Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର
  • ||
  • ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆହାତ, ମନ୍ତ୍ରୀଙ୍କ କାର୍‌କୁ ପିଟିଲା ଟ୍ରାକ୍ଟର
  • ||
  • କମୁନି ସଂକ୍ରମଣ : ଆଜି ବି ଦେଶରେ ୪ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ, ୪୦୯୨ ମୃତ
  • ||
  • ଦନ୍ତାକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍, ଗୋଡରେ ଲାଗିଛି ଶକ୍ତ ଆଘାତ
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୧୮୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୬୩୫ ପଜିଟିଭ୍
  • ||
  • କମିଛି ତାତି, ୨ ଦିନ ପରେ ପୁଣି ବଢିବ ସୂର୍ଯ୍ୟଙ୍କ ପ୍ରକୋପ
  • ||

ଭାରତର ଭୁଲ୍ ନକ୍ସା ଦେଖାଇ ବିବାଦରେ ଫସିଲେ ଆମେରିକା ରାଷ୍ଟ୍ରପତିଙ୍କ ପୁଅ ଡୋନାଲ୍ଡ ଟ୍ରମ୍ପ୍ ଜୁନିଅର

5/11/2020 at 1:14 PM

ନୂଆଦିଲ୍ଲୀ ୫।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ ଡୋନାଲ୍ଡ ଟ୍ରମ୍ପ୍ ଜୁନିଅର ନିର୍ବାଚନରେ ସମର୍ଥନକୁ ନେଇ ଟ୍ବିଟରରେ ବିଶ୍ବର ଏକ ନକ୍ସା ପୋଷ୍ଟ କରି ବିବାଦରେ ଫସିଛନ୍ତି । ଏଥିରେ ସେ ରାଷ୍ଟ୍ରପତି ଡୋନାଲ୍ଡଙ୍କ ସମର୍ଥନରେ ତାଙ୍କ ପ୍ରତିଦ୍ବନ୍ଦୀ ଜୋ ବିଡେନ୍ ଙ୍କ ସମର୍ଥକ ଦେଶକୁ ଲାଲ ଓ ନୀଳ ରଙ୍ଗରେ ଦର୍ଶାଇଛନ୍ତି । ଭାରତର ଭୁଲ ନକ୍ସା ଦେଖାଇ ଏଥିରେ ପୂର୍ବତର ରାଜ୍ୟ କାଶ୍ମୀରକୁ ଭିନ୍ନ ଭାବରେ ଦର୍ଶାଇଛନ୍ତି ।  

ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଆରମ୍ଭ ହେବା ପରେ ବିଶ୍ବର ନକ୍ସା ସହ ଏକ ଟ୍ବିଟ୍ କରି ଜୁନିଅର ଟ୍ରମ୍ପ୍ କହିଥିଲେ ଯେ, ସେ ନକ୍ସା ଜରିଆରେ ନିର୍ବାଚନକୁ ନେଇ ନିଜର ଅନୁମାନ ଦର୍ଶାଉଛନ୍ତି । ସେ କହିଛନ୍ତି ଯେ, କିଛି ଦେଶକୁ ଛାଡି ସାରା ବିଶ୍ବ ତାଙ୍କ ବାପା ଡୋନାଲ୍ଡ ଟ୍ରମ୍ପ୍ ତଥା ରିପବ୍ଲିକାନ୍ ପାର୍ଟିକୁ ସମର୍ଥନ କରୁଛନ୍ତି ।

ନକ୍ସାରେ କାଲିଫର୍ଣ୍ଣିଆ, ଭାରତ, ମେକ୍ସିକୋ, ଲାଇବେରିଆ, କ୍ୟୁବା, ଚୀନ୍ କୁ ନୀଳ ରଙ୍ଗରେ ଦର୍ଶାଇଛନ୍ତି । ଏଥିରେ ସେ କହିଛନ୍ତି ଯେ, ଏଠାରେ ଡେମୋକ୍ରାଟିକ୍ ପାର୍ଟିକୁ ସମର୍ଥନ କରାଯାଉଛି । ଭାରତରୁ ନୀଳ ରଙ୍ଗରେ ଦର୍ଶାଯାଇଥିବା ବେଳେ ପୂର୍ବତର ରାଜ୍ୟ କାଶ୍ମୀରକୁ ଲାଲ୍ ରଙ୍ଗରେ ଦର୍ଶାଯାଇଛି । ନକ୍ସାରେ ଭାରତର ସୀମାକୁ ମଧ୍ୟ ଭୁଲ ଭାବେ ଚିତ୍ରଣ କରାଯାଇଛି । ପୂର୍ବତର ରାଜ୍ୟ କାଶ୍ମୀରକୁ ଭାରତର ରଙ୍ଗଠାରୁ ଭିନ୍ନ ଦର୍ଶାଇବା ପାଇଁ ଜୁନିଅର ଟ୍ରମ୍ପଙ୍କୁ ଟ୍ବିଟରରେ କଡା ସମାଲୋଚନା କରାଯାଇଛି ।

   Related Posts