ଯୋଗୀଙ୍କ ମାର୍ଗରେ ଡୋନାଲ୍ଡ ଟ୍ରମ୍ପ, ଜାରି କଲେ ଦଙ୍ଗାକାରୀଙ୍କ ଫଟୋ: ଚିହ୍ନଟ କରିବାକୁ ଲୋକଙ୍କୁ କଲେ ଅପିଲ୍

Published By : Prameya-News7 Bureau | June 29, 2020 IST

ଓ୍ଵାଶିଂଟନ ୨୯।୦୬: ଆମେରିକାରେ ଅଶ୍ଵେତ ଜର୍ଜ ଫ୍ଲଏଡଙ୍କ ମୃତ୍ୟୁ ପରେ ସେଠାରେ ଅଶ୍ଵେତ ଓ ଶ୍ଵେତ ଲୋକ ମିଶି ଦେଶର ଅନେକ ସହରରେ ଜୋରଦାର ପ୍ରଦର୍ଶନ କରିଥିଲେ। ପ୍ରଦର୍ଶନ ଆଳରେ ଜଳାପୋଡା, ଭଙ୍ଗାରୁଜା ଏବଂ ଲୁଟ୍‌ପାଟ୍‌ ମଧ୍ୟ କରିଥିଲେ। ଏଥିରେ କୋଟି କୋଟି ଟଙ୍କାର ସରକାରୀ ଏବଂ ଘରୋଇ ସଂପତ୍ତି ନଷ୍ଟ ହୋଇଛି। ଏବେ ସ୍ଥିତି ଟିକେ ଶାନ୍ତ ପଡିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମସ୍ତ ସିସିଟିଭି ଫୁଟେଜ୍‌ ଏବଂ ଭିଡିଓ ଯାଞ୍ଚ କରି ଚିହ୍ନଟ ହୋଇଥିବା ଲୋକଙ୍କ ଫଟୋ ନିଜର ଟ୍ଵିଟର ହ୍ୟାଣ୍ଡେଲ୍‌ରେ ଟ୍ଵିଟ୍‌ କରିଛନ୍ତି ଏବଂ ଏମାନଙ୍କୁ ଚିହ୍ନଟ କରିବା ପାଇଁ ଲୋକଙ୍କୁ ଅପିଲ୍ କରିଛନ୍ତି।

କୁହାଯାଉଛି ଯେ, ଟ୍ରମ୍ପଙ୍କ ଏହି ଟ୍ଵିଟ୍‌ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ଵାରା ଦିଲ୍ଲୀ ଦଙ୍ଗା ପରେ ଦଙ୍ଗାକାରୀଙ୍କ ଫଟୋ ଜାରି କରିବା ଶୈଳୀ ପରି ହୋଇଛି। ଉଲ୍ଲେଖନୀୟ ଚଳିତ ବର୍ଷ ଦିଲ୍ଲୀରେ ଭୀଷଣ ଦଙ୍ଗା ହୋଇଥିଲା। ଏଥିରେ ଅନେକ  ଲୋକଙ୍କ ପ୍ରାଣହାନୀ ଘଟିଥିଲା। କୋଟି କୋଟି ଟଙ୍କାର ସରକାରୀ ଏବଂ ବେସରକାରୀ ସଂପତ୍ତି ନଷ୍ଟ ହୋଇଥିଲା। ଦଙ୍ଗାକାରୀ ସରକାରୀ ସଂପତ୍ତିରେ ନିଆଁ ଲଗାଇ ଛାରଖାର କରିଥିଲେ। ଏହି କ୍ରମରେ ଉତ୍ତର ପ୍ରଦେଶରେ ମଧ୍ୟ ଦଙ୍ଗା ଘଟିଥିଲା।

wp:html /wp:html

ଏହା ପରେ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଦଙ୍ଗା ଅଞ୍ଚଳରେ ଲାଗିଥିବା ସିସିଟିଭିର ଛାନବିନ୍ କରିଥିଲେ। ମୁହଁରେ କପଡା ବାନ୍ଧି ଭଙ୍ଗାରୁଜା ଏବଂ ଜଳାପୋଡା କରିଥିବା ଲୋକଙ୍କ ପୋଷ୍ଟର ବାହାର କରାଯାଇଥିଲା। ପୋଷ୍ଟରକୁ ସହରର ପ୍ରମୁଖ ସଡକ ଏବଂ ଛକରେ ଲଗାଯାଇଥିଲା। ଏଥିସହ ଏହି ଦଙ୍ଗାକାରୀଙ୍କୁ ଚିହ୍ନଟ କରିବାକୁ ସହରାବାସୀଙ୍କୁ ନିବେଦନ କରାଯାଇଥିଲା। ଯାହାଙ୍କ ଚିହ୍ନଟ ହୋଇଥିଲା, ସେମାନଙ୍କର ଘରକୁ ସଂପତ୍ତିର ଭରଣା ପାଇଁ ନୋଟିସ୍ ପଠାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.