ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ହାରିଲେ ଭାଙ୍ଗିବ ୨୮ ବର୍ଷ ପୁରୁଣା ରେକର୍ଡ

Published By : Prameya-News7 Bureau | October 18, 2020 IST

ନୂଆଦିଲ୍ଲୀ ୧୮/୧୦: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଉ କିଛି ସପ୍ତାହ ବାକି ରହିଛି। ରାଜନୈତିକ ଦଳ ନିର୍ବାଚନ ପ୍ରଚାର ଦିଗରେ ଅଣ୍ଟା ଭିଡ଼ିଛନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିଦ୍ବନ୍ଦ୍ବୀ ରହିଛନ୍ତି ଡେମୋକ୍ରେଟ ପ୍ରାର୍ଥୀ ଜୋ ବିଡେନ। ଯଦି ନିର୍ବାଚନ ପ୍ରଚାର କଥା ଆଲୋଚନା କରାଯାଏ ତେବେ ଟ୍ରମ୍ପଙ୍କ ଠାରୁ ଖୁବ୍ ଆଗରେ ରହିଛନ୍ତି ବିଡେନ। ଯଦି ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ନିର୍ବାଚନ ହାରିଯାଆନ୍ତି ତେବେ ତାହା ଏକ ଐତିହାସିକ ଘଟଣା ହେବ।

ନଭେମ୍ବର ୩ରେ ଆମେରିକାରେ ରା​‌ଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ। ଯେଉଁଥିରେ ଟ୍ରମ୍ପ ଦ୍ବିତୀୟ ଥର ପାଇଁ ନିଜ ଭାଗ୍ୟ ପରୀକ୍ଷା କରିବେ। ସେହିପରି ଉପରାଷ୍ଟ୍ରପତି ରହିଥିବା ଜୋ ବିଡେନ ରାଷ୍ଟ୍ରପତି ପଦ ପାଇଁ ଦୌଡ଼ରେ ସାମିଲ ଅଛନ୍ତି। ଏନଡିଟିଭିର ଏକ ରିପୋର୍ଟ ଅନୁସାରେ ଟ୍ରମ୍ପ ନଭେମ୍ବର ତିନି ତାରିଖରେ ନିର୍ବାଚନ ହାରିଲେ ୨୮ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଯିବ।

ରିପୋର୍ଟ ଅନୁସାରେ ଯଦି ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନ ହାରନ୍ତି ତେବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜଜ ବୁଶଙ୍କ ପରେ ସେ ହେବେ ପ୍ରଥମ ରାଷ୍ଟ୍ରପତି ଯାହାଙ୍କୁ ଦ୍ବିତୀୟ କାର୍ଯ୍ୟକାଳ ମିଳିପାରିବ ନାହିଁ। ବୁଶ କେବଳ ଥରେ ହିଁ ଆମେରିକା ରାଷ୍ଟ୍ରପତି ରହିଥିଲେ। ୧୯୯୨ରେ ତାଙ୍କୁ ଦ୍ବିତୀୟ ନିର୍ବାଚନୀ ହାରିବାକୁ ପଡ଼ିଥିଲା। କୌତୁହଳର ବିଷୟ ହେଉଛି ଟ୍ରମ୍ପଙ୍କ ପରି ବୁସ ମଧ୍ୟ ଥିଲେ ରିପବ୍ଲିକାନ ପାର୍ଟିରୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.