ଚୀନ୍‌ରେ କାରବାର କରୁଛନ୍ତି ଆମେରିକା ରଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ବ୍ୟାଙ୍କରେ ରଖିଛନ୍ତି ଆକାଉଣ୍ଟ: ରିପୋର୍ଟ

Published By : Prameya-News7 Bureau | October 21, 2020 IST

ୱାସିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଖୁବ୍ ନିକଟରେ । ଏଥିରେ ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ଏକ ଖବର ଭାଇରାଲ ହେବାରେ ଲାଗିଛି। ଏଥିରେ ଚୀନ୍‌କୁ ବିରୋଧ କରୁଥିବା ଟ୍ରମ୍ପଙ୍କର ଚାଇନା ବ୍ୟାଙ୍କରେ ଗୁପ୍ତ ଆକାଉଣ୍ଟ ଥିବାର ରିପୋର୍ଟ ମିଳିଛି। ସମ୍ବାଦପତ୍ର ନ୍ୟୁୟର୍କ ଟାଇମ୍ସରେ ଏ ନେଇ ପ୍ରକାଶିତ ରିପୋର୍ଟକୁ ରାଷ୍ଟ୍ରପତି ଟ୍ରମ୍ପ ସ୍ୱୀକାର ମଧ୍ୟ କରିଛନ୍ତି। ପ୍ରସଙ୍ଗରେ ଟ୍ରମ୍ପଙ୍କ ମୁଖପାତ୍ର ସଫେଇ ମଧ୍ୟ ଦେଇଛନ୍ତି।

{"id":348598,"sizeSlug":"large"}

ହୋଟେଲ ଇଣ୍ଡଷ୍ଟ୍ରି କାରବାର ଲାଗି ଖୋଲାଯାଇଛି ଆକାଉଣ୍ଟ
ଟ୍ରମ୍ପଙ୍କ କମ୍ପାନୀ ଓକିଲ ଏଲନ ଗାର୍ଟନ ମାମଲାରେ ସ୍ପଷ୍ଟିକରଣ ଦେଇ ଟ୍ରମ୍ପ ଇଣ୍ଟରନ୍ୟାସନାଲ ହୋଟେଲ୍ସ ମ୍ୟାନେଜମେଣ୍ଟ ଆମେରିକାସ୍ଥିତ ଚାଇନା ବ୍ୟାଙ୍କରେ ଖାତା ଖୋଲିଥିବା କହିଛନ୍ତି। ଦକ୍ଷିଣ ଏସିଆରେ ହୋଟେଲ ଉଦ୍ୟୋଗ ସମ୍ପର୍କିତ ନେଣଦେଣ ଓ ସୁବିଧାରେ ସ୍ଥାନୀୟ ଶୁଳ୍କ ପୈଠ କରିବା ଲାଗି ଏହି ଆକାଉଣ୍ଟ ଖୋଲାଯାଇଥିବାର ସେ କହିଛନ୍ତି। ତେବେ ୨୦୧୫ ମସିହା ପରେ ଏହି ବ୍ୟାଙ୍କ ଆକାଉଣ୍ଟରେ କୌଣସି କାରବାର ଓ ଅନ୍ୟ ବ୍ୟବସାୟୀକ ଗିତିବିଧି ନଥିବା ସେ ସୂଚିତ କରିଛନ୍ତି। ଯଦିଓ ବ୍ୟାଙ୍କରେ ଆକାଉଣ୍ଟ ଅଛି ହେଲେ ଅନ୍ୟ ଉଦ୍ଦେଶ୍ୟରେ ଏହାର କେବେ ବ୍ୟବହାର ହୋଇ ନାହିଁ ବୋଲି ଗାର୍ଟନ କହିଛନ୍ତି।

{"id":348600,"sizeSlug":"large"}

ଧରାପକାଇଲା ଟ୍ୟାକ୍ସ ରେକର୍ଡ  
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୟାକ୍ସ ରେକର୍ଡ  ଚାଇନା ବ୍ୟାଙ୍କରେ  ଟ୍ରମ୍ପଙ୍କ ଖାତା ଥିବା ଧରାପକାଇଛି। ଯେଉଁଥିରେ ଟ୍ରମ୍ପଙ୍କ ବ୍ୟକ୍ତିଗତ ଓ କମ୍ପାନୀ ଉଭୟର ଆର୍ଥିକ ବିବରଣୀର ସୂଚନା ମିଳିଛି। ଟ୍ରମ୍ପଙ୍କ ଟ୍ୟାକ୍ସକୁ ନେଇ ଖୋଲତାଡ ବେଳେ ଏହି ଆକାଉଣ୍ଟର ସୂଚନା ମିଳିଛି। ୨୦୧୬-୧୭ ମସିହାରେ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ନିର୍ବାଚିତ ହେବା ବର୍ଷ ଆମେରିକୀୟ ଫେଡେରାଲ ଟ୍ୟାକ୍ସରେ ମାତ୍ର ୭୫୦ ଡଲାର ପୈଠ କରିଥିଲେ। ଏଣୁ ତାଙ୍କ ଶୁଳ୍କ ହିସାବ ବେଳେ ଆକାଉଣ୍ଟର ସୂଚନା ମିଳିଛି।

{"id":348601,"sizeSlug":"large"}

ନିଜେ କହିଥିଲେ ଟ୍ରମ୍ପ, ସୁବିଧାର ଲାଭ ମଧ୍ୟ ନେଇଛନ୍ତି
ସ୍ୱଳ୍ପ ଟ୍ୟାକ୍ସ ଜମା ନେଇ ନିଜେ ଟ୍ରମ୍ପ ଅତୀତରେ ସଫେଇ ଦେଇସାରିଛନ୍ତି। ଶୁଳ୍କ ବାବଦ ଅର୍ଥ ସଞ୍ଚୟ ଲାଗି ଯେତେ ସବୁ ନିୟମ ଅଛି ସେ ତାର ଲାଭ ନିଅନ୍ତି ବୋଲି କହିଥିଲେ। ଏଥିରେ ଚାଇନା ବ୍ୟାଙ୍କ ଆକାଉଣ୍ଟ ଜରିଆରେ ୧ଲକ୍ଷ ୮୮ ହଜାର ୫୬୧ ଆମେରିକୀୟ ଡଲାର ଶୁଲ୍କ ପୈଠ ହୋଇଥିବା ସେ କହିଥିଲେ।

{"id":348602,"sizeSlug":"large"}

ଅନ୍ତର୍ଜାତୀୟ ବ୍ୟବସାୟୀ ଟ୍ରମ୍ପ
ତେବେ ଡୋନାଲ୍ଡ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ନିର୍ବାଚିତ ହେବା ପୂର୍ବରୁ ଜଣେ ବ୍ୟବସାୟୀ ଥିଲେ। ବିଶ୍ୱର ବିଭିନ୍ନ ଦେଶରେ ତାଙ୍କର ବ୍ୟବସାୟ ରହିଛି। ରିଏଲ ଇଷ୍ଟେଟ ସମେତ ଅନେକ ବ୍ୟବସାୟ ସହ ସେ ଜଡିତ ଏଣୁ ବିଶ୍ୱର ବିଭିନ୍ନ ଦେଶର ବ୍ୟାଙ୍କରେ ତାଙ୍କର ଆକାଉଣ୍ଟ ରହିଛି। ବ୍ୟବସାୟୀ ଭାବେ ଟ୍ରମ୍ପ ୨୦୧୨ ମସିହାରେ ଚୀନରେ ବ୍ୟବସାୟୀକ ସମ୍ଭାନା ସନ୍ଧାନ ଲାଗି ସାଂଘାଇରେ ଏକ କାର୍ଯ୍ୟାଳୟ ଖୋଲିଥିଲେ। ପରେ ୫ଟି ଛୋଟ ଛୋଟ କମ୍ପାନୀ ମଧ୍ୟ ଖୋଲିଥିଲେ। ଯେଉଁଥିରେ ସେ ୧ଲକ୍ଷ ୯୨ ହଜାର ଆମେରିକୀୟ ଡଲାର ନିବେଶ କରିଥିବା ଏହି ଖାତାର ଟ୍ୟାକ୍ସ ରେକର୍ଡରୁ ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.