ମୋଦି ଚାହିଁଲେ ମଧ୍ୟସ୍ଥତା ପାଇଁ ପ୍ରସ୍ତୁତ : ଡୋନାଲ୍ଡ ଟ୍ରମ୍ପ

Published By : Prameya-News7 Bureau | August 02, 2019 IST

ନୂଆଦିଲ୍ଲୀ ୨|୮: କାଶ୍ମୀର ମଧ୍ୟସ୍ଥତା ନେଇ ପୁଣି କହିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କାଶ୍ମୀର ସମସ୍ୟାର ସମାଧାନ ନେଇ ତାଙ୍କୁ ଲୋଡିବେ କି ନାହିଁ ତାହା ଉଭୟ ମୋଦି ଏବଂ ଇମ୍ରାନଙ୍କ ଉପରେ ନିର୍ଭର କରୁଛି ବୋଲି ଟ୍ରମ୍ପ କହିଛନ୍ତି । ଉଭୟଙ୍କ ସହ କଥା ହୋଇଛି, ତେବେ ଏହି ମାମଲାରେ ମଧ୍ୟସ୍ଥତା ପାଇଁ ରାଜି ହେବେ କି ନାହିଁ ତାହା ଉଭୟଙ୍କ ଉପରେ ନିର୍ଭର କରୁଛି ।

ଗତ ସପ୍ତାହରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହ କାଶ୍ମୀର ପ୍ରସଙ୍ଗରେ ନେଇ ଆଲୋଚନା କରିଥିଲେ । ଏହାକୁ ପାକିସ୍ତାନ ସ୍ବାଗତ କରିଥିବା ବେଳେ ଭାରତ ରୋକଠୋକ ମନା କରି ଦେଇଥିଲା । ତେବେ ଗତକାଲି କାଶ୍ମୀର ପ୍ରସଙ୍ଗ ନେଇ ଟ୍ରମ୍ପଙ୍କୁ ପୁଣି ଥରେ ପ୍ରଶ୍ନ କରାଯିବା ବେଳେ ଏହା ଉପରେ ଉତ୍ତର ରଖି ଟ୍ରମ୍ପ କହିଥିଲେ, ଯଦି ଦୁଇ ଦେଶ ଚାହାନ୍ତି ତେବେ ଏହି ମାମଲାରେ ମଧ୍ୟସ୍ଥତା କରିବି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.