ଆମେରିକା ନିର୍ବାଚନ: ରାଷ୍ଟ୍ରପତି ନିର୍ବାଚନର ସପ୍ତାହେ ପୂର୍ବରୁ ହ୍ୟାକ୍‌ ହେଲା ଟ୍ରମ୍ପଙ୍କ କ୍ୟାମ୍ପେନ ଓ୍ବେବସାଇଟ

Published By : Prameya-News7 Bureau | October 28, 2020 IST

ଓ୍ବାଶିଂଟନ୍ ୨୮/୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କ୍ୟାମ୍ପେନ ଓ୍ବେବସାଇଟ୍ ହୋଇଛି ହ୍ୟାକ୍। ମଙ୍ଗଳବାର କ୍ରିପଟୋକରେନ୍ସି ସ୍କାମର୍ସ ଏହାକୁ ହ୍ୟାକ୍ କରିଛି। ଏହି ଓ୍ବେବସାଇଟ୍ ଉପରେ ପ୍ରାୟ ୩୦ ମିନିଟ୍ ପର୍ଯ୍ୟନ୍ତ ହ୍ୟାକରଙ୍କ କବଜା ରହିଥିଲା। ଟ୍ବିଟର ହ୍ୟାକ ହୋଇଥିବା ଖବର ସର୍ବପ୍ରଥମେ ଟ୍ବିଟର ୟୁଜର ଗ୍ରାବିଏଲ ଲୋରେଞ୍ଜୋ ଗ୍ରେସସ୍କେଲର ଜଣାଇ ଥିଲେ। ସେ ଟ୍ରମ୍ପଙ୍କ ହ୍ୟାକ୍ ହୋଇଥିବା ଓ୍ବେବସାଇଟର ସ୍କ୍ରିନ ସଟ ମଧ୍ୟ ସେୟାର କରିଥିଲେ। ନଭେମ୍ବର ୩ରେ ଆମେରିକାରେ ନିର୍ବାଚନ ଅନୁଷ୍ଠିତ ହେବ।

ଓ୍ବେବସାଇଟ୍ ଅନୁସାରେ ଟ୍ରମ୍ପଙ୍କୁ ଏଥରର ରାଷ୍ଟ୍ରପତି ନିର୍ବାଚନ ନ ଜିତିବାର ପର୍ଯ୍ୟାପ୍ତ ପ୍ରମାଣ ରହିଛି। ଆମେରିକା ନାଗରିକଙ୍କ ପାଖରେ ଆଉ କିଛଇ ଅନ୍ୟ ବିକଳ୍ପ ନାହିଁ। ଓ୍ବେବସାଇଟ୍ ଜଲଦି ଅଫଲାଇନ୍ ହୋଇଯାଇଥିଲା। ଏହା ପରେ ହ୍ୟାକରଙ୍କ ବିନା ମେସେଜରେ ଏହାକୁ ରି-ଷ୍ଟୋର କରି ନିଆଗଲା।

ଏହି ହ୍ୟାକିଂ ଉପରେ ଟ୍ରମ୍ପ କ୍ୟାମ୍ପେନ ପ୍ରବକ୍ତା ଟିମ୍ ମର୍ଟଓ୍ବ କହିଛନ୍ତି ଓ୍ବେବସାଇଟ୍ ହ୍ୟାକ ହେବା ପରେ ଏଜେନ୍ସିଙ୍କ ସହ ମିଶି କାମ ଚାଲିଛି। ଏହା ସହ ମାମଲାର ତଦନ୍ତ ମଧ୍ୟ ଚାଲିଛି। ଏଭଳି ଆକ୍ରମଣ ପଛ​‌ରେ କିଏ ଦାୟୀ ରହିଛି ସେ ବିଷୟରେ ଜାଣିବା ଲାଗି ଚେଷ୍ଟା ଚାଲିଛି। ତେବେ କୌଣସି ସମ୍ବେଦନଶୀଳ ଡାଟା ଉପରେ କିଛି ବି କ୍ଷତି ପହଞ୍ଚି ନାହିଁ। ତେବେ ପ୍ରଥମ ଥର ପାଇଁ ଟ୍ରମ୍ପ ଏଭଳି ସମସ୍ୟାର ସାମ୍ନା କରି ନାହାନ୍ତି। ଏହା ପୂର୍ବରୁ ଜଣେ ଡଚ ସିକ୍ୟୁରିଟି ଗବେଷକ ଦାବି କରିଥିଲେ ଯେ ତାଙ୍କ ପାଖରେ ଟ୍ରମ୍ପଙ୍କ ଟ୍ବିଟର ଆକାଉଣ୍ଟର ଆସେସ୍ ରହିଛି ଓ ଏହାର ପାସଓ୍ବାର୍ଡ ମଧ୍ୟ ତାଙ୍କୁ ମଧ୍ୟ ଜାରି କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.