ଟ୍ରମ୍ପ୍‌ଙ୍କ ଚିକିତ୍ସାରେ ଡାକ୍ତର ବ୍ୟବହାର କରିଥିଲେ ଷ୍ଟେରଏଡ୍, ଯାହା ଅଧିକ ଗୁରୁତର ରୋଗୀଙ୍କଠାରେ ବ୍ୟବହୃତ ହୁଏ

Published By : Prameya-News7 Bureau | October 05, 2020 IST

ଓ୍ବାଶିଂଟନ୍ ୫।୧୦: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କରୋନାରେ ସଂକ୍ରମିତ ହୋଇ ଏବେ ଚିକିତ୍ସାଧିନ ଅଛନ୍ତି । ତେବେ ଡାକ୍ତରମାନେ ତାଙ୍କ ଚିକିତ୍ସା ସମୟରେ ଡେକ୍ସାମେଥାସୋନ ନାମକ ଏକ ଷ୍ଟେରଏଡର ବ୍ୟବହାର କରିଥିଲେ । ଯେଉଁ ଔଷଧ ସାଧାରଣତଃ ଅଧିକ ଗୁରୁତର ଥିବା କୋଭିଡ୍-୧୯ ସଂକ୍ରମିତଙ୍କଠାରେ ବ୍ୟବହୃତ ହୁଏ ।

ଡେକ୍ସାମେଥାସୋନ ଭାଇରସ୍ ର ସଂକ୍ରମଣ ଏବଂ ରୋଗ ପ୍ରତିରୋଧ କ୍ଷମତାକୁ ନିୟନ୍ତ୍ରଣରେ ରଖିପାରେ । କରୋନା ସଂକ୍ରମିତଙ୍କ ପାଇଁ ଏହା ଏକ ସମ୍ଭାବ୍ୟ ସଫଳତା ଭାବରେ ବିବେଚନା କରାଯାଏ । ଯେୁଉଁମାନଙ୍କର କୋଭିଡ୍-୧୯ ଯୋଗୁଁ ସ୍ବାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇଯାଇଥାଏ । ଏକ ଅଧ୍ୟୟନରେ ଏହା ସ୍ପଷ୍ଟ ଜଣାପଡିଛି ଯେ, ଯେଉଁ ରୋଗୀମାନେ ଅକ୍ସିଜେନ୍ କିମ୍ବା ଭେଣ୍ଟିଲେଟରରେ ଆବଶ୍ୟକତା କରିଥାନ୍ତି ସେମାନଙ୍କ ମୃତ୍ୟୁ ହେବାର ସମ୍ଭାବନାକୁ ଏହା ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

କୋଭିଡ୍-୧୯ ହେଉଛି ଦୁଇଟି ପର୍ଯ୍ୟାୟର ସଂକ୍ରମଣ । ଅଧିକାଂଶ ଲୋକଙ୍କ ଜୀବନ ପ୍ରତି ବିପଦ ଭାଇରସ୍ ଲକ୍ଷଣରୁ ନୁହେଁ ବରଂ ରୋଗ ପ୍ରତିରୋଧକ ଶକ୍ତି ନିୟନ୍ତ୍ରଣ ବାହାରକୁ ଚାଲିଯିବା ଯୋଗୁଁ ହୋଇଥାଏ । ସଂକ୍ରମଣ ହେବାର ଏକ ସପ୍ତାହରୁ ୧୦ ଦିନ ପର୍ଯ୍ୟନ୍ତ ରହିପାରେ ।

ଟ୍ରମ୍ପଙ୍କ ମୁଖ୍ୟ ଡାକ୍ତର ଥିବା ହ୍ବାଇଟ ହାଉସର ଚିକିତ୍ସକ ସିନ କନଲି ରବିବାର ଦିନ ୱାଲ୍ଟର ରିଡ୍ ନ୍ୟାସନାଲ ମିଲିଟାରୀ ମେଡିକାଲରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଜାରି ରହିଛି । ଯେକୌଣସି ଅସୁସ୍ଥତାରେ ଚିକିତ୍ସା ସମୟରେ ବାରମ୍ବାର ଉତ୍ଥାନ-ପତନ ଘଟିଥାଏ । ରାଷ୍ଟ୍ରପତିଙ୍କ ଡାକ୍ତରୀ ଟିମ୍ ସୋମବାର ସୁଦ୍ଧା ତାଙ୍କୁ ଡିସଚାର୍ଜ କରିବାକୁ ପ୍ରସ୍ତୁତ ହେଉଛନ୍ତି । ମାତ୍ର ଏହା ସ୍ପଷ୍ଟ ହୋଇନାହିଁ ଯେ, କାହିଁକି ସେମାନେ ତାଙ୍କୁ ଏଭଳି ଷ୍ଟେରଏଡ ଦେଉଥିଲେ ଯାହା ସାଧାରଣତଃ ଗୁରୁତର ରୋଗୀମାନଙ୍କୁ ଦିଆଯାଇଥାଏ ।

ଦୁଇ ସପ୍ତାହରୁ ଅଧିକ ସମୟ ଧରି ଏହି ଷ୍ଟେରଏଡ ବ୍ୟବହାର କରିବା ଦ୍ବାରା ଏହାର ପାର୍ଶ୍ବ ପ୍ରତିକ୍ରିୟା ଦେକାଦେବାର ଆଶଙ୍କା ରହିଥାଏ । ଯେପରିକି ଉଚ୍ଚ ରକ୍ତଚାପ କିମ୍ବା ମାନସିକ ଅବସାଦ ଇତ୍ୟାଦି । ଡବ୍ଲୁଏଚଓର ସୂଚନା ଅନୁଯାୟୀ ଏହି ଷ୍ଟେରଏଡକୁ ଅଳ୍ପ ସମୟ ପାଇଁ ବ୍ୟବହାର କରିବା ଦ୍ବାରା ଏସବୁ ସମସ୍ୟା ଦେଥାଯାଏ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.