ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ; ବଢ଼ିଲା ଅଡ଼ୁଆ, ଜୀବନରେ କେବେ ବି ଆଉ ଲଢ଼ିପାରିବେନି ନିର୍ବାଚନ !
14/01/2021 at 10:43 AM

ୱାଶିଂଟନ୍, ୧୪/୦୧: ଆମେରିକା ସଂସଦ ଉପରେ ହିଂସାକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ୨୦ ଜାନୁଆରୀ ପୂର୍ବରୁ ପଦରୁ ହଟାଇବା ପାଇଁ ନବନିର୍ବାଚିତ ରାଷ୍ଚ୍ରପତି ଜେ ବାଇଡେନ୍ଙ୍କ ପାର୍ଟିର ସାଂସଦ ମହାଭିଯୋଗ ପ୍ରକ୍ରିୟାକୁ ଆଗକୁ ବଢ଼ାଇ ଦେଇଛନ୍ତି। ଏହା ମଧ୍ୟରେ କିଛି ସାଂସଦ ଡୋନାଲ୍ଡ ଟ୍ରମ୍ପ ପୂନର୍ବାର କୌଣସି ନିର୍ବାଚନ ଲଢ଼ି ନପାରିବା ସହ ରାଜନୈତିକ କିମ୍ୱା ସାମ୍ୱିଧାନିକ ପଦ ସମ୍ଭାଳିବାକୁ ଅଯୋଗ୍ୟ ବେଲି ଘୋଷଣା କରିବାକୁ ଦାବି କରିଥିବା ଜଣାପଡ଼ିଛି ।
ଡେମୋକ୍ରାଟିକ୍ ସାଂସଦମାନେ ସଂସଦର ପ୍ରତିନିଧି ସଭାରେ ମଙ୍ଗଳବାର ଏକ ପ୍ରସ୍ତାବ ପାରିତ କରି ଉପ-ରାଷ୍ଟ୍ରପତି ମାଇକ୍ ପେନ୍ସଙ୍କ ଦ୍ୱାରା ଟ୍ରମ୍ପଙ୍କୁ ପଦରୁ ହଟାଇବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । କିନ୍ତୁ ପେଲୋସିଙ୍କ ଟିମ୍ ୨୫ତମ ସଂଶୋଧନ ଲାଗୁ କରିବା ପାଇଁ ମନା କରିଦେଇଥିଲେ । ଏହାପରେ ସଦନ ର ଅଧ୍ୟକ୍ଷ ବା ଡେମୋକ୍ରାଟିକ୍ ନେତା ନାନ୍ସି ପେଲୋସି ମହାଭିଯୋଗ ପ୍ରସ୍ତାବର ବିଚାର ପାଇଁ ମଞ୍ଜୁରୀ ଦେଇଥିଲେ । ଗତକାଲି ଏନେଇ ସଂସଦରେ ପ୍ରତିନିଧି ଦଳର ଏକ ବୈଠକ ବସିଥିଲା । ଏହି ବୈଠକରେ ସିନେଟ୍ ଆମେରିକାର ନବନିର୍ବାଚିତ ରାଷ୍ଚ୍ରପତି ଜୋ-ବାଇଡେନ୍ଙ୍କ ଶପଥ ପୂର୍ବରୁ ଅଭିଯୋଗର ଶୁଣାଣି ହୋଇପାରିବ ନାହିଁ ବୋଲି କହିଛନ୍ତି । ଅର୍ଥାତ ଜାନୁଆରୀ ୨୦ ପୂର୍ବରୁ ମହାଭିଯୋଗ ବିରୋଧରେ କୌଣସି ବିଚାର କାରାଯାଇପାରିବ ନାହିଁ ।
ବୁଧବାର ବସିଥିବା ବୈଠକରେ ସ୍ପିକର୍ ନାନ୍ସି ପେଲୋସି ଆଇନ୍ ଠାରୁ କେହି ଉର୍ଦ୍ଧ୍ୱରେ ନୁହନ୍ତି ବୋଲି କହିଥିଲେ । ଏହା ସହିତ ଆମେରିକାର ରାଷ୍ଟ୍ରପତି ମଧ୍ୟ ଆଇନ୍ର ଉପରେ ନୁହନ୍ତି ବୋଲି ସଂସଦ ପକ୍ଷରୁ ପ୍ରକାଶ କରାଯାଇଛି। ଗତ ୧୩ ମାସ ମଧ୍ୟରେ ପ୍ରଥମ କରି ଜଣେ ରାଷ୍ଟ୍ରପତିଙ୍କ ବିରୋଧରେ ଦୁଇ ଦୁଇ ଥର ମହାଭିଯୋଗ ପ୍ରସ୍ତାବ ଆସିଛି । ଏହା ଆମେରିକାର ରାଜନୈତିକ ଇତିହାସରେ ପ୍ରଥମ ଘଟଣା ବୋଲି ନାନ୍ସି କହିଛନ୍ତି ।
ସୂଚନା ଥାଉକି, ଆମେରିକାର ସଂସଦ ଭବନରେ ଗତ ସପ୍ତାହରେ ହୋଇଥିବା ହିଂସାକୁ ନେଇ ପ୍ରତିନିଧି ସଭାର ଡେମୋକ୍ରାଟ୍ ସାଂସଦମାନେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିଥିଲେ । ଡେମୋକ୍ରାଟଙ୍କ ଦ୍ୱାରା ପରିଚାଳିତ ସଂସଦରେ ଏହି ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ ବୋଲି ସୂଚନା ମିଳିଥିଲା।