ଟ୍ରମ୍ପ 'ଉଲ୍ଲୁ' ଭଳି 'ବୁଦ୍ଧିଆ'… ଆଙ୍କର ଟୋମି ଲାହେରନଙ୍କ ଭିଡିଓ ଭାଇରାଲ, ଭାରତୀୟଙ୍କୁ ଉଦବୋଧନ ବେଳେ ଟ୍ରମ୍ପଙ୍କ ଅନୁଗତ କହିଛନ୍ତି ଏମିତି..

Published By : Prameya-News7 Bureau | August 25, 2020 IST

ନ୍ୟୁୟର୍କ, ୨୫|୦୮:  ଆମେରିକାରେ କରୋନା ଭାଇରସର ଆତଙ୍କ ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ଜୋର୍ ଧରିବାରେ ଲାଗିଛି । ନିକଟରେ ଡେମୋକ୍ରାଟିକ୍‌ର କନଭେନସନ୍ ଶେଷ ହୋଇଛି । ଏପରିକି ରିପବ୍ଲିକାନର କନଭେନସନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଣିଥରେ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ଏହା ମଧ୍ୟରେ ମଙ୍ଗଳବାର ଆମେରିକା ନିର୍ବାଚନ ସହ ଜଡିତ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଆମେରିକା ଚ୍ୟାନେଲର ଆଙ୍କର ଡୋନାଲ୍ଡ ଟ୍ରମ୍ପଙ୍କ କ୍ୟାମ୍ପେନକୁ ନେଇ ଏକ ବୟାନ ଦେଇଛନ୍ତି ।

wp:html /wp:html

ଫକ୍ସ ନ୍ୟୁଜର ଆଙ୍କର ଟୋମି ଲାହେରନଙ୍କ ଏକ ଭିଡିଓ ଟ୍ୱିଟରରେ ଟ୍ରେଣ୍ଡ ହୋଇଛି । ଏଥିର ସେ ଟ୍ରମ୍ପଙ୍କ କ୍ୟାମ୍ପେନକୁ ନେଇ ଅନେକ କିଛି କହିଛନ୍ତି । ଏହାସହ ଭାରତରେ ନିଜ ପ୍ରଶଂସକଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ଭାରତରେ ଥିବା ମୋର ସମସ୍ତ ପ୍ରଶଂସକଙ୍କୁ ନମସ୍କାର । ମେକ୍ ଆମେରିକା ଗ୍ରେଟ୍ ଏଗେନ ଏଜେଣ୍ଡାକୁ ସମର୍ଥନ କରିଥିବାରୁ ଧନ୍ୟବାଦ । ଟ୍ରମ୍ପଙ୍କ କ୍ୟାମ୍ପେନ ଆମେରିକାକୁ ମହାନ କରିବା ପାଇଁ ହୋଇଛି । କାରଣ ଟ୍ରମ୍ପ ପେଚା ଭଳି ବୁଦ୍ଧିମାନ । ଯାହାକୁ ହିନ୍ଦିରେ ଉଲ୍ଲୁ କୁହାଯାଏ ।

wp:html /wp:html

ସୂଚନାଯୋଗ୍ୟ, ଆମେରିକା ନିର୍ବାଚନରେ ସେଠାରେ ସ୍ଥାୟୀ ଭାବେ ରହୁଥିବା ପ୍ରବାସୀ ଭାରତୀୟଙ୍କ ବୋଟ୍ ଗୁରୁତ୍ୱପୂର୍ଣ୍ଣ । ଟ୍ରମ୍ପ ଲଗାତାର ଭାବେ ଭାରତୀୟ ଭୋଟରଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା କରୁଛନ୍ତି । ଫକ୍ସ ନ୍ୟୁଜ୍ ଟ୍ରମ୍ପଙ୍କୁ ସମର୍ଥନ କରୁଛି । ଏପରିକି ଖୁଲମଖୁଲା ଭାବେ ଟ୍ରମ୍ପଙ୍କୁ ପ୍ରଶଂସା ମଧ୍ୟ କରୁଛି ।

ଟୋମି ଲାହେରନ ଭିଡିଓରେ ଟ୍ରମ୍ପଙ୍କ ବୁଦ୍ଧିକୁ ପ୍ରଶଂସା କରୁଛନ୍ତି । କିନ୍ତୁ ଟ୍ୱିଟରରେ ଏହା ଉପରେ ମିମ୍ ହୋଇଗଲାଣି । କିଛି ୟୁଜର ଏକ ଉଲ୍ଲୁକୁ ରାଷ୍ଟ୍ରପତି କରାଯାଉ ବୋଲି ଲେଖିଛନ୍ତି ।

wp:html /wp:html

ତେବେ ଆମେରିକା ଭଳି ଦେଶରେ ପେଚାକୁ ଚାଲାକ ପକ୍ଷୀ ଭାବେ ବିବେଚନା କରାଯାଏ । ଗ୍ରୀକ୍ କଲଚର୍‌ରେ ମଧ୍ୟ ପେଚାକୁ ବୁଦ୍ଧିମାନ ପକ୍ଷୀ କୁହାଯାଏ । କିନ୍ତୁ ଭାରତୀୟ ଉଲ୍ଲୁ ଅର୍ଥ ବୋକା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.