Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବର୍ଷକୁ ଦେଉଥିଲେ ମାତ୍ର ୭୫୦ ଡଲାର ଟ୍ୟାକ୍ସ : ରିପୋର୍ଟ

28/09/2020 at 3:56 PM

ଓ୍ବାଶିଂଟନ୍ ୨୮।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୟାକ୍ସ ତଥ୍ୟ ପ୍ରକାଶ ପାଇବା ପରେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ପଦାକୁ ଆସିଛି । ଟ୍ରମ୍ପ୍ ୨୦୧୬ ଏବଂ ୨୦୧୭ ମସିହାରେ ପ୍ରତିବର୍ଷ ୭୫୦ ଡଲାର ଟ୍ୟାକ୍ସ ଆମେରିକାରେ ଦେଇଥିଲେ ।

ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟରେ ଏହା ଦର୍ଶାଯାଇଛି । ରିପୋର୍ଟ ଅନୁଯାୟୀ, ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ୨୦୧୬ ଏବଂ ୨୦୧୭ରେ ପ୍ରତିବର୍ଷ ୭୫୦ଡଲାର ଟ୍ୟାକ୍ସ ପ୍ରଦାନ କରିଥିଲେ । ଆମେରିକାରେ ନଭେମ୍ବର ମାସରେ ରାଷ୍ଟ୍ରପତି ନିର୍ବାଚନ ହେବାର ଅଛି । ଯାହାକୁ ଦୃଷ୍ଟିରେ ରଖି ଏହି ତଥ୍ୟ ଉପରେ ଅନେକ ରାଜନୀତି ହୋଇପାରେ ।

ସୂଚନାଯୋଗ୍ୟ ଯେ, ରାଷ୍ଟ୍ରପତି ଟ୍ରମ୍ପ ତାଙ୍କର ଟ୍ୟାକ୍ସ ସମ୍ବନ୍ଧୀୟ ତଥ୍ୟକୁ ଲୁଚାଇ ରଖନ୍ତି । ସେ ଆମେରିକାର ପ୍ରଥମ ରାଷ୍ଟ୍ରପତି ଯିଏ ଏହି ତଥ୍ୟକୁ ସାର୍ବଜନୀନ କରନ୍ତି ନାହିଁ। ରିପୋର୍ଟ ଅନୁଯାୟୀ, ଗତ ୧୫ ବର୍ଷ ମଧ୍ୟରୁ ୧୦ ବର୍ଷ ଡୋନାଲ୍ଡ ଟ୍ରମ୍ପ କେତେକ ଟ୍ୟାକ୍ସ ଦେଇନାହାନ୍ତି । ଯେତେବେଳେ କି ସେ ଜଣେ ରିଏଲ୍ ଇଷ୍ଟେଟ୍ ର ବରିଷ୍ଠ ଏବଂ ସଫଳ ବ୍ୟବସାୟୀ ଅଟନ୍ତି ।

ରାଷ୍ଟ୍ରପତି ଟ୍ରମ୍ପ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ତଥ୍ୟକୁ ମିଥ୍ୟା ବୋଲି କହିଛନ୍ତି । ସେ କହିଛନ୍ତି ଯେ ସେ ଟ୍ୟାକ୍ସ ଦେଉଛନ୍ତି । ମାତ୍ର ସେ ଏହାର ସବିଶେଷ ତଥ୍ୟ ଦେବାକୁ ମନା କରି ଦେଇଛନ୍ତି । ରିପୋର୍ଟରେ ଦାବି କରାଯାଇଛି ଯେ, ଏହା ଟ୍ରମ୍ପଙ୍କର ହିଁ ଟ୍ୟାକ୍ସ ରିଟର୍ଣ୍ଣର ତଥ୍ୟ ।

୨୦୧୬ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ସମୟରେ ଡେମୋକ୍ରାଟିକ୍ ପ୍ରାର୍ଥୀ ହିଲାରୀ କ୍ଲିଣ୍ଟନ ମଧ୍ୟ ଟ୍ରମ୍ପଙ୍କ ବିରୋଧରେ ଟିକସ ଫାଙ୍କିବା ଅଭିଯୋଗ ଆଣିଥିଲେ । ସେ କହିଥିଲେ ଯେ, ଟ୍ରମ୍ପ ଏହି କାରଣରୁ ତାଙ୍କ ଟ୍ୟାକ୍ସ ତଥ୍ୟ ପ୍ରକାଶ କରନ୍ତିନାହିଁ । କାରଣ ସେ ଏକ ଡଲାରର ମଧ୍ୟ ଫେଡେରାଲ ଟ୍ୟାକ୍ସ ଦେଇନାହାଁନ୍ତି । ଏହାର ଜବାବ ଦେଇ ଟ୍ରମ୍ପ ନିଜକୁ ସ୍ମାର୍ଟ ବୋଲି କହିଥିଲେ ।

ରିପୋର୍ଟ ଅନୁସାରେ ଟ୍ରମ୍ପଙ୍କ ଆମେରିକୀୟ କମ୍ପାନୀଗୁଡିକର ଏହି ବର୍ଷ ରାଜସ୍ବ କୋଟି କୋଟି ଡଲାରର ଦେଖାଯାଇଛି । କିନ୍ତୁ ସେଗୁଡିକର ଲକ୍ଷ ଲକ୍ଷ ଡଲାରର କ୍ଷତି ହୋଇଥିବା ମଦ୍ୟ ଦର୍ଶାଯାଇଛି । ବୋଧହୁଏ ଏହି କାରଣରୁ ସେ ଟ୍ୟାକ୍ସ ଦେବାରୁ ରକ୍ଷା ପାଇଯାଇଛନ୍ତି । ଅନ୍ୟପଟେ ୨୦୧୭ ମସିହାରେ ଟ୍ରମ୍ପଙ୍କ କମ୍ପାନୀଗୁଡିକ ଭାରତରେ ୧.୪୫ ଲକ୍ଷ ଡଲାର ଏବଂ ଫିଲିପାଇନ୍ସରେ ୧.୫୬ ଲକ୍ଷ ଡଲାରର ଟ୍ୟାକ୍ସ ପୈଠ କରିଛନ୍ତି ।

   Related Posts