Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

କରୋନାକୁ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲା ଆମେରିକା, ଟ୍ରମ୍ପ୍ କହିଲେ ପରବର୍ତ୍ତୀ ୮ ସପ୍ତାହ କଠିନ

14/03/2020 at 9:01 AM

ଓ୍ବାଶିଂଟନ୍ ।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ଭାଇରସ୍ କୁ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଏହାସହ ଟ୍ରମ୍ପ ପ୍ରଶାସନ ଏହି ବିପଜ୍ଜନକ ଭାଇରସ୍ ର ମୁକାବିଲା ପାଇଁ ଆଦ୍ଭୁଦପୂର୍ବ ଆର୍ଥିକ ଏବଂ ବୈଜ୍ଞାନିକ ଉପାୟ ଅବଲମ୍ବନ କରିଛି । ଆଗାମୀ କିଛି ମାସ ମଧ୍ୟରେ ନିର୍ବାଚନ ଲଢିବାକୁ ଯାଉଥିବା ରାଷ୍ଟ୍ରପତି ଟ୍ରମ୍ପ୍ କରୋନାକୁ ନେଇ କୌଣସି ପ୍ରକାରର ଅବହେଳା କରିବାକୁ ଚାହୁଁନାହାଁନ୍ତି।

ଟ୍ରମ୍ପ୍ କହିଛନ୍ତି ଯେ, ଏଭଳି ପଦକ୍ଷେପରୁ କରୋନା ଭାଇରସ୍ ର ମୁକାବିଲା ପାଇଁ ୫୦ ଅରବ ଡଲାର ଫଣ୍ଡ ମିଳିବ । ଟ୍ରମ୍ପ୍ କହିଛନ୍ତି ଯେ, ଆମେରିକାର କେନ୍ଦ୍ରୀୟ, ଆଞ୍ଚଳିକ ଏବଂ ସ୍ଥାନୀୟ ଏଜେନ୍ସିମାନେ କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ଏହି ଫଣ୍ଡକୁ ବ୍ୟବହାର କରିବେ । କରୋନା ଭାଇରସ୍ ଯୋଗୁଁ ଆମେରିକାରେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୪୦ ଜଣଙ୍କର ମୃତ୍ୟୁ ହୋଇସାରିଲାଣି ।

ଆମେରିକାର ରାଷ୍ଟ୍ରପତି କହିଛନ୍ତି ଯେ, ଜାତୀୟ ଜରୁରୀକାଳୀନ ପରିସ୍ଥିତି ଦୁଇଟି ବହୁତ ବଡ ଶବ୍ଦ। ସେ କହିଛନ୍ତି ଯେ, ତାଙ୍କର ଏହି ପଦକ୍ଷେପ ଯୋଗୁଁ ଆମେରିକା ସରକାର ଏହି ରୋଗର ମୁକାବିଲା ପାଇଁ ସମସ୍ତ ଶକ୍ତି ବ୍ୟବହାର କରିପାରିବେ । ଟ୍ରମ୍ପଙ୍କ ଏହି ପଦକ୍ଷେପ ଆମେରିକାର ପ୍ରଶାସନ ପାଇଁ ବେଶ୍ ଲାଭଦାୟକ । ଜାତୀୟ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବା ଦ୍ବାରା କରୋନା ଭାଇରସ୍ ର ମୁକାବିଲା ପାଇଁ ଟ୍ରମ୍ପ୍ ପ୍ରଶାସନ ୫୦ ଅରବ ଡଲାର ଅର୍ଥାତ୍ ପ୍ରାୟ ୩୭ ଟ୍ରିଲିୟନ ଟଙ୍କା ବ୍ୟବହାର କରିବାରେ ସକ୍ଷମ ହେବେ।

ଟ୍ରମ୍ପ୍ ଆମେରିକା ରାଜ୍ୟଗୁଡିକୁ ତୁରନ୍ତ ନିଜ ନିଜ ଅଞ୍ଚଳରେ ଜରୁରୀକାଳୀନ ଅପରେସନ ସେଣ୍ଟର ଆରମ୍ଭ କରିବାକୁ କହିଛନ୍ତି । ଟ୍ରମ୍ପ କହିଛନ୍ତି ଯେ, ଏହି ରୋଗର ସଂକ୍ରମଣକୁ ସଂପୂର୍ଣ୍ଣ ରୋକିବା ତାଙ୍କ ସରକାରଙ୍କ ଲକ୍ଷ୍ୟ । ସେ କହିଛନ୍ତି ଯେ, ଯେଉଁମାନେ ଏହି ରୋଗରେ ପୀଡିତ ସେମାନଙ୍କୁ ଉତ୍ତମ ଚିକିତ୍ସା ପ୍ରଦାନ କରାଯାଉ । ରାଷ୍ଟ୍ରପତି ଟ୍ରମ୍ପ୍ କହିଛନ୍ତି ଯେ, ଆଗାମୀ ଦିନରେ ଆମକୁ କିଛି ପରିବର୍ତ୍ତନ ଏବଂ ତ୍ୟାଗ କରିବାକୁ ପଡିବ । ମାତ୍ର କିଛି ସମୟର ଏହି ତ୍ୟାଗ ଆଗାମୀ ଦିନରେ ଲାଭଦାୟକ ପ୍ରମାଣିତ ହେବ | ସେ କହିଛନ୍ତି ଯେ, ଆସନ୍ତା ୮ ସପ୍ତାହ କଠିନ ।

ଏଭଳି ଦୁଇଟି କମ୍ପାନୀକୁ ଟ୍ରମ୍ପ୍ ପ୍ରଶାସନ ୧୩ ଲକ୍ଷ ଡଲାର ଦେବାକୁ ଘୋଷଣା କରିଛି ଯେଉଁ କମ୍ପାନୀ ଜଣେ ବ୍ୟକ୍ତିଙ୍କଠାରେ କରୋନା ଭାଇରସ୍ ରହିଛି କି ନାହିଁ ତାହା ଏକ ଘଣ୍ଟା ମଧ୍ୟରେ ଚିହ୍ନଟ କରିପାରିବେ ।

ଆମେରିକାର ବିରୋଧୀ ଦଳ ଟ୍ରମ୍ପ୍ ପ୍ରଶାସନ ଉପରେ ଅଭିଯୋଗ କରୁଛନ୍ତି ଯେ, ସରକାର କରୋନା ସହିତ ମୁକାବିଲା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରୁନାହାଁନ୍ତି। ଏହାପରେ, ଟ୍ରମ୍ପ୍ ୧୯୮୮ ମସିହାରେ ହୋଇଥିବା ଏକ ଆଇନ ଅନୁଯାୟୀ କରୋନା ସଂକ୍ରମଣକୁ ଜାତୀୟ ଜରୁରୀକାଳୀନ ପରିସ୍ଥିତି ବୋଲି ଘୋଷଣା କରିବାକୁ ନିଷ୍ପତ୍ତି ନେଇଛନ୍ତି।

ପୂର୍ବରୁ ୨୦୦୦ ମସିହାରେ ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍ ପଶ୍ଚିମ ନୀଳ ଜୀବାଣୁ ବିପଦକୁ ଦୃଷ୍ଟିରେ ରଖି ଏଭଳି ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ।

   Related Posts