Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||

ନିୟମ ଭାଙ୍ଗିଲେ ଡୋନାଲ୍ଡ୍ ଟ୍ରମ୍ପ୍, ମାସ୍କ ପିନ୍ଧିବାକୁ ମନା କଲେ

22/05/2020 at 10:15 PM

ଓ୍ୱାଶିଂଟନ, ୨୨|୦୫:  ସାରା ବିଶ୍ୱ ଏବେ କରୋନା ଭାଇରସର ମୁକାବିଲା କରୁଛି । ଏହି ଭାଇରସର କୌଣସି ଔଷଧ ନଥିବାକୁ ସଚେତନ ହେବା, ସାମାଜିକ ଦୂରତା ଅବଲମ୍ବନ ସହ ମାସ୍କ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି । ତେବେ ଆମେରିକା ରାଷ୍ଚ୍ରପତି ଡୋନାଲ୍ଡ ଟ୍ରମ୍ପ ମାସ୍କ ପରିଧାନ କରିବେ ନାହିଁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଶୁକ୍ରବାର ଫୋର୍ଡ କମ୍ପାନୀ ଗସ୍ତ କରି ଟ୍ରମ୍ପ ଭେଣ୍ଟିଲେଟର ଓ ପିପିଇର ଉତ୍ପାଦନ ଦେଖିଥିଲେ । ସେହି ସ୍ଥାନରେ ଥିବା ସମସ୍ତ ଲୋକଙ୍କୁ ଟ୍ରମ୍ପ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଥିଲେ । ଏହାପରେ ସେ ସାମ୍ୱାଦିକଙ୍କୁ ପ୍ରତିକ୍ରିୟା ଦେଇଥିଲେ । ଟ୍ରମ୍ପ କହିଥିଲେ ଯେ, ତାଙ୍କ ସହଯୋଗୀମାନେ ମାସ୍କ ପିନ୍ଧିଛନ୍ତି । ସେ ମଧ୍ୟ କିଛି ସମୟ ପୂର୍ବରୁ ମାସ୍କ ପିନ୍ଧିଥିଲେ । ତେବେ କେବଳ କ୍ୟାମେରା ଆଗରେ ମାସ୍କ ପିନ୍ଧିବା ଆବଶ୍ୟକ ନାହିଁ । ତେବେ ତାଙ୍କ ପକେଟରେ ହ୍ୱାଇଟ୍ ହାଉସ ତରଫରୁ ଦିଆଯାଇଥିବା ଏକ ମାସ୍କ ସେ ସମସ୍ତଙ୍କୁ ଦେଖାଇଥିଲେ । ଏହାକୁ ସେ ସର୍ବସାଧାରଣ ସ୍ଥାନରେ ପିନ୍ଧିଥାନ୍ତି ।

ଫୋର୍ଡ ନିର୍ଦ୍ଦେଶକ ବିଲ୍ ଫୋର୍ଡ କହିଛନ୍ତି ଯେ, ରାଷ୍ଟ୍ରପତି ସମସ୍ତଙ୍କୁ ମାସ୍କ ପିନ୍ଧିବା ପାଇଁ କହୁଛନ୍ତି । ତେବେ ସେ ପିନ୍ଧିବେ ନା ନାହିଁ ଏହା ତାଙ୍କର ନିଜସ୍ୱ ପସନ୍ଦ । ତେବେ ମିଚିଗାନର ଆଟର୍ଣ୍ଣିଂ ଜେନେରାଲ ଡାନା ନେସେଲ କହିଥିଲେ ଯେ, ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଟ୍ରମ୍ପ ଏହାକୁ ପାଳନ କରିନାହାଁନ୍ତି । ଏପିରିକି ଟ୍ରମ୍ପଙ୍କ ରାଜ୍ୟ ଗସ୍ତକୁ ବ୍ୟାନ୍ କରାଯାଉ ବୋଲି ମଧ୍ୟ ଜଣେ ଅଧିକାରୀ କହିଛନ୍ତି ।

ସୂଚନାଯୋଗ୍ୟ, ନିକଟରେ ହ୍ୱାଇଟହାଉସର ୨ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଇଥିଲା । ଆମେରିକାରେ ୯୪ହଜାରରୁ ଅଧିକ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇ ଜୀବନ ହାରିଥିବା ବେଳେ ୧୫ ଲକ୍ଷରୁ ଅଧିକ ସଂକ୍ରମିତ ହୋଇଛନ୍ତି ।

   Related Posts