ତେଲେଙ୍ଗାନାରେ ଡୋନାଲ୍ଡ ଟ୍ରମ୍ପଙ୍କ ଅଜବ ଫ୍ୟାନ୍, ପ୍ରତିମୂର୍ତ୍ତି ନିର୍ମାଣ କରି କରୁଛନ୍ତି ପୂଜା

Published By : Prameya-News7 Bureau | February 19, 2020 IST

ନୂଆଦିଲ୍ଲୀ ୧୯।୨: ଆସନ୍ତା ୨୪ ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତେଲେଙ୍ଗାନାରେ ଦେଖିବାକୁ ମିଳିଛି ଟ୍ରମ୍ପଙ୍କ ଅଜବ ଫ୍ୟାନ୍ । ଟ୍ରମ୍ପଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି ପୂଜାର୍ଚ୍ଚନା କରିବା ସହ ତାଙ୍କୁ ଭଗବାନ ରୂପେ ମାନିଛନ୍ତି । ସେ ହେଲେ ତେଲେଙ୍ଗାନା କୋନେ ଗାଁର  କ୍ରିଷ୍ଣା ବୁସା । ଟ୍ରମ୍ପଙ୍କ ଭାରତ ଗସ୍ତ ବେଳେ ତାଙ୍କୁ ଭେଟିବାକୁ କ୍ରିଷ୍ଣା ବୁସା ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିବେଦନ କରିଛନ୍ତି ।

{"id":226254,"sizeSlug":"large"}

ଏହାସହ ସେ  ପ୍ରତି ଶୁକ୍ରବାର ଦିନ ଟ୍ରମ୍ପଙ୍କ ପାଇଁ ମାନସିକ କରି ଉପବାସ କରନ୍ତି । ପ୍ରତି କାମରେ ଯିବା ପୂର୍ବରୁ ଟ୍ରମ୍ପଙ୍କ ଫଟୋକୁ ଆଗେ ଦର୍ଶନ କରନ୍ତି । ତେବେ ଏହି ଟ୍ରମ୍ପଙ୍କ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ଏକ ମାସ ସମୟ ଲାଗିବା ସହ ୧୫ ଜଣ କାରିଗର ଏଥିପାଇଁ ନିୟୋଜିତ ହୋଇଥିବା କ୍ରିଷ୍ଣା କହିଛନ୍ତି । ଗାଁରେ ତାଙ୍କ ଘରକୁ ଟ୍ରମ୍ପ ହାଉସ୍ ନାଁରେ ମଧ୍ୟ ଜଣାଯାଏ ବୋଲି କ୍ରିଷ୍ଣାଙ୍କ ସାଙ୍ଗ କହିଛନ୍ତି ।

{"id":226255,"width":579,"height":290,"sizeSlug":"large"}

ଏହି ଗସ୍ତ ସମୟରେ ଟ୍ରମ୍ପ ଯିବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ହୋମଲ୍ୟାଣ୍ଡ ଅହମ୍ମଦାବାଦ । ସେଠାରେ ଟ୍ରମ୍ପ ବିଶ୍ବର ସବୁଠାରୁ ବଡ କ୍ରିକେଟ୍ ଷ୍ଟାଡିୟମ ମୋଟେରା ଷ୍ଟାଡିୟମକୁ ଉଦଘାଟନ କରିବେ । ଏଥିସହିତ ଟ୍ରମ୍ପ ମହାତ୍ମା ଗାନ୍ଧିଙ୍କ ଜନ୍ମସ୍ଥଳୀକୁ ମଧ୍ୟ ଗସ୍ତ କରିବେ। ତାଙ୍କର ଏହି ଗସ୍ତ ପାଇଁ ଗୁଜରାଟ ସରକାର ବ୍ୟାପକ ଆୟୋଜନ କରୁଛନ୍ତି । ଏଥିପାଇଁ ସହରକୁ ସଜାଯାଉଥିବା ବେଳେ ସହରର ଝୁମ୍ପୁଡିକୁ ମଧ୍ୟ ଏକ ବିରାଟ ୱାଲ୍ ଦ୍ବାର ଘେରାଯାଉଛି ।

{"id":226256,"width":577,"height":323,"sizeSlug":"large"}

ସୁରକ୍ଷା ପାଇଁ ୧୨ ହଜାର ପୋଲିସ କର୍ମୀ ନିୟୋଜିତ ହେବେ । ତେବେ ଆମେରିକାର ସୁରକ୍ଷା କର୍ମୀ ମଧ୍ୟ ପୂର୍ବରୁ ଆସି ସ୍ଥିତିର ସମୀକ୍ଷା କରିଛନ୍ତି । ନମସ୍ତେ ଟ୍ରମ୍ପ୍ ନାଁରେ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି, ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ରୋଡ୍ ସୋରେ ଯିବେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.