ରାଷ୍ଟ୍ରପତି ପଦ ଛାଡିବାକୁ ଅରାଜି ହେଲେ ଟ୍ରମ୍ପଙ୍କୁ ହ୍ଵାଇଟ୍ ହାଉସ୍‌ରୁ ଏମିତି ବାହାର କରାଯିବ, ଜୋ ବାଇଡେନ ଗୋଷ୍ଠୀ ପ୍ରସ୍ତୁତ କଲେ ପ୍ଲାନ୍

Published By : Prameya-News7 Bureau | November 07, 2020 IST

ଓ୍ଵାଶିଂଟନ ୦୭।୧୧: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନର ପରିଣାମ ଉପରେ ଏବେ ସାରା ଦୁନିଆର ନଜର। ଜର୍ଜିଆ ଓ ପେନସିଲଭେନିଆ ପରି ରାଜ୍ୟରେ ଅଗ୍ରଣୀ ହାସଲ କରିବା ସହିତ ଜୋ ବାଇଡେନ କ୍ଷମତାର ଦ୍ଵାର ଦେଶରେ ପହଞ୍ଚି ଯାଇଛନ୍ତି। ଅନ୍ୟପଟେ ଟ୍ରମ୍ପ କହିଛନ୍ତି ଯେ, ସେ ସହଜରେ ପରାଜୟ ସ୍ଵୀକାର କରିବେ ନାହିଁ ଏବଂ ପାରୁ ପର୍ଯ୍ୟନ୍ତ ସେ କ୍ଷମତା ଜାବୁଡି ଧରିବାକୁ ଚେଷ୍ଟା କରିବେ। ଜୋ ବାଇଡେନଙ୍କ ଟିମ୍ ଶୁକ୍ରବାର ଚେତାବନୀ ଦେଇଛନ୍ତି ଯେ, ନିର୍ବାଚନରେ ପରାଜୟ ପରେ  ବି ଟ୍ରମ୍ପ ଯଦି ରାଷ୍ଟ୍ରପତି ଭବନ ଛାଡିବେ ନାହିଁ ତେବେ ସୁରକ୍ଷାକର୍ମୀ ତାଙ୍କୁ ବଳପୂର୍ବକ ବାହାର କରି ଦେବେ।

ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ ଜୋ ବାଇଡେନ ବହୁମତର ବହୁତ ନିକଟତର ହୋଇଛନ୍ତି। ଜର୍ଜିଆ ଓ ପେନିସିଲଭେନିଆରେ ପରି ରାଜ୍ୟରେ ସେ ଅଗ୍ରଣୀ ହାସଲ କରିଛନ୍ତି। ଫଳରେ ଦ୍ଵିତୀୟ ଥର ରାଷ୍ଟ୍ରପତି ହେବାର ସ୍ଵପ୍ନ ଦେଖୁଥିବା ଟ୍ରମ୍ପଙ୍କୁ ଜୋରଦାର ଝଟକା ଲାଗିଛି। କିନ୍ତୁ ସେ ସ୍ପଷ୍ଟ କରିଛନ୍ତି ଯେ, ସେ ସହଜରେ ପରାଜୟ ମାନିବେ ନାହିଁ। ବାଇଡେନ ଗୋଷ୍ଠୀ ଭୋଟ୍‌ରେ ଅନିୟମିତତା କରିଥିବା ଟ୍ରମ୍ପଙ୍କ ଗୋଷ୍ଠୀ ବାରମ୍ବାର ଅଭିଯୋଗ କରି ଚାଲିଛନ୍ତି। ଟ୍ରମ୍ପ କହିଛନ୍ତି, ଯଦି ଅବୈଧ ଭୋଟ୍‌ର ଗଣତି କରାଯାଇନଥାନ୍ତା ତେବେ ସେ ସହଜରେ ବିଜୟୀ ହୋଇଥାନ୍ତେ।

ଫକ୍ସ ନ୍ୟୁଜ୍ ସହ ଏକ ସାକ୍ଷାତକାରରେ ଟ୍ରମ୍ପ ପରାଜୟ ସ୍ଵୀକାର କରିବା ଏବଂ କ୍ଷମତା ହସ୍ତାନ୍ତର କରିବାକୁ ମନା କରିଥିଲେ। ସେ କହିଛନ୍ତି ଏବେ ମଧ୍ୟ ହଜାର ସଂଖ୍ୟକ ଭୋଟ୍ ଗଣତି ବାକି ରହିଛି। ଏଥିରେ ଅଧିକାଂଶ ଅଞ୍ଚଳରେ ଡେମୋକ୍ରାଟିକର ପ୍ରଭାବ ରହିଛି। ଅନ୍ୟପଟେ ବାଇଡେନ ପେନସିଲଭେନିଆରେ ୯ ହଜାର ଭୋଟ୍‌ର ଅଗ୍ରଣୀ ହାସଲ କରିଛନ୍ତି। ଟ୍ରମ୍ପ ହାରିବା ପରେ ଯଦି କ୍ଷମତା ହସ୍ତାନ୍ତର ନକରନ୍ତି ତେବେ ତାଙ୍କୁ ବଳପୂର୍ବକ ହ୍ଵାଇଟ୍ ହାଉସ୍‌ରୁ ବାହାର କରାଯିବ ବୋଲି ବାଇଡେନ ଗୋଷ୍ଠୀ ଯୋଜନା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.