Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

ଘୂର୍ଣ୍ଣିଝଡ ଉପରେ ପରମାଣୁ ବୋମା ପକାଇବାକୁ ଆମେରିକା ରାଷ୍ଟ୍ରପତିଙ୍କ ପରାମର୍ଶ

26/08/2019 at 8:15 PM

ଘୂର୍ଣ୍ଣିବାତ୍ୟା ଦେଶରେ ପହଞ୍ଚିବା ପୂର୍ବରୁ ପରମାଣୁ ବୋମା ପକାଇ ଦୁର୍ବଳ କରିଦେବାକୁ ପରାମର୍ଶ ଦେଇଛନ୍ତି  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ। ଘୂର୍ଣ୍ଣି ବାତ୍ୟାକୁ ନେଇ ଅନୁଷ୍ଠିତ ଏକ ଆଲୋଚନା ଚକ୍ରରେ ଯୋଗଦେଇ ରାଷ୍ଟ୍ରପତି ଟ୍ରମ୍ଫ ଜାଣିବାକୁ ଚାହିଁଥିଲେ ଯେ ଆଫ୍ରିକା ଉପକୂଳରେ ସୃଷ୍ଟି ହେଉଥିବା ଏଭଳି ପ୍ରାକୃତିକ ପ୍ରକ୍ରିୟାକୁ ଅଟକାଇ ହେବ କି ନା। ଯଦି ନୁହେଁ ତେବେ ଝଡକୁ ଆଣବିକ ବୋମାରେ ଟାର୍ଗେଟ କରି ତାର ବିନାଶକ କ୍ଷମତାକୁ ହ୍ରାସ କରିବାକୁ ଟ୍ରମ୍ଫ କହିଛନ୍ତି। ହେଲେ ରାଷ୍ଟ୍ରପତିଙ୍କ କଥାରେ ଅସହାୟତା ପ୍ରକାଶ କରିଛନ୍ତି ପାଣିପାଗ ବୈଜ୍ଞାକନିକଙ୍କ ସମେତ ଉପସ୍ଥିତ ଅନ୍ୟମାନେ।  

ତେବେ ଆମେରିକା ରାଷ୍ଟ୍ରପତିଙ୍କ ଏଭଳି ଅବାନ୍ତର ଯୁକ୍ତି କିଛି ନୂଆ କଥା ନୁହେଁ । ଏହା ପୂର୍ବରୁ ୨୦୧୭ ମସିହାରେ ମଧ୍ୟ ରାଷ୍ଟ୍ରପତି ଏ ନେଇ ତାଙ୍କର ଜଣେ ବରିଷ୍ଠ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ। ତେବେ ଏ ନେଇ ହ୍ୱାଇଟ୍ ହାଉସ୍ ପକ୍ଷରୁ କୌଣସି ମତାମତ ଦିଆଯାଇ ନାହିଁ। ହେଲେ ଏହା ପଛରେ ଟ୍ରମ୍ଫଙ୍କର କୌଣସି ମନ୍ଦ ଉଦ୍ଦେଶ୍ୟ ନଥିବା ତାଙ୍କର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଘୂର୍ଣ୍ଣିଝଡକୁ ନେଇ କେବଳ ଟ୍ରମ୍ଫ ନୁହନ୍ତି ଅତୀତରେ ମଧ୍ୟ ଜଣେ ରାଷ୍ଟ୍ରପତି ଏଭଳି କହିଥିଲେ।

୧୯୫୦ ମସିହାରେ ରାଷ୍ଟ୍ରପତି ଥିବା ଡ୍ୱାଇଟ୍ ଆଇଜନହୋଭର ବି ଏକଦା ଏହା କହିଥିଲେ। ବାସ୍ତବିକ ଆମେରିକା ମୁହାଁଉଥିବା ଉଷ୍ଣ କଟିବନ୍ଧିୟ ଝଡର ସମ୍ମୁଖୀନ ହୋଇ ନଥିବା ବ୍ୟକ୍ତି ବୟାନ କରିପାରିବନି ଏହାର ଭୟାବହତା। ଏଣୁ ଯିଏ ଥରେ ଆମେରିକାରେ ପ୍ରାକୃତିକ ତାଣ୍ଡବ ଅନୁଭବ କରିଛି ସେ ହିଁ କେବଳ ଏଭଳି କଥା କହିପାରନ୍ତି। ହେଲେ ପ୍ରତି ଥର ବୈଜ୍ଞାନିକମାନେ ଏଭଳି ବିଚାରେ ସେମାନଙ୍କର ଅସହାୟତା ପ୍ରକାଶ କରିଆସିଛନ୍ତି। ଯାହା ଏଥର ବି ହୋଇଛି।

   Related Posts