Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଳାତକ ବିଜୟ ମାଲ୍ୟାକୁ ଦେବାଳିଆ ଘୋଷଣା କଲେ ଲଣ୍ଡନ ହାଇକୋର୍ଟ
  • ||
  • ଅକ୍ଟୋବର ୩ରେ JEE ଆଡଭାନ୍ସଡ୍‌ ପରୀକ୍ଷା, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘୋଷଣା
  • ||
  • ଭୁବନେଶ୍ବରରୁ ଦିନକରେ ୨୮୬ କରୋନା ଆକ୍ରାନ୍ତ ଚିହ୍ନଟ, ୨୩୧ ସୁସ୍ଥ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୨୦୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୮୯ ଡିସଚାର୍ଜ
  • ||
  • ପେଗାସସ ତାଲିକାରେ ଇଡି ଅଫିସର, ବିଏସଏଫର ପୂର୍ବତନ ଡିଜି ଓ କେଜ୍ରିଓ୍ଵାଲଙ୍କ ସହଯୋଗୀଙ୍କ ନାମ
  • ||
  • ଧର୍ମେନ୍ଦ୍ରଙ୍କୁ କର୍ଣ୍ଣାଟକ ପର୍ଯ୍ୟବେକ୍ଷକ ଦାୟିତ୍ଵ, ଦୂର କରିବେ ଅସ୍ଥିରତା !
  • ||
  • ପୁରୀ : ପୁରୀ ବଳିଆପଣ୍ଡାରେ ‘ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ମିଶନ୍’ ଆରମ୍ଭ
  • ||
  • ସାଲେପୁର : ପ୍ରଲୋଭନ ଦେଖାଇ ନାବାଳିକାଙ୍କ ସହ ଶାରିରୀକ ସମ୍ପର୍କ, ବିବାହ ପାଇଁ କହିବାରୁ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ୍ କଲେ ଯୁବକ !
  • ||
  • ସାଲେପୁର : ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଦମ୍ପତ୍ତି ଗୁରୁତର
  • ||
  • ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ୧୦ଟି ଗେଟ୍ ଦେଇ ଜଳ ନିଷ୍କାସିତ, ଜଳସ୍ତର ୬୦୯.୯୩ ଫୁଟ
  • ||

ହାଇଡ୍ରୋକ୍ଲୋରୋକ୍ୱିନ୍ ଔଷଧର ପ୍ରଶଂସା କରି ଫସିଗଲେ ଟ୍ରମ୍ପ ଜୁନିଅର୍ : ଟ୍ୱିଟର୍ ଆକାଉଣ୍ଟ ବ୍ଲକ୍

29/07/2020 at 12:02 PM

ୱାସିଂଟନ ୨୯/୦୭ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାତାର କୋଭିଡ-୧୯ ଚିକିତ୍ସା ପାଇଁ ହାଇଡ୍ରୋକ୍ଲୋରୋକ୍ୱିନ ଔଷଧକୁ ଖୁବ ପ୍ରଶଂସା କରୁଛନ୍ତି | ମଙ୍ଗଳବାର ଦିନ ଟ୍ରମ୍ପଙ୍କ ପୁଅ ଟ୍ରମ୍ପ ଜୁନିଅରରେ ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରିଥିଲେ ଯେଉଁଥିରେ ସେ ହାଇଡ୍ରୋକ୍ଲୋରୋକ୍ୱିନ ଔଷଧ ଫାଇଦା ସମ୍ପର୍କରେ କୁହାଯାଇଥିଲା | ଏହାପରେ ଟ୍ୱିଟର ଜୁନିଅର ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ ୧୨ ଘଣ୍ଟା ପାଇଁ ବ୍ଲକ କରିଦେଇଛି | ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପୂର୍ବରୁ ହିଁ ହାଇଡ୍ରୋକ୍ଲୋରୋକ୍ୱିନ ଟ୍ରାଏଲକୁ ବନ୍ଦ କରିଦେଇଛି ଏବଂ ଅନେକ ରିପୋର୍ଟରେ ଏହାକୁ ହୃଦଘାତ ଆଶଙ୍କା ଥିବା ଦର୍ଶାଇଛି |

BBC ର ଏକ ରିପୋର୍ଟ ଅନୁଯାୟୀ, ଟ୍ୱିଟର କହିଛି ଯେ ଟ୍ରମ୍ପ ଜୁନିଅରଙ୍କ ଭିଡିଓ କୋଭିଡ-୧୯ କୁ ନେଇ ଭୁଲ ସୂଚନାର ନିୟମ ଉଲଙ୍ଘନ | ଟ୍ରମ୍ପଙ୍କ ସମେତ କିଛି ଲୋକ ଏହି ମ୍ୟାଲେରିଆ ଔଷଧକୁ କରୋନା ଚିକିତ୍ସା ପାଇଁ ଉପଯୋଗ ବୋଲି କହୁଛନ୍ତି କିନ୍ତୁ ମେଡିକାଲ ରିସର୍ଚ୍ଚରେ ଏହା ସ୍ପଷ୍ଟ ହୋଇନାହିଁ | ଟ୍ୱିଟର କହିଛି ଯେ ଟ୍ରମ୍ପ ଜୁନିଅର କେବଳ ଟ୍ୱିଟ କରି ପରିବେନାହିଁ କିନ୍ତୁ ବ୍ରାଉଜ କରିପାରିବେ ଏବଂ ଡାଇରେକ୍ଟ ମେସେଜ ମଧ୍ୟ କରିପାରିବେ | 

ଅପରପକ୍ଷରେ ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଦିନ ପୁଣିଥରେ କରୋନା ଚିକିତ୍ସା ପାଇଁ ହାଇଡ୍ରୋକ୍ଲୋରୋକ୍ୱିନ ବ୍ୟବହାରକୁ ସମର୍ଥନ କରିଛନ୍ତି | ସେଥିପାଇଁ ଏହି ଔଷଧକୁ ଖାରଜ କରାଯାଇନାହିଁ ବୋଲି ସେ କହିଛନ୍ତି | ହ୍ୱାଇଟ ହାଉସ୍ରେ ଟ୍ରମ୍ପ ସାମ୍ବାଦିକଙ୍କୁ କହିଛନ୍ତି ଯେ, ଯେତେବେଳେ ସେ କୌଣସି ଜିନିଷ ରେକମେଣ୍ଡ କରନ୍ତି ସେମାନେ ତାକୁ ଖାରଜ କରିବାକୁ ପସନ୍ଦ କରନ୍ତି | ସେ କହିଥିଲେ ଯେ, ୧୪ ଦିନ ଯାଏଁ ଏହି ଔଷଧ ସେବନ କରିବା ପରେ ମଧ୍ୟ ତାଙ୍କୁ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଅନୁଭୂତ ହୋଇନାହିଁ | ସେ କହିଛନ୍ତି, ‘ମୁଁ କେବଳ ମୋ କଥା ରଖି ପାରିବି | ବହୁତ ପଢିବା ପରେ ମୋତେ ଲାଗୁଚି ପ୍ରାଥମିକ ଅବସ୍ଥାରେ ଏହା ଉପଯୋଗୀ | ମୋ ହିସାବରେ ଏହି ଔଷଧ ବ୍ୟବହାରରେ କୌଣସି ଅସୁବିଧା ନାହିଁ, ନଚେତ ଏହା ଏତେ ଲୋକପ୍ରିୟ ହୋଇନଥାନ୍ତା |’

   Related Posts