କରୋନା ଭାକସିନ୍ 'ଆଷ୍ଟ୍ରା ଜେନକା'ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ, ସଫଳତାରେ ଗଦଗଦ ଟ୍ରମ୍ପ୍ କହିଲେ, 'ଆମେ ଯାହା କରିଛୁ ତାହା କେହି ଚିନ୍ତା କରି ନଥିଲେ'

Published By : Prameya-News7 Bureau | September 01, 2020 IST

ନ୍ୟୁୟର୍କ, ୦୧|୦୯:  କରୋନା ଭାଇରସ ପାଇଁ ସାରା ବିଶ୍ୱରେ ଆତଙ୍କ ଜାରି ରହିଛି । ଏହାମଧ୍ୟରେ ଅନେକ ଦେଶ କରୋନା ଭାକସିନ୍ ପ୍ରସ୍ତୁତିରେ ଲାଗି ପଡିଛନ୍ତି । ଆଷ୍ଟ୍ରା ଜେନକା କରୋନା ଭାକସିନ୍ ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ପହଁଚିଛି ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

ଟ୍ରମ୍ପ୍ କହିଛନ୍ତି ଯେ, ଅତି ଶୀଘ୍ର ଆଷ୍ଟ୍ରା ଜେନକା ପରୀକ୍ଷଣର ସମସ୍ତ ପ୍ରକ୍ରିୟା ଶେଷ ହେବ । ଅତିଶୀଘ୍ର ଏହାକୁ ମଞ୍ଜୁରୀ ମିଳିବ ବୋଲି ଆଶା କରାଯାଉଛି । ଆମେରିକା ତାହା କରିବାକୁ ଯାଉଛି ଯାହା କେହି ଆଶା କରିନଥିଲେ । ଅନ୍ୟମାନଙ୍କୁ ଭାକସିନ୍ ପ୍ରସ୍ତୁତିରେ ବର୍ଷ ବର୍ଷ ଲାଗୁଛି । କିନ୍ତୁ କିଛି ମାସରେ ଆମେରିକା ଭାକସିନ୍ ପ୍ରସ୍ତୁତ କରିବାକୁ ଯାଉଛି । ଆମେରିକା କରୋନା ଭାଇରସର ମୁକାବିଲା ଭଲ ଭାବେ କରୁଛି । ଗତ ୧ ମାସରେ ନୂଆ ମାମଲା ହାର ୩୮ ପ୍ରତିଶତ କମିଥିବା ଟ୍ରମ୍ପ୍ କହିଛନ୍ତି ।

ସୂଚନାଯୋଗ୍ୟ, କରୋନା ଭାକସିନ୍ ପ୍ରସ୍ତୁତି ରେସରେ ଆଗରେ ଥିବା ଭାକସିନ୍ ମଧ୍ୟରେ ଆଷ୍ଟ୍ରା ଜେନକା ଅନ୍ୟତମ। ତେବେ ଋଷ କରୋନା ଭାକସିନ୍ ପ୍ରସ୍ତୁତ କରିଥିବା ଦାବି କରୁଛି । ଏପରିକି ସେଠାରେ ଦ୍ୱିତୀୟ କରୋନା ଭାକସିନ୍ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହା ମଧ୍ୟରେ ଆମେରିକା ଭାକସିନ୍ ପ୍ରସ୍ତୁତ କଲେ ସାରା ବିଶ୍ୱରେ ଉପୁଜିଥିବା ସଙ୍କଟରୁ କିଛି ଆଶ୍ୱସ୍ତି ମିଳିପାରେ ।

କରୋନା ଭାଇରସର ସର୍ବାଧିକ ପ୍ରଭାବ ଆମେରିକା ଉପରେ ପଡିଛି । ଆଷ୍ଟ୍ରା ଜେନକା ବ୍ୟତୀତ ଅନ୍ୟ ଭାକସିନ୍ ଉପରେ ନଜର ପକାଇଲେ ମୋଡରେନା ଆଇଏନସି ଓ ଜିଫର୍ ଆଇଏନସି ମଧ୍ୟ ତୃୀତୟ ପର୍ଯ୍ୟାୟ ପରୀକ୍ଷଣ ଚଳାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.