ଡୋନାଲ୍ଡ ଟ୍ରମ୍ପଙ୍କ ଆଗମନ ପାଇଁ ଏହି ଷ୍ଟାଡିୟମ୍ ଏବେ ପ୍ରସ୍ତୁତ : ବିଶ୍ବର ସବୁଠୁ ବଡ଼ ଏହି ଷ୍ଟାଡିୟମରେ ଏକାଠି ବସିପାରିବେ ୧,୧୦,୦୦୦ ଦର୍ଶକ

Published By : Prameya-News7 Bureau | February 19, 2020 IST

ଅହମଦାବାଦ ୧୯/୨: ଆମେରିକାର ରାଷ୍ଟ୍ରପତି ଭାରତ ଗସ୍ତରେ ଆସି ବିଶ୍ବର ସବୁଠୁ ବଡ଼ କ୍ରିକେଟ୍ ଷ୍ଟାଡିୟମ୍ ଭାରତରେ ଉଦଘାଟନ କରିବେ। ଅହମଦାବାଦର ସରଦାର ପଟେଲ୍ ମୋଟେରା ଷ୍ଟାଡିୟମକୁ ବିଶ୍ବର ସବୁଠୁ ବଡ଼ କ୍ରିକେଟ୍ ଷ୍ଟାଡିୟମ୍ ବୋଲି କୁହାଯାଉଛି। ଫେବୃୟାରୀ ୨୩ତାରିଖରେ ଟ୍ରମ୍ପ୍ ଭାରତକୁ ଦୁଇ ଦିନିଆ ଗସ୍ତରେ ଆସୁଛନ୍ତି। ଟ୍ରମ୍ପ୍ ଅହମଦାବାଦରେ ପହଞ୍ଚି ଏହି ଷ୍ଟାଡିୟମର ଉଦଘାଟନ କରିବେ। ମୋଦି ସହରର ମୋଟେରା ଅଞ୍ଚଳରେ ନିକଟରେ ନିର୍ମାଣ କରାଯାଇଥିବା ସରଦାର ବଲ୍ଲଭ ଭାଇ ପଟେଲ୍ ଷ୍ଟାଡିୟମ୍ ଉଦଘାଟନ କରିବେ ଏବଂ ସଭାକୁ ସମ୍ବୋଧିତ କରିବେ।

{"id":226272,"sizeSlug":"large"}

ଏହି କ୍ରିକେଟ ଷ୍ଟାଡିୟମକୁ ପାଖାପାଖି ୭୦୦କୋଟି ଟଙ୍କାରେ ନିର୍ମାଣ କରାଯାଇଛି ଯାହାର ଶିଳାନ୍ୟାସ ୨୦୧୭ମସିହା ଜାନୁୟାରୀ ୧୬ତାରିଖରେ ହୋଇଥିଲା। ଏହି କ୍ରିକେଟ ଷ୍ଟାଡିୟମ୍ ଅଷ୍ଟେଲିଆର ଐତିହାସିକ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ ଏବଂ କୋଲକାତାର ଇଡେନ ଗାର୍ଡ଼େନ ଷ୍ଟାଡିୟମଠୁ ମଧ୍ୟ ବଡ଼ । ଏହି ଷ୍ଟାଡିୟମରେ ୧,୧୦,୦୦୦ ଦର୍ଶକ ବସି ଖେଳ ଦେଖି ପାରିବେ।

{"id":226273,"width":593,"height":370,"sizeSlug":"large"}

ଏହି ଷ୍ଟାଡିୟମକୁ ୬୩ଏକରରେ ନିର୍ମାଣ କରାଯାଇଛି। ଲର୍ସନ୍ ଏଣ୍ଡ ଟୁବ୍ରୋ ଏବଂ ପାପୁଲସ୍ ଭଳି କନଷ୍ଟ୍ରକସନ କମ୍ପାନୀ ନିର୍ମାଣ କରିଛି। ଏହି କ୍ରିକେଟ୍ ଷ୍ଟାଡିୟମରେ ୩ଟି ପ୍ରାକ୍ଟିସ୍ ଗ୍ରାଉଣ୍ଡ ଏବଂ ଏକ ଇଣ୍ଡୋର କ୍ରିକେଟ୍ ଏକାଡେମୀ ରହିଛି। ଏହାର ପାର୍କିଙ୍ଗ୍ ଏରିଆରେ ୩୦୦୦କାର୍ ଏବଂ ୧୦,୦୦୦ ଦୁଇ ଚକିଆ ଗାଡ଼ିକୁ ପାର୍କ କରାଯାଇପାରିବ। ଏହି ଷ୍ଟାଡିୟମରେ ୭୬ କର୍ପୋରେଟ୍ ବକ୍ସ,୪ଟି ଡ୍ରେସିଂ ରୁମ୍,ଗୋଟିଏ କ୍ଲବ୍ ହାଉସ୍ ଏବଂ ଅଲିମ୍ପିକ୍ ସାଇଜର ଏକ ସୁଇମିଙ୍ଗ୍ ପୁଲ୍ ରହିଛି।

{"id":226274,"width":590,"height":322,"sizeSlug":"large"}

ଏହି ପଡ଼ିଆର ଡ୍ରେନେଜ ସିଷ୍ଟମ୍ ବହୁତ ଭଲ ଭାବେ ପ୍ରସ୍ତୁତ କରାଯାଇଛି। ବର୍ଷା ଛାଡ଼ିଯିବା ପରେ ୨୦ମିନିଟ୍ ଭିତରେ ପଡ଼ିଆରେ ଖେଳ ଆରମ୍ଭ ହୋଇ ପାରିବ। ଏହା ବ୍ୟତୀତ ଡ୍ରେସିଂ ରୁମରେ ମଧ୍ୟ ଜିମର ସୁବିଧା ରହିଛି।

{"id":226275,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.