Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଯଦି ତାଙ୍କ ଝିଅ ପ୍ରତି କେହି ଏଭଳି ଅଭଦ୍ର ଟିପ୍ପଣୀ କରିଥାନ୍ତେ କ’ଣ ସୋନିଆ ଗାନ୍ଧୀ ସହିଥାନ୍ତେ ? କମଲନାଥଙ୍କ ମନ୍ତବ୍ୟ ପରେ ଏମିତି କହିଲେ ଇମର୍ତ୍ତୀ ଦେବୀ

19/10/2020 at 5:17 PM

ଭୋପାଳ ୧୯।୧୦: ନିକଟରେ ମଧ୍ୟ ପ୍ରଦେଶ ଉପ ନିର୍ବାଚନରେ ପ୍ରଚାର ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ବିଜେପି ନେତା ତଥା ମନ୍ତ୍ରୀ ଇମରତି ଦେବୀଙ୍କ ପ୍ରତି ଆଶାଳୀନ ମନ୍ତବ୍ୟ ଦେଇଥିଲେ। ଏବେ ଇମର୍ତ୍ତୀ ଦେବୀ ମୁହଁ ଖୋଲି କମଲନାଥଙ୍କୁ ଦଳରୁ ବହିଷ୍କାର କରିବାକୁ କଂଗ୍ରେସର ସଭାପତି ସୋନିଆ ଗାନ୍ଧୀଙ୍କୁ ଅପିଲ୍ କରିଛନ୍ତି।

ସେ କହିଛନ୍ତି ଯେ, ଗରିବ ପରିବାରରେ ଜନ୍ମ ନେଇ ମୁଁ କଣ ଭୁଲ୍ କରିଛି ? ମୁଁ ଯଦି ଦଳିତ ପରିବାରରୁ ଆସିଛି ତେବେ ମୋର ଭୁଲ୍ କଣ ? ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପରି ଲୋକ ମଧ୍ୟପ୍ରଦେଶରେ ରହିବାର କୌଣସି ଅଧିକାର ନାହିଁ। ତାଙ୍କୁ ଦଳରୁ ବହିଷ୍କାର କରିବାକୁ ମୁଁ ଦଳର ସଭାପତି ସୋନିଆ ଗାନ୍ଧୀଙ୍କୁ ଦାବି କରିଛନ୍ତି। ସେ ମଧ୍ୟ ଜଣେ ମା। ଯଦି ତାଙ୍କ ଝିଅ ପ୍ରତି କେହି ଏଭଳି ଅଭଦ୍ର ଟିପ୍ପଣୀ କରିଥାନ୍ତେ ତେବେ ମା ହିସାବରେ କଣ ସେ ଏହାକୁ ସହ୍ୟ କରିଥାନ୍ତେ ବୋଲି ଇମର୍ତ୍ତୀ ଦେବୀ ପ୍ରଶ୍ନ  କରିଛନ୍ତି।

ନିକଟ ଦିନରେ କମଲାନାଥଙ୍କ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଭିଡିଓରେ କମଲନାଥ ଉପ ନିର୍ବାଚନରେ ପ୍ରଚାର ସମୟରେ ବିଜେପି ପ୍ରାର୍ଥୀ ଇମର୍ତ୍ତୀ ଦେବୀଙ୍କ ପ୍ରତି ଆଶାଳୀନ ଶବ୍ଦ ପ୍ରୟୋଗ କରିଥିବା ଦେଖିବାକୁ ମିଳିଛି। ଏଥିରେ କମଲନାଥ ଇମର୍ତ୍ତୀ ଦେବୀଙ୍କୁ ଆଇଟମ ବୋଲି କହିଛନ୍ତି।

ନଭେମ୍ବର ୩ରେ ପ୍ରଥମ ପର୍ଯ୍ୟାୟରେ ୨୮ ବିଧାନସଭା ଆସନରେ ହେବାକୁ ଥିବା ମତଦାନ ପାଇଁ କମଲନାଥ ପ୍ରଚାର ଅଭିଯାନରେ ଜୁଟିଛନ୍ତି। କଂଗ୍ରେସର ବରିଷ୍ଠ ନେତା କମଲନାଥ ବିଜେପି ପ୍ରାର୍ଥୀ ତଥା କ୍ୟାବିନେଟ୍ ମନ୍ତ୍ରୀ ଇମର୍ତ୍ତୀ ଦେବୀଙ୍କୁ ‘ଆଇଟମ୍‌’ କହିଛନ୍ତି। ଉଲ୍ଲେଖନୀୟ ଇମରତି ଦେବୀ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି। କମଲନାଥ  ଇମର୍ତ୍ତୀ ଦେବୀଙ୍କ ବିଷୟରେ କହିଛନ୍ତି, ଆପଣ ତ ମୋ ଅପେକ୍ଷା ତାଙ୍କୁ ବେଶ୍‌ ଭଲ ଭାବେ ଜାଣିଛନ୍ତି। ମୋତେ ଆପଣଙ୍କୁ ପ୍ରଥମରୁ ହିଁ ସାବଧାନ କରିବା ଉଚିତ୍ ଥିଲା, କଣ ‘ଆଇଟମ୍‌’ ସେ।

ବିଜେପି ମକଲନାଥଙ୍କ ଏହି ମନ୍ତବ୍ୟରେ ଦୃଢ ପ୍ରତିବାଦ  ଜଣାଇଛି। ନିର୍ବାଚନ ଆୟୋଗଙ୍କଠାରେ କମଲନାଥଙ୍କ ବିରୋଧରେ ବିଜେପି ମାମଲା ମଧ୍ୟ ରୁଜୁ କରିଛି। ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନ ଅରୁଚିକର ମନ୍ତବ୍ୟ ନେଇ କମଲନାଥଙ୍କୁ କଠୋର ଶବ୍ଦରେ ସମାଲୋଚନା କରିଛନ୍ତି। ଏଥିସହ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ସୋମବାର ପୂର୍ବାହ୍ନ ୧୦ଟାରୁ ୧୨ ପର୍ଯ୍ୟନ୍ତ ଦୁଇ ଘଣ୍ଟା ନିରବ ପ୍ରାର୍ଥନା କରିଛନ୍ତି।

   Related Posts