Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ପାହାଡି ଇଲାକାରେ ପହଞ୍ଚିଲା ସ୍ୱାସ୍ଥ୍ୟସେବା, ଦୁର୍ଗମ ରାସ୍ତା ଅତିକ୍ରମ କରି ଟିକା ନେଲେ ଦୋମୁହାଣୀ ପଞ୍ଚାୟତର ଲୋକେ

8/10/2021 at 9:45 AM

ଭଞ୍ଜନଗର ୦୮/୧୦: ଭଞ୍ଜନଗର ଗହପଦର ଅପହଞ୍ଚ ଇଲାକାରେ ପହଞ୍ଚିଛି ସ୍ୱାସ୍ଥ୍ୟସେବା । ଗାଲେରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପକ୍ଷରୁ ଏକ ସ୍ୱତନ୍ତ୍ର ଟିକା କରଣ ବ୍ୟବସ୍ଥା କରାଯାଇଥିଲା । ଦୋମୁହାଣୀ ପଞ୍ଚାୟତ ଖମଣସାହି ଅଙ୍ଗନବାଡି କେନ୍ଦ୍ରଠାରେ କରାଯାଇଥିଲା ଟିକା ବ୍ୟବସ୍ଥା ।

ଏହି କାର୍ଯ୍ୟକ୍ରମରେ ଗାଲେରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଗୋବିନ୍ଦ ଚନ୍ଦ୍ର ମହାପାତ୍ରଙ୍କ ତତ୍ୱାବଧାନରେ lhv ସଂଯୁକ୍ତା ଦେବୀ, anm ବାସନ୍ତୀ ମନ୍ତ୍ରୀ, ସ୍ୱାସ୍ଥ୍ୟ କର୍ମୀ ଦୁତିକୃଷ୍ଣ ସାହୁ ଅଙ୍ଗନବାଡି କର୍ମୀ, ପୁର୍ଣ୍ଣିମା ବେହେରା, ଆଶାକର୍ମୀ ବୃନ୍ଦାବତୀ ମାଝୀ ଅନ୍ୟାନ୍ୟ କର୍ମକର୍ତ୍ତା ଯୋଗଦେଇ କାଯ୍ୟକ୍ରମରେ ସହଯୋଗ କରିଥିଲେ ।

ଗାଲେରୀ ମେଡିକାଲର କର୍ମଚାରୀ ମାନେ ଗହପଦର ଗ୍ରାମବାସୀଙ୍କୁ ଦୀର୍ଘ ଦୀନ ଧରି ଟିକାନେବା ପାଇଁ ବୁଝାଉଥିଲେ । ଆଜି ତାହା ସଫଳ ହୋଇଛି, ଦୀର୍ଘ ୮ କିମି ପାହାଡିଆ ଦୁର୍ଗମ ରାସ୍ତା ଅତିକ୍ରମ କରି ଗହ ପଦର ଗ୍ରାମବାସି ଟିକା କେନ୍ଦ୍ରକୁ ଆସିଥିଲେ l ଟିକା କରଣର ପ୍ରଥମ ଭାଗରେ ଆଜି ୧୨୨ ଜଣଙ୍କୁ ଟିକା କରଣ କରାଯାଇଛି l

   Related Posts