'ଡୋନାଲ୍ଡ ଟ୍ରମ୍ପ ଜଣେ ବୋକା'- ଲେଡି ଗାଗା

Published By : Prameya-News7 Bureau | May 31, 2020 IST

ଚିକାଗୋ, ୩୧|୦୫:  ପପ୍ ଗାୟିକା ଲେଡି ଗାଗା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କଡା ସମାଲୋଚନା କରିଛନ୍ତି । ଟ୍ରମ୍ପ ଜଣେ ବୋକା ବୋଲି ସେ କହିଛନ୍ତି । ଟ୍ରମ୍ପ କେବେ କିଛି କରିନାହାଁନ୍ତି, ସେ କେବେଳ ବୋକାଙ୍କ ଭଳି ଆଚରଣ ପ୍ରଦର୍ଶନ କରନ୍ତି ବୋଲି ଲେଡି ଗାଗା ଯୁକ୍ତି ବାଢିଛନ୍ତି । ଆମେରିକାରେ ଜଜ୍ ପ୍ଲାଏଡଙ୍କ ହତ୍ୟାକୁ ନେଇ ଗାଗା ଟ୍ରମ୍ପଙ୍କ ପ୍ରତି ଏହି କଡା ଟିପ୍ପଣୀ ଦେଇଛନ୍ତି ।

ସୋସିଆଲ ମିଡିଆରେ ଲେଡି ଗାଗା କହିଛନ୍ତି ଯେ, ପ୍ଲାଏଡଙ୍କୁ ଜଣେ ଗୋରା ପୋଲିସ କର୍ମୀ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ସେ ଜୀବନ ଭିକ୍ଷା ମାଗୁଥିଲେ ମଧ୍ୟ ତାଙ୍କୁ ଅତି ଅମାନୁଷିକ ଭାବେ ହତ୍ୟା କରାଯାଇଛି । ଏହି ଘଟଣା ତାଙ୍କୁ ବ୍ୟଥିତ କରିଛି । ଏତିପାଇଁ ସରକାର ଦାୟୀ ।

wp:html /wp:html

ଲେଡି ଗାଗା ଆହୁରି କହିଛନ୍ତି ଯେ, ଦୀର୍ଘଦିନ ଧରି କୃଷ୍ଣକାୟଙ୍କ ସ୍ୱରକୁ ଚାପି ଦିଆଯାଇଛି । ସେମାନେ ଏହାକୁ ବିରୋଧ କରି କଣ କରନ୍ତି ତାହା ଉପରେ କେହି ଧ୍ୟାନ ଦିଅନ୍ତି ନାହିଁ । ସେମାନେ ଜାତିବାଦ ଶିକାର ହୋଇଥାନ୍ତି । ଟ୍ରମ୍ପ ସରକାର ମଧ୍ୟ ସେମାନଙ୍କ ପାଇଁ କିଛି କରୁନାହାଁନ୍ତି ।

ଗାଗା ଆହୁରି କହିଛନ୍ତି ଯେ, କୃଷ୍ଣକାୟ ସମୁଦାୟ ପ୍ରତି ଭଲ ପାଇବା ଜାରି ରଖିବାକୁ ହେବ । ସେ ନିଜେ ଶ୍ୱେତାଙ୍ଗ ହୋଇ ସୁଦ୍ଧା କୃଷ୍ଣକାୟଙ୍କ ସହ ରହିଛନ୍ତି । କେବଳ ତାଙ୍କ ସହ ଠିଆ ହେଲେ ସେମାନଙ୍କୁ ନ୍ୟାୟ ମିଳିବ ନାହିଁ । ଜାତିବାଦ ସହ ଲଢିବାକୁ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.