ଭାରତ-ଚୀନ ବିବାଦରେ ମଧ୍ୟସ୍ଥ ହେବେ କହିଲେ ଟ୍ରମ୍ପ

Published By : Prameya-News7 Bureau | May 27, 2020 IST

ନୂଆଦିଲ୍ଲୀ ୨୭।୫: ଭାରତ ଓ ଚୀନ ସୀମାକୁ ନେଇ ଏବେ ମୁହାଁ ମୁହିଁ ଅବସ୍ଥାକୁ ଚାଲିଆସିଛନ୍ତି। ତେବେ ସେମାନେ ଆପୋଷ ବୁଝାମଣାରେ ବିବାଦର ସମାଧାନ କରିବା କଥା କହୁଛନ୍ତି। ଏଥିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ  ଏକ ବୟାନ ଚର୍ଚ୍ଚାର ବିଷୟ ପାଲଟିଛି। ସେ ଉଭୟ ଦେଶଙ୍କ ଲାଗି ମଧ୍ୟସ୍ଥ ହେବାକୁ ରାଜି ବୋଲି କହିଛନ୍ତି। ସେ କହିଛନ୍ତି ଯେ ଭାରତ ଓ ଚୀନକୁ ମଧ୍ୟସ୍ଥତା ଲାଗି ଆମେରିକା ପ୍ରସ୍ତୁତ ବୋଲି ସେ ସୂଚନା ଦେଛନ୍ତି।

{"id":276946,"width":581,"height":432,"sizeSlug":"large"}

ଚଳିତମାସ ଆରମ୍ଭରୁ ଭାରତ-ଚୀନ ସୀମାରେ ଉଭୟ ଦେଶ ସେନା ମୁହାଁମୁହିଁ ଅବସ୍ଥାକୁ ଆସିଛନ୍ତି। ଚୀନ ସୈନିକମାନେ ଭାରତ ସୀମାରେ ତମ୍ବୁ ପକାଇବାକୁ ଉଦ୍ୟମ କରିବା ବେଳେ ଭାରତୀୟ ସେନା ସେମାନଙ୍କ ଆଗରେ ଛିଡା ହୋଇଥିଲେ। ତେବେ ଲଦ୍ଦାଖର ୩-୪ଟି ସ୍ଥାନରେ ଭାରତ ଓ ଚୀନ ସେନାଙ୍କ ମଧ୍ୟରେ ଉତ୍ତେଜନା ଖୁବ୍ ବଢିଥିବା ଜଣାପଡିଛି। ତେବେ ଭାରତୀୟ ସେନା ଚୀନକୁ ସବୁଠାରେ ମାତ୍ ଦେଇଛି।

{"id":276948,"sizeSlug":"large"}

ଏଥିରେ ଏବେ ଆମେରିକା ମଧ୍ୟସ୍ଥତା କରିବାକୁ ରାଜି ଥିବା ଡୋନାଲ୍ଡ ଟ୍ରମ୍ଫ କହିବା ଉଭୟଙ୍କ ଲାଗି ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ତେବେ ପ୍ରସଙ୍ଗରେ ଭାରତ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ବ୍ୟକ୍ତ କରିନଥିବା ବେଳେ ଚୀନ ମଧ୍ୟ ଚୁପ ରହିଛି। ତେବେ ଏହା ପୂର୍ବରୁ ଜନୈକ ଆମେରିକୀୟ କୂଟନୈତିଜ୍ଞଙ୍କ ସମାନ ବୟାନରେ ଚୀନ ତୀବ୍ରପ୍ରତିକ୍ରିୟା ପ୍ରକାଶ କରିଥିବାର ନଜିର ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.