ଟ୍ରମ୍ପଙ୍କ ବିସ୍ଫୋରକ ବୟାନ: କହିଲେ-‘ମୁଁ ହାରିଗଲେ, ୨୦ ଦିନରେ ଆମେରିକାକୁ କବ୍‌ଜା କରିନେବ ଚୀନ’

Published By : Prameya-News7 Bureau | October 15, 2020 IST

ଓ୍ବାଶିଂଟନ ୧୫/୧୦:  ବର୍ଷ ୨୦୨୦ ଶେଷ ହେବା ପୂର୍ବରୁ ଆମେିରିକା ପାଖରେ ସୁରକ୍ଷିତ ଓ ପ୍ରଭାବୀ ଟିକା ଆମେରିକାକୁ ମିଳିସାରିଥିବ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। କର୍ପୋରେଟ୍‌ ଦୁନିଆକୁ ଭରସା ଦେଇ ଟ୍ରମ୍ପ କହିଛନ୍ତି, ଯଦି ସେ ଦ୍ବିତୀୟ ଥର ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୁଅନ୍ତି ତେବେ ଆଶା ଓ ବିକାଶ ବୃଦ୍ଧି ପାଇବ।

 କରୋନା ଭାଇରସ୍‌କୁ ନିଜ ନିର୍ବାଚନୀ ପ୍ରଚାରରେ ପ୍ରସଙ୍ଗ କରିଥିବା ଟ୍ରମ୍ପ କହିଛନ୍ତି, ଚୀନ ବିଶ୍ବରେ କରୋନା ଭାଇରସ୍‌ ବ୍ୟାପିବା ପାଇଁ ଦାୟୀ ଓ ଏଥିପାଇଁ କେବଳ ଟ୍ରମ୍ପ ସରକାର ହିଁ ତାକୁ ଉତ୍ତରଦାୟୀ ଭାବେ ଅବିହିତ କରାଇପାରିବ। ଏହାସହ ସେ କହିଛନ୍ତି, ‘ଯଦି ମୁଁ ନିର୍ବାଚିତ ନହୁଏ ତେବେ ୨୦ ଦିନରୁ କମ ଦିନ ମଧ୍ୟରେ ଆମେରିକାକୁ କବଜା କରିନେବ ଚୀନ୍‌।’

ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିବା ଟ୍ରମ୍ପ ନ୍ୟୁୟର୍କ, ଚିକାଗୋ, ଫ୍ଲୋରିଡା, ପିଟର୍ସବର୍ଗ ଓ ଓ୍ବାଶିଂଟନ୍ ଡିସିରେ ଥିବା ଇକୋନୋମିକ୍‌ କ୍ଲବକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ଆମେରିକା ପାଖରେ ଏକମାତ୍ର ବିକଳ୍ପ ଥିବା କହିବା ସହ ଆମେରିକା ସମର୍ଥନ ନୀତି ଜରିଆରେ ସମୃଦ୍ଧିଶାଳୀ ହୋଇପାରିବ ବୋଲି ସେ କହିଛନ୍ତି । ତେବେ କରୋନା ଆକ୍ରାନ୍ତ ହୋଇ ସେନା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଟ୍ରମ୍ପ। ସେଠାରୁ ସେ ସୁସ୍ଥ ହୋଇ ଫେରିବା ପରେ ନିର୍ବାଚନୀ ପ୍ରଚାର ପାଇଁ ପ୍ରସ୍ତୁତ ଥିବା କହିଥିଲେ। ତାପରେ ଟ୍ରମ୍ପଙ୍କ ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ ଅନୁମିତି ଦେଇଥିଲେ।

ଏହା ପୂର୍ବରୁ ମଙ୍ଗଳବାର ଦିନ ପେନ୍‌ସିଲ୍‌ଭେନିଆରେ ପ୍ରଚାର ସମୟରେ ଟ୍ରମ୍ପ କହିଥିଲେ, ‘ ମୁଁ ମୋ ଜୀବନରେ ପ୍ରଥମ ଥର ଜଣେ ସବୁଠୁ ଖରାପ ପ୍ରାର୍ଥୀଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବାକୁ ଯାଉଛି। ଆପଣ ଜାଣିଛନ୍ତି ସେ କଣ କରୁଛନ୍ତି। ଆପଣ କଳ୍ପନା କରିପାରୁଛନ୍ତି ଏମିତି ଜଣେ ବ୍ୟକ୍ତିଙ୍କ ପାଖରୁ ହାରିବା ମାନେ କଣ ?’ ଏହାସହ ଯଦି ଓ୍ବାଇଡେନ୍ ଜିତିଯିବେ ତେବେ ଚୀନ ଜିତିଯିବ ବୋଲି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.