Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ବଲିଉଡ୍‌କୁ ଟ୍ରମ୍ପଙ୍କ ଉଚ୍ଚ ପ୍ରଂଶସା ,ପସନ୍ଦ ହେଲା ‘ଶୁଭ ମଙ୍ଗଳ ଜ୍ୟାଦା ସାବଧାନ’

22/02/2020 at 3:16 PM

ନୂଆଦିଲ୍ଲୀ ୨୨।୦୨:  ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇଦିନିଆ ଭାରତ ଗସ୍ତରେ ଆସିଛନ୍ତି । ଫେବୃଆରୀ ୨୪-୨୫ ଦୁଇଦିନିଆ ଗସ୍ତରେ ଆସିବେ ଟ୍ରମ୍ପ । ଗୁଜୁରାଟ ମୋଟେରା ଷ୍ଟାଡିୟମରେ ଏକ ବିରାଟ ଜନସଭାକୁ ସମ୍ବୋଧନ କରିବେ ଟ୍ରମ୍ପ । ତେବେ ଭାରତ ଗସ୍ତ ପୂର୍ବରୁ ଭାରତୀୟ ସିନେମା ପ୍ରଂଶାସ କରିଛନ୍ତି ଆମେରିକା ରାଷ୍ଟ୍ରପତି ।

ଭାରତୀୟ ସିନେମା ‘ଶୁଭ ମଙ୍ଗଳ ଜ୍ୟାଦା ସାବଧାନ’କୁ ପ୍ରଶଂସା କରିଛନ୍ତି ଆମେରିକା ରାଷ୍ଟ୍ରପତି । ପରଦାକୁ ଆସିଛି ବହୁପ୍ରତିକ୍ଷିତ ସିନେମା ‘ଶୁଭ ମଙ୍ଗଳ ଜ୍ୟାଦା ସାବଧାନ’ । ୨୦୧୭ ରେ ରିଲିଜ ଶୁଭମଙ୍ଗଲ ସାବଧାନର ସିକ୍ୱେଲ ଭାବେ ନିର୍ମାଣ ହୋଇଛି ଏହି ସିନେମା । ମୁଖ୍ୟ ଭୂମିକାରେ ରହିଛି ଆୟୁଷ୍ମାନ ଖୁରାନା । ସମଲିଙ୍ଗୀ ସଂପର୍କ ଉପରେ ଆଧାରିତ ଏହି ରୋମାଂଟିକ କମେଡି ଫିଲ୍ମ ଗତକାଲି ରିଲିଜ ହେବା ପରେ ଦର୍ଶକ ସିନେମାକୁ ଖୁବ୍ ପସନ୍ଦ କରୁଛନ୍ତି । ଦେଶରେ ସମଲିଙ୍ଗି ସଂପର୍କକୁ ଆଇନସିଦ୍ଧ କରାଯିବା ପରେ ଏଭଳି ଏକ କାହାଣୀକୁ ନେଇ ତିଆରି ହୋଇଛ ଏହି ଫିଲ୍ମ । ଏହି ଫିଲ୍ମର ଥିମକୁ ପ୍ରଶଂସା କରି ଟ୍ୱିଟ କରିଛନ୍ତି ଜଣେ ବ୍ରିଟିଶ ସମାଜସେବୀ । ଯାହାକୁ ରି-ଟ୍ୱିଟ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

   Related Posts