ଡୋନାଲ୍ଡ ଟ୍ରମ୍ପଙ୍କ ୧୪ ବର୍ଷୀୟ ପୁଅ ବ୍ୟାରେନଙ୍କୁ କରୋନା

Published By : Prameya-News7 Bureau | October 15, 2020 IST

ଓ୍ବାଶିଂଟନ୍ ୧୫/୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ ବ୍ୟାରେନ କରୋନାରେ ସଂକ୍ରମିତ। ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ବୀ ଫାଷ୍ଟଲେଡି ମେଲାନିଆ ଟ୍ରମ୍ପ ଏ ସୂଚନା ଦେଇଛନ୍ତି। ତେବେ ତାଙ୍କ ୧୪ ବର୍ଷୀୟ ପୁଅ ଠାରେ କରୋନାର କୌଣସି ଲକ୍ଷଣ ଦେଖା ଦେଇ ନାହିଁ। ଟ୍ରମ୍ପ କରୋନା ଭାଇରସରୁ ସୁସ୍ଥ ହେବା ପରେ ସେ ନିର୍ବାଚନୀ ସଭାରେ ଏବେ ସାମିଲ ହେଉଛନ୍ତି। ଏହା ସହ ସେ ପୂର୍ବ ଠାରୁ ଅଧିକ ସୁସ୍ଥ ଅନୁଭବ କରୁଥିବା କହିଛନ୍ତି।

ଡେସ ମୋଇସର ଏକ ରାଲିରେ ବ୍ୟାରେନ୍ ଠିକ୍ ଥିବା ଟ୍ରମ୍ପ କହିଛନ୍ତି। ତେବେ ସ୍କୁଲ କାହିଁକି ଖୋଲା ଯାଉଛି ଏହା ହେଉଛି ତାର ଏକ ଉଦାହରଣ। ବ୍ୟାରେନ କରୋନାରେ ସଂକ୍ରମିତ ଥିବା ସେ ନିଜେ ମଧ୍ୟ ଜାଣି ନ ଥିଲେ। କାରଣ କୌଣସି ଲକ୍ଷଣ ହିଁ ଦେଖା ଦେଇ ନ ଥିଲା। ଟ୍ରମ୍ପ ଆହୁରି କହିଛନ୍ତି ଯୁବକ ଥିବାରୁ ତାର ଇମ୍ୟୁନସିଷ୍ଟମ ମଜୁବତ ବୋଲି ବ୍ୟାରେନ ହୁଏତ ଭାବୁଥିଲା। ମେଲାନିଆଙ୍କ ଠାରେ ଶରୀରରେ ଯନ୍ତ୍ରଣା, କଫ, ମୁଣ୍ଡବିନ୍ଧା ଓ ଥକ୍କାପଣ ଦେଖା ଦେଇଥିଲା।

ମେଲାନିଆ ଏବେ ପ୍ରାକୃତିକ ଔଷଧ ଉପରେ ନିର୍ଭର ରହିବେ। ଅଧିକ ଭିଟାମିନ ଓ ପୁଷ୍ଟକର ଖାଦ୍ୟ ଖାଇବା ସେ ନିଷ୍ପତ୍ତି ନେଇଛନ୍ତି । ଉଲ୍ଲେଖନୀୟ ଯେ ଅକ୍ଟୋବର ୨ରେ ଟ୍ରମ୍ପ କରୋନାରେ ସଂକ୍ରମିତ ହେବା ପରେ ତିନି ଦିନ ମିଲିଟ୍ରି ହସପିଟାଲରେ ଥିଲେ। ଏହା ସହ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ଦେଇଥିଲେ। ​‌

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.