Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||
  • ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୨ ବିରୋଧି ଦଳ, ମାଗଣା ଟିକା ସହ ବେରୋଜଗାରୀଙ୍କୁ ଭତ୍ତା ଦେବାକୁ ରଖିଲେ ଦାବି
  • ||
  • ପଶ୍ଚିମ ଓଡିଶାରେ କରୋନା ପରିଚାଳନା ଦାୟିତ୍ୱ ନେବ ଡବ୍ଲ୍ୟୁଓଡିସି, ୧୦ ଜିଲ୍ଲାକୁ ଦେଲା ୨୫ କୋଟି ଟଙ୍କା
  • ||
  • ଅମାନିଆଙ୍କୁ ସାବାଡ୍ କରିବାକୁ ଯାଇଥିଲେ, ତହସିଲଦାରଙ୍କୁ ବାଟୁଳି ମାଡ କଲେ ଲୋକେ
  • ||
  • କବର ଦେବାକୁ ଘରେ ନଥିଲେ କେହି ପୁରୁଷ, ପିପିଇ କିଟ୍ ପିନ୍ଧି ମୁସଲିମ୍ ବୃଦ୍ଧଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ ବିଡିଓ
  • ||
  • ପୃଥିବୀରେ ହେବ ଉଲକା ବର୍ଷା, ଏହି ଦିନ ଆକାଶରେ ଦେଖିବାକୁ ମିଳିବ ଦୁର୍ଲଭ ଦୃଶ୍ୟ…
  • ||

ରାଷ୍ଟ୍ରପତି ପଦ ଛାଡିବା ଆଗରୁ ଚୀନ୍‌କୁ ଝଟ୍‌କା ଦେଇପାରନ୍ତି ଡୋନାଲ୍ଡ ଟ୍ରମ୍ପ୍, ପକାଇପାରନ୍ତି ସମସ୍ୟାରେ

9/11/2020 at 12:43 PM

ଓ୍ବାଶିଂଟନ୍ ୯।୧୧: ଜୋ ବିଡେନ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ମାତ୍ର ଡୋନାଲ୍ଡ ଟ୍ରମ୍ପ ଏହାକୁ ସହଜରେ ସ୍ବୀକାର କରିପାରୁନାହାନ୍ତି । ଟ୍ରମ୍ପ ସଜହରେ ତାଙ୍କ ପଦବୀ ଛାଡିବେନାହିଁ ବୋଲି ଆକଳନ କରାଯାଉଛି । ବିଶେଷଜ୍ଞ ଏବଂ ପୂର୍ବତନ ଅଧିକାରୀମାନେ କହିଛନ୍ତି ଯେ, ସେମାନେ ଅଶଙ୍କା କରୁଛନ୍ତି କି ଟ୍ରମ୍ପ୍ ଏମିତି କିଛି କାମ କରିପାରନ୍ତି ଯେଉଁଥିପାଇଁ ଜୋ ବିଡେନଙ୍କୁ ସମସ୍ୟା ହୋଇପାରେ । ଦକ୍ଷିଣ ଚୀନ୍ ମର୍ଣ୍ଣିଂ ପୋଷ୍ଟରେ ମାର୍କ ମ୍ୟାନଗିୟରଙ୍କ ଅନୁସାରେ କରୋନା ମହାମାରୀ ଏବଂ ଆମେରିକାର ଆର୍ଥିକ ସ୍ଥିତି ପାଇଁ ବେଜିଂଙ୍କୁ ଦୋଷୀ ଭାବୁଥିବା ଟ୍ରମ୍ପ୍ ନିଜ ପଦବୀ ଛାଡିବା ପୂର୍ବରୁ ଚୀନ୍ କୁ ବଡ ଝଟକା ଦେଇପାରନ୍ତି ।

ଚୀନ୍ ମୁନ ଷ୍ଟ୍ରାଟେଜିଜର ମୁଖ୍ୟ ଏବଂ ପୂର୍ବତନ ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ଅଧିକାରୀ ଜେଫ୍ ମୁନ୍ କହିଛନ୍ତି ଯେ, ଟ୍ରମ୍ପ୍ ଚୀନ୍ କୁ କୋଭିଡ୍ ୧୯ ପାଇଁ ଦଣ୍ଡ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଯେ, ଏହାକ ଅର୍ଥ କଣ । ମଙ୍ଗିୟର ଲେଖିଛନ୍ତି ଯେ, ଟ୍ରମ୍ପ ପୂର୍ବରୁ ହିଁ ଦୁର୍ବଳ ଆମେରିକା-ଚୀନ୍ ସଂପର୍କକୁ ଖରାପ କରିବା ଏବଂ ବୈଶ୍ବକି ପର୍ଯ୍ୟାବରଣ ଏବଂ ସ୍ବାସ୍ଥ୍ୟ ପ୍ରସଙ୍ଗରେ ଦ୍ବିପାକ୍ଷିକ ସହଯୋଗକୁ ଉତ୍ତମ କରିବାକୁ ବିଡେନ ପ୍ରଶାସନକୁ ଦୁର୍ବଳ କରିପାରେ ଏବଂ ଏଥିରେ ସମ୍ଭବତଃ ତାଇଓ୍ବାନକୁ ମଧ୍ୟ ସାମିଲ କରିପାରନ୍ତି ।

ଏହା ବ୍ୟତୀତ ସିନଜିଆଙ୍ଗରେ ଉଇଗରୋଙ୍କ ସାମୂହିକ ନଜରବନ୍ଦୀ ପାଇଁ ଚୀନ୍ କୁ ନରସଂହାରର ଦୋଷୀ ସାବ୍ୟସ୍ତ କରିଥିବା ଟ୍ରମ୍ପ୍ କମ୍ୟୁନିଷ୍ଟ ପାର୍ଟିର ଅଧିକାରୀମାନଙ୍କ ପାଇଁ ଭିସା ଅବରୁଦ୍ଧ କରିବା ପାଇଁ ପ୍ରୟାସ କରିପାରନ୍ତି ଅଥବା ବେଜିଂର ୨୦୨୨ର ଶୀତକାଳିନ ଅଲମ୍ପିକ୍ କୁ ଛାଡିବା ପାଇଁ ସମସ୍ୟା ସୃଷ୍ଟି ହୋଇପାରେ । ଟ୍ରମ୍ପଙ୍କ ଦ୍ବିତୀୟ ବିକଳ୍ପରେ ଟିକଟକ ଓ ଓ୍ବିଚାଟ୍ ପରେ ଅନ୍ୟ ଆପ୍ ଉପରେ ପ୍ରତିବନ୍ଧକ ଲଗାଇବା, ହୁଆଓ୍ବେଇ ଟେକ୍ନୋଲୋଜି ଉପରେ ପ୍ରତିବନ୍ଧକ ଲଗାଇବା ସାମିଲ ରହିଛି ।

କର୍ଣ୍ଣେଲ ବିଶ୍ବବିଦ୍ୟାଳୟ ଆଇନ ଏବଂ ସରକାରୀ ପ୍ରଫେସର, ସାରା କ୍ୟାପ୍ସ କହିଛନ୍ତି ଯେ, ଗତ ୪ ବର୍, ମଧ୍ୟରେ ଚୀନ୍ ବହୁ ଶକ୍ତିଶାଳୀ ହୋଇଯାଇଛି । ଏଥିପାଇଁ ମୁଁ ଚାହୁଁଛି ଯେ, ବିଡେନଙ୍କ ନୀତି ଟ୍ରମ୍ପ୍ ପ୍ରଶାସନ ଭଳି କିଛି ସମାନତା ରହୁ । ପ୍ୟୁ ରିସର୍ଚ୍ଚ ସେଣ୍ଟର ଅନୁସାରେ ୨୦୧୭ରୁ ୨୦୨୦ ପର୍ଯ୍ୟନ୍ତ ଯେତେବେଳେ ଟ୍ରମ୍ପ୍ ପଦ ସମ୍ଭାଳିଲେ ୭୩ ପ୍ରତିଶତ ଆମେରିକୀୟ ଚୀନ୍ ସମ୍ବନ୍ଧରେ ନକରାତ୍ମକ ଚିନ୍ତାଧାରା ରଖିଥିଲେ ।

   Related Posts