Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

WHOର ପୂରା ଧ୍ୟାନ ଚୀନ ଉପରେ ରହିଛି, ଆମେ ଏବେ ଏହି ସଂଗଠନକୁ ଦେବୁ ନାହିଁ ଆର୍ଥିକ ସହାୟତା: ଟ୍ରମ୍ପ

8/04/2020 at 3:37 PM

ଓ୍ଵାଶିଂଟନ ୦୮।୦୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଉପରେ ଖପ୍ପା।  ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ଧ୍ୟାନ କେବଳ ଚୀନ ଉପରେ ରହିଛି। ଏହି ସଂସ୍ଥା ଆମେରିକା ପ୍ରତି ଆଖି ବୁଜି ଦେଇଛି। ତେଣୁ ଡବ୍ଲ୍ୟୁଏଚଓକୁ ଆମେରିକା ଦ୍ୱାରା ଦିଆଯାଉଥିବା ଆର୍ଥିକ ସହାୟତା ସମାପ୍ତ କରିବାକୁ ଘୋଷଣା କରିଛନ୍ତି ଡୋନାଲ୍ଡ ଟ୍ରମ୍ପ।

ଟ୍ରମ୍ପ ହ୍ଵାଇଟ୍ ହାଉସ୍‌ରେ ନିଜର ନିୟମିତ ସାମ୍ବାଦିକ ସମ୍ମିଳନୀରେ ଡବ୍ଲ୍ୟୁଏଚଓ ଉପରେ କଡା ସମାଲୋଚନା କରି ଟ୍ରମ୍ପ କରିଛନ୍ତି ଯେ, ଏହି ସଂସ୍ଥା ଚୀନ ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରୁଛି ଏବଂ କରୋନା ଭାଇରସ୍ ପ୍ରକୋପ ସମୟରେ ଭୁଲ ପରାମର୍ଶ ଦେଉଛି । ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯଦି ଏମିତି ଚାଲେ ତେବେ ଡବ୍ଲ୍ୟୁଏଚଓ ପାଇଁ ୟୁଏସର ଫଣ୍ଡିଂ ରୋକି ଦିଆଯିବ।

ଟ୍ରମ୍ପ ଜଣାଇଛନ୍ତି ଯେ, ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ମୁଖ୍ୟାଳୟ ଜିନେଭାରେ ରହିଛି। ଏହାକୁ ଆମେରିକା ପକ୍ଷରୁ ବଡ ଧନରାଶି ମିଳୁଛି। ଟ୍ରମ୍ପ କହିଛନ୍ତି ସେମାନଙ୍କୁ ମିଳୁଥିବା ଆର୍ଥିକ ସହାୟତାର ସିଂହ ଭାଗ ଆମେ ଦେଉଛୁ। ଯେବେ ମୁଁ କରୋନା ଭାଇରସର ପ୍ରକୋପକୁ ନିୟନ୍ତ୍ରଣ କରିବାକୁ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଥିଲି, ତେବେ ଏହି ସଂସ୍ଥା ସହମତ ନଥିଲା। ଅନେକ ଜିନିଷରେ ଡବ୍ଲ୍ୟୁଏଚଓ ଭୁଲ ପରାମର୍ଶ ଦେଇଛି। ଏହି ସଂସ୍ଥା ପାଖରେ ପୂର୍ବରୁ ମଧ୍ୟ ଅନେକ ସୂଚନା ଥିଲା, ମାତ୍ର ଏହା ଚୀନ ଉପରେ ଅଧିକ ଧ୍ୟାନ କେନ୍ଦ୍ରୀଭୂତ କଲା।

ମାତ୍ର ଏବେ କୌଣସି କାରଣବଶତଃ ଆବଶ୍ୟକତାଠୁ ଅଧିକ ଚୀନ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି ଡବ୍ଲ୍ୟୁଏଚଓ । ତଥାପି ଆମେ ଏହାକୁ ଏକ ସକରାତ୍ମକ ଦିଗରେ ନେବୁ । ସେ କହିଛନ୍ତି ଏହା ବହୁତ ବଡ ଭୁଲ କଥା । ସାଂପ୍ରତିକ ସ୍ଥିତିରେ ଡବ୍ଲ୍ୟୁଏଚଓ ବହୁତ ବଡ ସୁଯୋଗ ହାତ ଛଡା କରିଛି । କାରଣ ଏବେ ଆମେ ଡବ୍ଲ୍ୟୁଏଚଓକୁ ଦେଉଥିବା ଆର୍ଥିକ ସହାୟତା ବନ୍ଦ କରିବାକୁ ଯାଉଛୁ । ଟ୍ରମ୍ପ ଦ୍ୱାରା ଡବ୍ଲ୍ୟୁଏଚଓର ସମାଲୋଚନାକୁ ୟୁଏନର ମୁଖପାତ୍ର ଷ୍ଟିଫନ ଦୁଜାରିକ ଖଣ୍ଡନ କରିଛନ୍ତି।

ସେ ଗଣମାଧ୍ୟମକୁ କହିଛନ୍ତି ଯେ, ଏଥିରେ କୌଣସି ସନ୍ଦେହ ନାହିଁ ଯେ, ମହାନିର୍ଦ୍ଦେଶକ ଟ୍ରେଡୋସ୍ ଅଧନୋମ ଘେବ୍ରେୟସସଙ୍କ ନେତୃତ୍ୱରେ ଡବ୍ଲ୍ୟୁଏଚଓ କୋଭିଡ୍‌-୧୯ ମୁକାବିଲାରେ ବହୁତ ଭଲ କାମ କରିଛି । ଏଥିରେ ପୂରା ବିଶ୍ୱରେ ବହୁତ ଦେଶକୁ ସହଯୋଗ କରିବା, ଲକ୍ଷାଧିକ ମାତ୍ରାରେ ଉପକରଣ ଦେବା, ବିଭିନ୍ନ ଦେଶକୁ ପ୍ରଶିକ୍ଷଣ ଦେବା ଯେଉଁଥିରେ ବିଶ୍ୱ ସୁସ୍ଥ ରହୁ ।

   Related Posts