Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବେଙ୍ଗଲ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ
  • ||
  • ଇଂଲଣ୍ଡକୁ ଏକ ଇନିଂସ୍‌ ଓ ୨୫ ରନ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ
  • ||
  • ଅହମଦାବାଦ ଟେଷ୍ଟ ଜିତିଲା ଭାରତ
  • ||
  • ଭାରତ ୩-୧ରେ ସିରିଜ୍‌ ବିଜୟୀ
  • ||
  • ଚାନ୍ଦବାଲି : ବିଜେଡିର ମିଶ୍ରଣ ପର୍ବ, ଦଳକୁ ପ୍ରତ୍ୟାବର୍ତ୍ତନ କଲେ ହେବିଓ୍ବେଟ୍ ନେତା ପ୍ରତାପ ଧଳ
  • ||
  • ମାଥିଲି : କୂଅରୁ ଉଦ୍ଧାର ହେଲା ମା’ ଓ ଶିଶୁ କନ୍ୟାର ମୃତଦେହ, ଶୁକ୍ରବାର ରାତିରୁ ଥିଲେ ନିଖୋଜ
  • ||
  • ଭୁବନେଶ୍ବର : ରାଜଧାନୀର ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ, ଜଣେ ମୃତ, ୨ ଆକ୍ରମଣକାରୀଙ୍କୁ ଧରିଛି ପୋଲିସ
  • ||
  • ବଲାଙ୍ଗିର : ପିଟି ପିଟି ମାରିଦେଲେ, ପ୍ରମାଣ ନଷ୍ଟ ପାଇଁ ଫିଙ୍ଗିଦେଲେ ନାଳରେ, ୨୪ ଘଣ୍ଟାରେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୋର : କେନାଲରେ ଗାଧୋଇବା ବେଳେ ଭାସିଗଲେ ଯୁବକ, ୩ଦିନ ପରେ ଗୁଜୁରାଟରୁ ଫେରିଲା ମୃତଦେହ
  • ||
  • ଆଠମଲ୍ଲିକ : ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଆହତ
  • ||

H1B ଭିସା ବାତିଲ କରିପାରନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

21/06/2020 at 4:45 PM

ୱାସିଂଟନ ୨୧।୬:  ଚଳିତବର୍ଷ  ଶେଷ ଆଡକୁ ଆମେରିକାରେ  ଏଚ୍-୧ବି ଭିସା ସମେତ କେତେକ ଅସ୍ଥାୟୀ ଭିସା ବାତିଲ ହୋଇଯାଇ ପାରେ।  ୨୦୨୦ ଆମେରିକାରେ ନିର୍ବାଚନ ବର୍ଷ, ଏଣୁ ଲୋକଙ୍କ ବିଶ୍ୱାସଭାଜନ ହେବା ଲାଗି ଲୋଭନୀୟ ପ୍ରତିଶ୍ରୁତି ବି ଦେବାକୁ ପଡେ। ଏହି କ୍ରମରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହୁଏତ  ଏଥିଲାଗି ଖୁବଶୀଘ୍ର ଏକଜ୍ୟୁକୁଟିଭ ଅର୍ଡରରେ ସ୍ୱାକ୍ଷର କରିପାରନ୍ତି ବୋଲି ନ୍ୟାସନାଲ ପବ୍ଲିକ ରେଡିଓ(ଏନପିଆର) ଆକଳନ କରିଛି। 

ଯଦି ଟ୍ରମ୍ପ ପ୍ରଶାସନ ଏପରି କିଛି ନିଷ୍ପତ୍ତି ନିଅନ୍ତି ତେବେ ଏଥିଯୋଗୁ ଆମେରିକାରେ ସ୍ଥାୟୀ ବସବାସ କରୁଥିବା ଲୋକଙ୍କର କୌଣସି ଅସୁବିଧା ହୋଇ ନ ପାରେ। ହେଲେ ନୂଆକରି ଆମେରିକା ଆସିବାକୁ ଥିବା ଲୋକଙ୍କୁ ଅସୁବିଧା ହୋଇପାରେ ବୋଲି ଅନୁମାନ କରାଯାଉଛି। ଏକ୍ଜ୍ୟୁକଟିଭି ଅର୍ଡରରେ ଏଚ୍-୨ବି ଭିସା ସମେତ ଜେ-୧ ଭିସା ବି ରଦ୍ଦ ହେବାର ଆଶଙ୍କା କରାଯାଉଛି।

ସାଧାରଣତଃ ହୋଟେଲ ଓ ବିଭିନ୍ନ ନିର୍ମାଣ କାର୍ଯ୍ୟଲାଗି ଅସ୍ଥାୟୀ ଏଚ-୨ବି ଭିସା ପ୍ରଦାନ କରାଯାଉଥିବା ବେଳେ ଜେ-୧ ଭିସା ଛାତ୍ର, ଗବେଷକ ଓ ଡାକ୍ତର ଆଦି ଆବଶ୍ୟକ କରିଥାନ୍ତି। ତେବେ ଆମେରିକାରେ ସ୍ଥାୟୀ ବସବାସ କରୁଥିବା ଅଥବା ନାଗରିକତା ହାସଲ କରିଥିବା ଭାରତୀୟ କେବେ କେବେ ଏପରି ଭିସାର ଆବଶ୍ୟକ କରିଥାନ୍ତି।

ତେବେ ଆମେରିକାର ଭିସା ନୀତିରେ ହେବାକୁ ଯାଉଥିବା ପରିବର୍ତ୍ତନକୁ ନେଇ ଭାରତର ଟେକ୍ କମ୍ୟୁନିଟିରେ ଏବେ ଆତଙ୍କ ଖେଳିଯାଇଛି। ହୁଏତ ଏଥି ଯୋଗୁ ସେମାନଙ୍କ ଆମେରିକା ଗସ୍ତ ଆଗକୁ ସମ୍ଭବ ହୋଇ ନ ପାରେ ବୋଲି ଆଶଙ୍କା କରାଯାଉଛି। ଯାହାର ଏବେଠୁ ପ୍ରଭାବ ପଡିବା ମଧ୍ୟ ଆରମ୍ଭ ହୋଇଥିବା ବିଭିନ୍ନ ସୋସିଆଲ ମିଡଆରେ ଚର୍ଚ୍ଚା ଜୋର ଧରିଲାଣି। ନିକଟରେ ଏପରି ଭିସାରେ ଆମେରିକା ଯାଇଥିବା ଲୋକଙ୍କୁ ଦେଶରେ ପ୍ରବେଶ ଅନୁମତି ଦିଆଯାଇ ନଥିବା ବେଳେ ସେମାନଙ୍କୁ ଅଟକ କେନ୍ଦ୍ରମାନଙ୍କରେ ରୋକି ଦିଆଯାଇଥିବା ସୋସିଆଲ ମିଡିଆରେ ପୋଷ୍ଟିଂ ହେଉଥିବା ଜଣାପଡିଛି।

   Related Posts