ପଥଭ୍ରଷ୍ଟ ଯୁବପୀଢୀଙ୍କୁ ଘାରିଛି ଡନ୍ ହେବାର ନିଶା, ସୋସିଆଲ୍ ମିଡିଆରେ ଭିଡିଓ ଛାଡି ପତିଆରା କ୍ରେଜ୍‌ରେ ବାୟା

Published By : Prameya-News7 Bureau | November 12, 2021 IST

ଭୁବନେଶ୍ୱର ୧୨।୧୧: ପଥଭ୍ରଷ୍ଟ ଯୁବପୀଢୀଙ୍କୁ ଘାରିଛି ଡନ୍ ହେବାର ନିଶା । ସୋସିଆଲ ମିଡିଆ ସେମାନଙ୍କ ପ୍ରଚାରର ପ୍ଲାଟଫର୍ମ । ଭୁବନେଶ୍ବରରୁ ମାଲକାନଗିରି ସବୁଠି ଦାଦା ହେବାର ନିଶା କରିଛି ବାଉଳା । ସେଲଫି ପରେ ଏବେ ରିଲ୍ ଟ୍ରେଣ୍ଡ । ଖଣ୍ଡା, ବନ୍ଧୁକ ଧରି ସୁଟ୍ କରୁଛନ୍ତି ଦାଦା ଷ୍ଟାଇଲ ଭିଡିଓ । ଭିଲିଆନ୍ ଷ୍ଟାଇଲରେ ଅଶାଳୀନ ଡାଇଲଗ୍ । ଫିଲ୍ମର ଷ୍ଟ୍ରିଟ୍ ଗୁଣ୍ଡାଙ୍କ ଭଳି ଅଙ୍ଗଭଙ୍ଗୀ । ଆମେ ବି ଡନ୍ ।

ରାଜଧାନୀରେ କେବିଏନ୍ ଗ୍ରୁପ୍ । କଟକରେ ଆମାନିଆ ବାଘ ଆଉ ପବ୍ଲିକ୍ ଷଣ୍ଢ । ଟ୍ବିନ୍ ସିଟି ପରେ ବଲାଙ୍ଗୀର ଓ ମାଲକାନଗିରିରେ ବି ଟିନ୍ ଏଜ୍ ଗୁଣ୍ଡା ଆସପିରାଣ୍ଟ । ସୋସିଆଲ ମିଡିଆରେ ଫଟୋ ଭାଇରାଲ୍ । ବଲାଙ୍ଗୀରରେ କିଙ୍ଗ୍ ଗ୍ୟାଙ୍ଗ୍ ଆଉ ମାଲକାନଗିରିରେ ଟେରର ଗ୍ୟାଙ୍ଗ୍ । ନିଶାର ଆସର ତାପରେ ଅଶାଳୀନ ଭାଷା । ଧମକ ଚମକ ପରେ ମାଡ ପିଟ୍ । ସୋସିଆଲ ମିଡିଆରେ ଭିଡିଓ ଛାଡି ପତିଆରା କ୍ରେଜ୍ ରେ ବାୟା ।

କେବିଏନ୍ ଗ୍ରୁପର ୯ ଜଣଙ୍କୁ ଗିରଫ କରିଛି ପୋଲିସ । ୪ ଜଣଙ୍କୁ ରିମାଣ୍ଡରେ ନେବାକୁ ମିଳିଛି ଅନୁମତି । ସେପଟେ କଟକି ଆମାନିଆ ବାଘ ଆଉ ପବ୍ଲିକ୍ ଷଣ୍ଢ ଗ୍ରୁପର ୩ ସଦସ୍ୟଙ୍କୁ ପଚରାଉଚରା କରିଥିଲା ପୋଲିସ । ଲେଡି ଡନ୍ ଷ୍ଟାଇଲରେ ଭିଡିଓ ଛାଡିଥିବା ଯୁବତୀଙ୍କୁ ବି ଥାନାରେ ବସିବାକୁ ପଡିଛି । ତେବେ ଟ୍ବିନ୍ ସିଟିରୁ ଏହି ଟ୍ରେଣ୍ଡ ଅନ୍ୟ ଜିଲ୍ଲାକୁ ଡେଇଁବା ପରେ ପୋଲିସକୁ ଟେନସନ ।

ବଲାଙ୍ଗୀରେ କିଙ୍ଗ୍ ଗ୍ୟାଙ୍ଗ୍ ର ଭିଡିଓ ଭାଇରାଲ୍ ପରେ ତଦନ୍ତ କରୁଛି ପୋଲିସ । ମାଲକାନଗିରିରେ କିନ୍ତୁ ସବୁ ସୀମା ଟପିଯାଇଛି ଏହି ଟିନ୍ ଏଜ୍ ନିଶାସକ୍ତଙ୍କ କାରନାମା । ନିଶାର ଆସରରେ ଛାଡୁଛନ୍ତି ଧୂଆଁ । ଜାବତୀୟ ଖରାପ ଭାଷାରେ ଡାଇଲଗ୍ ମାରୁଛନ୍ତି । ଜଣେ ଯୁବକଙ୍କୁ ଅତି ନିର୍ଦ୍ଦୟ ଭାବେ ପିଟୁଛନ୍ତି । ଏମିତି ଭିଡିଓକୁ ସୋସିଆଲ ମିଡିଆରେ କରିଛନ୍ତି ଭାଇରାଲ୍ ।

ସୋସିଆଲ ମିଡିଆରେ ଏଭଳି ଭାଇରାଲ୍ ଭିଡିଓ ପଛରେ ସତ-ମିଛର ହିସାବ ଅପେକ୍ଷା ଯୁବପୀଢୀଙ୍କ ନିଶାଟା ଚିନ୍ତାଜନକ । ଆଇନଶୃଙ୍ଖଳାକୁ ଆଙ୍ଗୁଠି ଦେଖାଉଥିବା ଏଭଳି ଉଶୃଙ୍ଖଳତା ପୋଲିସ ପାଇଁ ଚ୍ୟାଲେଞ୍ଜ ନିଶ୍ଚୟ । ଯାହାକୁ ଚେକ୍ ଦେବା ଜରୁରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.