ମାସ୍କ ପିନ୍ଧୁଥିବା ଲୋକମାନେ ସର୍ବଦା କରୋନା ସଂକ୍ରମିତ ହୋଇ ରହିଥାନ୍ତି: ଟ୍ରମ୍ପ
16/10/2020 at 3:40 PM

ମିୟାମୀ ୧୬/୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସବୁବେଳେ ନିଜର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହୁଛନ୍ତି। ନିକଟରେ କରୋନା ସଂକ୍ରମିତ ହେବା ଭଗବାନଙ୍କ ବରଦାନ ବୋଲି କହି ଚର୍ଚ୍ଚାକୁ ଆସିଥିଲେ ଟ୍ରମ୍ପ। ପୁଣିଥରେ କରୋନାକୁ ନେଇ ଦେଇଥିବା ମନ୍ତବ୍ୟ ଚହଳ ପକାଇଛି। ମାସ୍କ ବ୍ୟବହାର କରୁଥିବା ବ୍ୟକ୍ତି ସର୍ବଦା କରୋନା ସଂକ୍ରମିତ ହୋଇ ରହିଥାନ୍ତି ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି। କିନ୍ତୁ ତାଙ୍କର ଏହି ମନ୍ତବ୍ୟରେ କୌଣସି ବୈଜ୍ଞାନିକ କାରଣ ମିଳିପାରି ନାହିଁ। ମିୟାମୀରେ ଏନବିସି ନ୍ୟୁଜ୍ ଟାଉନ୍ ହଲ୍ କାର୍ଯ୍ୟକ୍ରମ ବେଳେ ଏମିତି ଦାବି କରିଛନ୍ତି ଟ୍ରମ୍ପ।
ରାଷ୍ଟ୍ରପତି ବେଳେ ବେଳେ ମାସ୍କ ପିନ୍ଧୁଛନ୍ତି। ଯଦିଓ ମାସ୍କ ବ୍ୟବହାର କରିବା ବିରୋଧରେ ନାହାନ୍ତି ଟ୍ରମ୍ପ କିନ୍ତୁ ଯେଉଁମାନେ ସବୁବେଳେ ମାସ୍କ ପିନ୍ଧୁଛନ୍ତି ସେମାନେ ସବୁବେଳେ କରୋନରେ ପୀଡ଼ିତ ହେଉଥିବା କହିଛନ୍ତି। ଆମେରିକାରେ କରୋନା ସଂକ୍ରମଣ ମାତ୍ରା କମିଥିବା ବେଳେ ପୁଣି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି।
ଅନ୍ୟପଟେ ଗତ ୨୪ ଘଣ୍ଟାରେ ଆମେରିକାରେ ୬୫ ହଜାର ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ଭାରତରେ ୬୦ ହଜାର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବିଗତ ଦିନରେ କରୋନାରେ ମୃତ୍ୟୁ ସଂଖ୍ୟା ଆମେରିକାରେ ସର୍ବାଧିକ ରହିଥିଲା। ଗତ ୨୪ ଘଣ୍ଟାରେ ଆମେରିକାରେ କରୋନାରେ ୮୬୯ ଲୋକଙ୍କ ଜୀବନ ଯାଇଥିବା ବେଳେ ଭାରତରେ ୮୩୩ ଜଣ ପ୍ରାଣ ହରାଇଛନ୍ତି।