Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଡୋନାଲ୍ଡ ଟ୍ରମ୍ପ୍‌ ସସ୍‌ପେଣ୍ଡ କଲେ H1-B ଭିସା, ଭାରତୀୟ ଆଇଟି ପ୍ରଫେସନାଲଙ୍କୁ ବଡ ଝଟ୍‌କା

23/06/2020 at 8:25 AM

ଓ୍ବାଶିଂଟନ୍ ୨୩।୬: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ H1-B ଭିସା ସସପେଣ୍ଡ ରଖିବାକୁ ଘୋଷଣା କରିଛନ୍ତି। ଏହା ଦ୍ବାରା ଭାରତ ସମେତ ବିଶ୍ବର ଆଇଟି ପ୍ରଫେସନାଲମାନଙ୍କୁ ଝଟକା ଲାଗିଛି । ଏହି ସସପେଣ୍ଡ ବର୍ଷ ଶେଷ ପର୍ଯ୍ୟନ୍ତ ବୈଧ ରହିବ । ଟ୍ରମ୍ପ ପ୍ରଶାସନର ଅଧିକାରୀଙ୍କ କହିବା ଅନୁସାରେ, ଆମେରିକୀୟ ଶ୍ରମିକଙ୍କ ସୁବିଧା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

ଡୋନାଲ୍ଡ ଟ୍ରମ୍ପ ସୋମବାର କହିଛନ୍ତି ବର୍ତ୍ତମାନର ଅର୍ଥନୈତିକ ସଙ୍କଟ କାରଣରୁ ଚାକିରୀ ହରାଇଥିବା ଆମେରିକୀୟମାନଙ୍କୁ ସାହାଯ୍ୟ କରିବା ପାଇଁ ଏହି ପଦକ୍ଷେପର ଆବଶ୍ୟକତା ରହିଥିଲା । ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏହା ଘୋଷଣା କରି ଟ୍ରମ୍ପ ବିଭିନ୍ନ ବ୍ୟବସାୟିକ ସଂଗଠନ, ଆଇନଜୀବୀ ତଥା ମାନବାଧିକାର ସଂସ୍ଥାର ଆଦେଶକୁ ବିରୋଧକୁ ଅଣଦେଖା କରିଛନ୍ତି।

ଏହି ସସପେଣ୍ଡ ଜୁନ୍ ୨୪ଠାରୁ ଲାଗୁ ହେବ । ଏହା ଦ୍ବାରା ବହୁ ସଂଖ୍ୟକ ଭାରତୀୟ ଆଇଟି ପ୍ରଫେସନାଲ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଏବେ ସେମାନଙ୍କୁ ଷ୍ଟାମ୍ପିଂ କରିବା ପୂର୍ବରୁ ଅତି କମ୍ ରେ ବର୍ଷର ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ । ଏହା ବହୁ ସଂଖ୍ୟକ ଭାରତୀୟ ଆଇଟି ପ୍ରଫେସନାଲଙ୍କୁ ମଧ୍ୟ ପ୍ରଭାବିତ କରିବ ଯେଉଁମାନେ ସେମାନଙ୍କର H-1B ଭିସା ନବୀକରଣ କରିବାକୁ ଚାହୁଁଥିଲେ ।

ଡୋନାଲ୍ଡ ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଦ୍ବାରା ସାରା ବିଶ୍ବରେ ଆମେରିକାରେ କାମ କରିବାକୁ ସ୍ବପ୍ନ ଦେଖୁଥିବା ୨.୪ ଲକ୍ଷ ଲୋକଙ୍କୁ ଝଟକା ଲାଗିପାରେ । ସୂଚନାଯୋଗ୍ୟ ଯେ, ଆମେରିକାରେ କାର୍ଯ୍ୟ କରୁଥିବା କମ୍ପାନୀଗୁଡିକୁ ବିଦେଶୀ ଶ୍ରମିକମାନେ ଗ୍ରହଣ କରିଥିବା ଭିସାକୁ H-1B ଭିସା କୁହାଯାଏ । ଏହି ଭିସା ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ପ୍ରଦାନ କରାଯାଇଛି ।

H-1B ଭିସା ହେଉଛି ଏକ ଅଣ-ପ୍ରବାସୀ ଭିସା । ଯୁକ୍ତରାଷ୍ଟ୍ରରେ କାର୍ଯ୍ୟରତ କମ୍ପାନୀଗୁଡିକୁ କୁଶଳୀ କର୍ମଚାରୀଙ୍କୁ ରଖିବା ପାଇଁ ଏହି ଭିସା ଦିଆଯାଏ । ଏହି ଭିସାର ବୈଧତା ଛଅ ବର୍ଷ । ଆମେରିକୀୟ କମ୍ପାନୀଗୁଡିକର ଚାହିଦା ହେତୁ ଭାରତୀୟ ଆଇଟି ପ୍ରଫେସନାଲମାନେ ଏହି ଭିସାକୁ ଅଧିକ ପାଆନ୍ତି ।

   Related Posts