ମୋଦିଙ୍କ ତାରିଫ କଲେ ଡୋନାଲ୍ଡ ଟ୍ରମ୍ପ, କହିଲେ ବନ୍ଧୁ ଓ ମହାନ ନେତା

Published By : Prameya-News7 Bureau | September 05, 2020 IST

ୱାସିଂଟନ : ରାଷ୍ଟ୍ରପତି ନିର୍ବାଚନକୁ ନେଇ ଆମେରିକା ରାଜନୀତି ଏବେ ସରଗରମ। ଏହି କ୍ରମରେ  ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନିର୍ବାଚନୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖୁବ୍ ତାରିଫ କରିଛନ୍ତି। ମୋଦିଙ୍କୁ ତାଙ୍କର ବନ୍ଧୁ ବୋଲି କହିଛନ୍ତି ଟ୍ରମ୍ପ ସେହିପରି ସେ ଜଣେ ମହାନ ନେତା ବୋଲି କହିବାକୁ ମଧ୍ୟ ଟ୍ରମ୍ପ ପଛାଇ ନାହାନ୍ତି।

ଟ୍ରମ୍ପଙ୍କ ଏପରି ତାରିଫ ଆମେରିକାରେ ଭାରତୀୟ ଓ ଭାରତୀୟ ବଂଶୋଦଭବଙ୍କୁ ବେଶ୍  ଆକର୍ଷିତ କରିଛି। ଭାରତକୁ ବାସ୍ତବରେ ବିଶ୍ୱର ବଡ ଦେଶ ବୋଲି କାର୍ଯ୍ୟକ୍ରମରେ ଟ୍ରମ୍ପ କହିଥିବା ବେଳେ ତାଙ୍କର ଭାରତ ଗସ୍ତ କାର୍ଯ୍ୟକ୍ରମକୁ ମନେ ପକାଇଥିଲେ। କେବଳ ଭାରତ ଗସ୍ତ କାର୍ଯ୍ୟକ୍ରମ ନୁହେଁ ଦେଶରେ ନୂଆ ନୂଆ ଟ୍ରମ୍ପଙ୍କ କାର୍ଯ୍ୟକାଳରେ ଆମେରିକାରେ ଭାରତୀୟମାନେ ହାୱଡିମୋଦି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏହା ଏତେ ପ୍ରଭାବଶାଳୀ କାର୍ଯ୍ୟକ୍ରମ ହେବ ବୋଲି ସେ କେବେବି ଆଶା କରିନଥିଲେ ବୋଲି କହିଛନ୍ତି।

ତେବେ ଏଭଳି କାର୍ଯ୍ୟକ୍ରମ ଓ ଭାରତ ଭ୍ରମଣ ତାଙ୍କ ଲାଗି ସବୁଦିନ ଅବିସ୍ମରଣୀୟ ହୋଇ ରହିବ ବୋଲି ଟ୍ରମ୍ପ କହିଛନ୍ତି। ଆସନ୍ତା ନଭେମ୍ବର ମାସରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଭୋଟ ଗ୍ରହଣ ହେବ। ଏଥିରେ ଆମେରିକୀୟ ଭାରତୀୟମାନେ ଟ୍ରମ୍ପଙ୍କ ଲାଗି ଭୋଟ କରିପାରନ୍ତି ବୋଲି ରାଷ୍ଟ୍ରପତି ଆଶାବ୍ୟକ୍ତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.