ରାଷ୍ଟ୍ରପତି ପଦରୁ ହଟିବା କ୍ଷଣି ଜେଲ୍ ଯାଇପାରନ୍ତି ଡୋନାଲ୍ଡ ଟ୍ରମ୍ପ : ଏସବୁ ମାମଲାରେ ହୋଇପାରେ ଜେଲ୍

Published By : Prameya-News7 Bureau | November 10, 2020 IST

ନୂଆଦିଲ୍ଲୀ ୧୦/୧୧ : ବିଶ୍ବର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାକୁ ତାର ନୂଆ ରାଷ୍ଟ୍ରପତି ମିଳିସାରିଛି । ଜୋ ବାଇଡେନ ହୋଇଛନ୍ତି ଆମେରିକାର ୪୬ତମ ରାଷ୍ଟ୍ରପତି । ଆମେରିକାବାସୀ ବିପୁଳ ସମର୍ଥନ କରି ବାଇଡେନଙ୍କୁ ରାଷ୍ଟ୍ରପତି ଭାବେ ନିର୍ବାଚିତ କରିଛନ୍ତି । କିନ୍ତୁ ବର୍ତ୍ତମାନ ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଅଡୁଆ ବଢିବାକୁ ଯାଉଛି । ରାଷ୍ଟ୍ରପତି ପଦରୁ ହଟିବା କ୍ଷଣି ଡୋନାଲ୍ଡ ଟ୍ରମ୍ପଙ୍କୁ ଜେଲ ଯିବାକୁ ପଡିପାରେ ।

ମିଳିଥିବା ସୂଚନା ଅନୁସାରେ ଟ୍ରମ୍ପ୍ ରାଷ୍ଟ୍ରପତି ପଦରେ ରହି ବହୁ ଘୋଟାଲା କରିଛନ୍ତି । ଯାହାକି ଏବେ ସାମ୍ନାକୁ ଆସିଛି ଏବଂ ଖୁବଶୀଘ୍ର ଏହାର ଯାଞ୍ଚ ଆରମ୍ଭ ହେବ । ଟ୍ରମ୍ପଙ୍କ କାର୍ଯ୍ୟକାଳ ମଧ୍ୟରେ ବହୁ ଘୋଟାଲାର ତଥ୍ୟ ସାମ୍ନାକୁ ଆସିଛି ଏବଂ ରାଷ୍ଟ୍ରପତି ପଦରୁ ହଟିବା ପରେ ପରେ ସେଗୁଡିକର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ । ଟ୍ରମ୍ପଙ୍କ ବିରୁଦ୍ଧରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ଏବଂ ବିତ୍ତୀୟ ସ୍ଥିତିକୁ ନେଇ ତଦନ୍ତର ସାମ୍ନା କରିବାକୁ ପଡିପାରେ  । ରାଷ୍ଟ୍ରପତି ପଦରେ ରହିଥିବାରୁ ଟ୍ରମ୍ପଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇପାରୁନଥିଲା କିନ୍ତୁ ଏବେ ତାଙ୍କ ବିରୁଦ୍ଧରେ ମକଦ୍ଦମା ଚାଲିବ ।

ଏ ବିଷୟରେ ପେସ ୟୁନିଭରସିଟିର ପ୍ରଫେସର ତଥା ଆଡଭୋକେଟ ବେନେଟ୍ ଗର୍ସମେନ କହିଛନ୍ତି କି ଡୋନାଲ୍ଟ ଟ୍ରମ୍ପଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜୁ ହେବା ଦରକାର ଏବଂ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର । ଗର୍ସମେନ କହିଛନ୍ତି ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୁଦ୍ଧରେ ବ୍ୟାଙ୍କ୍ ହେରଫେର, ମନି ଲଣ୍ଡରିଙ୍ଗ୍ ଏବଂ ନିର୍ବାଚନ ଜାଲିଆତି ମାମଲା ରୁଜୁ ହୋଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.