Thursday, January 23, 2020

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆସୁଛନ୍ତି ଟ୍ରମ୍ପ ! ଦୁଇ ଦେଶ ମଧ୍ୟରେ ସ୍ବାକ୍ଷରିତ ହୋଇପାରେ କେତେକ ରାଜିନାମା

ନୂଆଦିଲ୍ଲୀ ୧୫।୦୧: ଆସନ୍ତା ଫେବ୍ରୁଆରୀ ମାସରେ ଭାରତ ଗସ୍ତରେ ଆସିପାରନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭାରତ ଗତ ବର୍ଷ ଟ୍ରମ୍ପଙ୍କୁ ଗଣତନ୍ତ୍ର ଦିବସ ସମାରୋହରେ ଅତିଥି ଭାବେ ଯୋଗ ଦେବାକୁ ନିମନ୍ତ୍ରଣ ଦେଇଥିଲା, ମାତ୍ର ଆମେରିକା ରାଷ୍ଟ୍ରପତି ଭାରତ ଗସ୍ତ କରିପାରିନଥିଲେ। ଦୁଇ ଦେଶ ଏବେ ଟ୍ରମ୍ପଙ୍କ ଗସ୍ତ ନେଇ ରୂପରେଖ ପ୍ରସ୍ତୁତିରେ ଜୁଟିଛନ୍ତି।  ଟ୍ରମ୍ପ ଓ ମୋଦି ଦୀର୍ଘ ସମୟ ଧରି ପଡ଼ି ରହିଥିବା ଦ୍ଵିପାକ୍ଷିକ ବାଣିଜ୍ୟ ଚୁକ୍ତି ବ୍ୟତୀତ ସିଭିଲ ଏଭିଏସନ ସମ୍ବନ୍ଧିତ ରାଜିନାମା ଉପରେ ମଧ୍ୟ ଦସ୍ତଖତ କରି ପାରନ୍ତି।

ଟ୍ରମ୍ପଙ୍କ ଏହି ଗସ୍ତ  ଠିକ୍ ସେହି ସମୟରେ ହେଉଛି ଯେବେ, ଭାରତ ୨୦୦୯ ପରେ ସବୁଠୁ ମନ୍ଥର ଅଭିବୃଦ୍ଧିହାରର ସମ୍ମୁଖୀନ ହେଉଛି। ଅନ୍ୟପଟେ ସିଏଏକୁ ନେଇ ସମଗ୍ର ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଗତ ବର୍ଷ ସେପ୍ଟେମ୍ବରରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଆମେରିକାରେ ହୋଇଥିବା ହାଉଡି ମୋଦି କାର୍ଯ୍ୟକ୍ରମ ପରେ ଟ୍ରମ୍ପଙ୍କ ଭାରତ ଗସ୍ତ ହେବାକୁ ଯାଉଛି।

ଟ୍ରମ୍ପଙ୍କ ଭାରତ ଗସ୍ତ ଏପରି ସମୟରେ ହେଉଛି , ଗୋଟିଏ ପଟେ ଆମେରିକା ଓ ଇରାନ ମଧ୍ୟରେ ବିବାଦ ଲାଗିରହିଛି । ଇରାନ କମାଣ୍ଡର କାସିମ ସୁଲେମାନୀଙ୍କ ମୃତ୍ୟୁ ପରେ ବିବାଦ ବଢିଯାଇଛି । କିନ୍ତୁ ଟ୍ରମ୍ପଙ୍କ ଭାରତ ଗସ୍ତ ଦ୍ବାରା ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ସମର୍ଥନ ନିର୍ବାଚନରେ ଲାଭ କରିପାରନ୍ତି ।

212 Views

   ସମ୍ବନ୍ଧିତ ଖବର


Loading...