Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ବୋଲ ମାନୁନି ଟ୍ରମ୍ପଙ୍କ ତୁଣ୍ଡ, ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ଉପରେ ଦେଲେ ଅଶ୍ଳୀଳ ମନ୍ତବ୍ୟ

12/09/2021 at 9:37 AM

ଆମେରିକା ୧୨/୦୯ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଦାସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ବିଶେଷ କରି ସୋସିଆଲ ମିଡିଆରେ ନିଜର ମନ୍ତବ୍ୟକୁ ନେଇ ସେ ଚର୍ଚ୍ଚାରେ ରହିଥାନ୍ତି । ଏବେ ସେ ପୁଣିଥରେ ନିଜର କଥା ବା ଉକ୍ତିକୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଫେସବୁକର ପ୍ରତିଷ୍ଠାତା ତଥା ସିଇଓ ମାର୍କ ଜୁକରବର୍ଗଙ୍କ ବିଷୟରେ ଅଶ୍ଳୀଳ ମନ୍ତବ୍ୟ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି ଯେ ଯେତେବେଳେ ସେ କ୍ଷମତାରେ ଥିଲେ ଜୁକରବର୍ଗ ତାଙ୍କ ପଦାଙ୍କ ଅନୁସରଣ କରୁଥିଲେ ।

ତେବେ ଏହି ସମୟ ମଧ୍ୟରେ ସେ ବ୍ୟବହାର କରିଥିବା ଭାଷା ଲେଖାଯାଇ ପାରି ନାହିଁ । ଟ୍ରମ୍ପ ତାଙ୍କୁ ‘ଅସୁସ୍ଥ’ ବୋଲି ମଧ୍ୟ କହିଛନ୍ତି । ଫକ୍ସ ନ୍ୟୁଜକୁ ଟ୍ରମ୍ପ ଏହି ସବୁ କଥା ଜଣାଇଛନ୍ତି । ଚଳିତ ବର୍ଷ ଜାନୁଆରୀରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ପରେ ହ୍ୱାଇଟ ହାଉସରେ ହୋଇଥିବା ହିଂସା ପରେ ଟ୍ରମ୍ପଙ୍କ ଫେସବୁକ-ଟ୍ୱିଟର ଆକାଉଣ୍ଟକୁ ବାରଣ କରାଯାଇଥିଲା । ଟ୍ରମ୍ପ ବର୍ତ୍ତମାନ ଟ୍ୱିଟର, ଫେସବୁକ ଏବଂ ୟୁଟ୍ୟୁବ ବିରୋଧରେ ମାମଲା ଲଢୁଛନ୍ତି ।

ସେ ଏହି ତିନିଜଣଙ୍କୁ ‘ଅସୁସ୍ଥ’ ବୋଲି ବର୍ଣ୍ଣନା କରିଛନ୍ତି । ଫକ୍ସ ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି, ‘ଏହି ଲୋକମାନେ ଅସୁସ୍ଥ ଅଛନ୍ତି । ସେ ଏବଂ ତାଙ୍କ ପ୍ରିୟ ପତ୍ନୀ ହ୍ୱାଇଟ ହାଉସରେ ମୋ ସହିତ ରାତ୍ରୀ ଭୋଜନ କରୁଥିଲେ । ବର୍ତ୍ତମାନ ତୁମେ ଦେଖ, ସମସ୍ତେ ମୋ ପାଇଁ କ’ଣ କରୁଛନ୍ତି । ଏହା ସବୁ ପାଗଳର ପ୍ରଳାପ । ‘ଅନେକ ଲୋକ ଭାବନ୍ତି ଯେ ଟ୍ୱିଟର ମୋ ପାଇଁ ଠିକ ନୁହେଁ, କିନ୍ତୁ ମୁଁ ଏଥିରେ ସହମତ ନୁହେଁ । ମୁଁ ଭାବୁଛି ସେ ମୋ ପାଇଁ ଠିକ୍ ଅଛି ।

   Related Posts