Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

କାନାଡାରୁ ଆମେରିକା ସିଫ୍ଟ ହେଲେ ପ୍ରିନ୍ସ ହ୍ୟାରି ଏବଂ ମେଗନ ମାର୍କଲେ, ଟ୍ରମ୍ପ କହିଲେ – ନିଜ ସୁରକ୍ଷା ଖର୍ଚ୍ଚ ନିଜେ ଉଠାନ୍ତୁ

30/03/2020 at 1:54 PM

ଲଣ୍ଡନ ୩୦।୩: ଚୀନର ଉହାନ ସହରରୁ ସୃଷ୍ଟି ହୋଇଥିବା ଏହି କରୋନା ଭାଇରସ୍ ବର୍ତ୍ତମାନ ବିଶ୍ବର ୧୯୯ ଦେଶରେ ବ୍ୟାପିଯାଇଛି । ସାରା ବିଶ୍ବରେ ବର୍ତ୍ତମାନ ସୁଦ୍ଧା ୭,୨୧,୮୧୭ ଲୋକ ଏହି ଭାଇରସ୍ ଦ୍ବାରା ସଂକ୍ରମିତ ହୋଇଥିବାବେଳେ ୩୩,୯୫୮ ରୋଗୀଙ୍କର ମୃତ୍ୟୁ ହୋଇସାରିଲାଣି । କରୋନା ସଂକ୍ରମଣ ବଢୁଥିବା ବେଳେ ବ୍ରିଟିଶ ରାଜ ପରିବାରର ପ୍ରିନ୍ସ ହ୍ୟାରି ଏବଂ ତାଙ୍କ ପତ୍ନୀ ମେଗନ ମାର୍କଲେ ନିକଟରେ କାନାଡାରୁ ଆମେରିକାର କାର୍ଲିଫର୍ଣ୍ଣିଆ ସିଫ୍ଟ ହୋଇଛନ୍ତି । ତେବେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସ୍ପଷ୍ଟ କରିଦେଇଛନ୍ତି ଯେ, ଆମେରିକା ଏହି ରାଜ ଦମ୍ପତିଙ୍କ ସୁରକ୍ଷା ଖର୍ଚ୍ଚ ବହନ କରିବ ନାହିଁ ।

ରବିବାର ଦିନ ରାଷ୍ଟ୍ରପତି ଟ୍ରମ୍ପ୍ କହିଛନ୍ତି ଯେ, ପ୍ରିନ୍ସ ହ୍ୟାରି ଏବଂ ମେଗନ ମାର୍କଲେ କାଲିଫର୍ଣ୍ଣିଆକୁ ସିଫ୍ଟ ହୋଇଛନ୍ତି । ତେବେ ଏହା ଭଲ କଥା । କିନ୍ତୁ ଉଭୟଙ୍କ ସୁରକ୍ଷା ପାଇଁ ଆମେରିକା ସରକାର କୌଣସି ଖର୍ଚ୍ଚ କରିବନାହିଁ । ଉଭୟଙ୍କୁ ନିଜ ସୁରକ୍ଷା ଖର୍ଚ୍ଚ ନିଜେ ବହନ କରିବାକୁ ପଡିବ । ଟ୍ରମ୍ପ୍ ଟ୍ବିଟ୍ କରି କହିଛନ୍ତି, ‘ମୁଁ ବ୍ରିଟେନର୍ ଏବଂ ରାଣୀ ଏଲିଜାବେଥଙ୍କର ଜଣେ ପ୍ରଶଂସକ ।

ଏକ ରିପୋର୍ଟ ଅନୁଯାୟୀ ରାଜ ପରିବାରଠାରୁ ଅଲଗା ହୋଇ ପ୍ରିନ୍ସ ହ୍ୟାରି ଏବଂ ମେଗନ ମାର୍କଲେ କାନାଡାରେ ରହୁଛନ୍ତି । ବର୍ତ୍ତମାନ ଖବର ମିଳିଛି ଯେ, ଉଭୟ କାନାଡା ଛାଡି ଆମେରିକା ସିଫ୍ଟ ହୋଇଛନ୍ତି । ଆମେରିକା ସେମାନଙ୍କ ସୁରକ୍ଷା ପାଇଁ କିଛି ଖର୍ଚ୍ଚ କରିବାକୁ ମନାକରିଦେଇଛି । ସେମାନଙ୍କୁ ନିଜ ସୁରକ୍ଷା ଖର୍ଚ୍ଚ ନିଜେ ବହନ କରିବାକୁ ପଡିବ । ପ୍ରିନ୍ସ ହ୍ୟାରି ହେଉଛନ୍ତି ରାଣୀ ଏଲିଜାବେଥ୍ ଦ୍ବିତୀୟଙ୍କ ନାତି । ସେ ଆମେରିକୀୟ ଅଭିନେତ୍ରୀ ମେଗନ ମାର୍କଲେଙ୍କୁ ୨୦୧୮ ମସିହା ମେ ମାସରେ ୱିଣ୍ଡସର କ୍ୟାସଲରେ ବିବାହ କରିଥିଲେ । ଜାନୁଆରୀରେ ଦୁହେଁ ରାଜ ପରିବାରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ । ମାର୍ଚ୍ଚରେ ଏହା ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଥିଲା । ମାର୍ଚ୍ଚ ୩୧ ତାରିଖରେ ହ୍ୟାରି ଏବଂ ମେଗନ ରାଜ ପରିବାର ଦାୟିତ୍ବରୁ ମୁକ୍ତ ହୋଇଯିବେ ।

ଆମେରିକା ପୂର୍ବରୁ କାନାଡା ସରକାର ମଧ୍ୟ ପ୍ରିନ୍ସ ହ୍ୟାରି ଏବଂ ମେଗନ ମାର୍କଲେଙ୍କ ସୁରକ୍ଷା ଖର୍ଚ୍ଚ ବହନ କରିବାକୁ ମନା କରିଦେଇଥିଲା । ମାର୍ଚ୍ଚରୁ ବ୍ରିଟେନର ପ୍ରିନ୍ସ ହ୍ୟାରି ଏବଂ ତାଙ୍କ ପତ୍ନୀ ମେଗନଙ୍କ ସୁରକ୍ଷା ଖର୍ଚ୍ଚ ବହନ କରାଯିବନାହିଁ ବୋଲି କାନାଡା ସରକାର ସ୍ପଷ୍ଟ କରିଦେଇଥିଲେ । ଏହି ରାଜ ଦମ୍ପତି ଗତ ବର୍ଷ ନଭେମ୍ବରରୁ କାନାଡାର ଓ୍ବେକୁବର ଦ୍ବିପରେ ଥିବା ଭିକ୍ଟୋରିଆରେ ଏକ ବିଳାସପୂର୍ଣ୍ଣ ଘରେ ରହୁଥିଲେ ।

   Related Posts