନ୍ତି। ଟ୍ରମ୍ପ ସମସ୍ତ ଦୃଷ୍ଟି  ଏବେ ରାଷ୍ଟ୍ରପତି ନିର୍ବାଚନ ଉପରେ ଦେବାକୁ ଚାହୁଁଛନ୍ତି।

ସେ ଆଜି ଫ୍ଲୋରିଡାରେ ଏକ ନିର୍ବାଚନୀ ରାଲି କରିବାକୁ ଇଚ୍ଛା କରିଛନ୍ତି। ଏହା ସହ ଅକ୍ଟୋବର ୧୫ରେ ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ରାଷ୍ଟ୍ରପତି ବିତର୍କରେ ଭାଗ ନେବାକୁ ମଧ୍ୟ ମନା କରି ଦେଇଛନ୍ତି। ସେ କହିଛନ୍ତି ଭର୍ଚୁଆଲ ବିତର୍କରେ ସାମିଲ ହେବା ହେଉଛି ସମୟ ନଷ୍ଟ କରିବା ସହ ସମାନ। ତେବେ ଆଜି ରାତିରେ ଫ୍ଲୋରିଡା ରାଲି ପାଇଁ ସେ ବେଶ୍ ଇଚ୍ଛୁକ ଥିବା କହିଛନ୍ତି। ଏହା ସହ ସେ କହିଛନ୍ତି ତାଙ୍କର ଔଷଧ ସଂଖ୍ୟା କମିଛି ଓ କେବଳ ଷ୍ଟ୍ରରଏଡ ନେଉଛନ୍ତି।

ଉଲ୍ଲେଖନୀୟ ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ଅକ୍ଟୋବର ୨ରେ କରୋନାରେ ଭାଇରସରେ ସଂକ୍ରମିତ ହୋଇ ଥିଲେ। ମେଲାନିଆ ହ୍ବାଇଟ ହାଉସରେ କ୍ବାରାଣ୍ଟିନରେ ରହିବା ବେଳେ ଟ୍ରମ୍ପ ଓ୍ବାଲଟର ରିଡ୍ ମିଲିଟ୍ରି ହସପିଟାଲରେ ଭର୍ତି ହୋଇ ଥିଲେ। ସେମାବାର ଟ୍ରମ୍ପ ହସପିଟାଲରୁ ହ୍ବାଇଟ ହାଉସ ଫେରିଛନ୍ତି।

   Related Posts