Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

‘କରୋନା ମୋ ପାଇଁ ଭଗବାନଙ୍କ ବରଦାନ’: ଟ୍ରମ୍ପଙ୍କ ଅଦ୍ଭୁତ ବୟାନକୁ ନେଇ ଚର୍ଚ୍ଚା

8/10/2020 at 4:26 PM

ନୂଆଦିଲ୍ଲୀ ୦୮/୧୦: କରୋନା ମହାମାରୀ ସାରା ବିଶ୍ବ​ରେ ସଂହାରଲୀଳା ଚଳାଇଛି । କରୋନା ସଂକ୍ରମିତଙ୍କ ସଂଖା ଆଶାତୀତ ବୃଦ୍ଧି ହେଉଥିବା ଦେଖିବାକୁ ମିଳୁଛି । ବହୁ ବଡ଼ ବଡ଼ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହେଉଛନ୍ତି । ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । କରୋନାରୁ ସୁସ୍ଥ ହେବା ପ‌ରେ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ସେ ଏବେ ସୁସ୍ଥ ଥିବା ନେଇ ସୂଚନା ଦେଇଛନ୍ତି । ଏହାସହ କରୋନାକୁ ନେଇ ଟ୍ରମ୍ପଙ୍କ ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଭିଡିଓ ଜାରି କରି ଟ୍ରମ୍ପ କହିଛନ୍ତି, ‘ମୁଁ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ମୋତେ ଲାଗୁଛି କରୋନାରେ ସଂକ୍ରମିତ ହେବା ଭଗବାନଙ୍କ ଆଶୀର୍ବାଦ । ମୁଁ ରେଜିନେରନ୍‌ ଔଷଧ ସମ୍ପର୍କରେ ଶୁଣିଥିଲି । ଏହାକୁ ସେବନ କରିବା ପାଇଁ ଲୋକମାନଙ୍କୁ ପରାମର୍ଶ କରିଥିଲି। ମୁଁ ଏହି ଔଷଧ ସେବନ କରିବା ଦ୍ବାରା ଆରାମ ମିଳିଛି। ’

ଏହାସହ କରୋନା ଭୂତାଣୁର ସୃଷ୍ଟିକର୍ତ୍ତା ଭାବେ ଜଣା ଚୀନକୁ କଡ଼ା ଭାଷାରେ ସମାଲୋଚନା କରିବା ସହ ଚେତାବନୀ ମଧ୍ୟ ଦେଇଛନ୍ତି ଟ୍ରମ୍ପ। ଚୀନ ବିଶ୍ବ ସହ ଯାହା କରିଛି ସେଥିପାଇଁ ଭୟଙ୍କର ପରିଣାମ ଭୋଗିବ। ଚୀନକୁ କହିବାକୁ ଚାହେଁ କରୋନା ଭାଇରସ୍‌ ସୃଷ୍ଟି କରିବା ତାର ସବୁଠୁ ବଡ଼ ଭୁଲ ଓ ଏଥିପାଇଁ ତାକୁ ଭୋଗିବାକୁ ପଡ଼ିବ ବୋଲି କହିଛନ୍ତି ଟ୍ରମ୍ପ।

ଅନ୍ୟପଟେ ସମ୍ପୂର୍ଣ୍ଣ ବିଶ୍ବ ଏବେ କରୋନ ମହାମାରୀ ସହ ଲଢ଼େଇ କରୁଛି। ଭାରତରେ ଏହାର ପ୍ରକୋପ ମଧ୍ୟ ବୃଦ୍ଧି ପାଇଛି। କିନ୍ତୁ ଖୁସିର କଥା ଯେ ଭାରତରେ କରୋନାରୁ ସୁସ୍ଥ ହାର ବୃଦ୍ଧି ପାଇ ୮୫ ପ୍ରତିଶତରେ ପହଞ୍ଚିଛି। ଏହାସହ ମୃତ୍ୟହାର କମି ୧.୫୫ ପ୍ରତିଶତରେ ପହଞ୍ଚିଥିବା ଜଣାପଡ଼ିଛି।

   Related Posts