୧୩ ଟଙ୍କାର ବ୍ୟାଗ୍ ପାଇଁ ୧୦ ଲକ୍ଷ ଫାଇନ୍ : ଡୋମିନସ୍‌କୁ ବଡ଼ ଦଣ୍ଡ

Published By : Prameya-News7 Bureau | December 20, 2019 IST

ଚଣ୍ଡିଗଡ୨୦.୧୨– ମାତ୍ର ୧୩ ଟଙ୍କା ୩୩ ପଇସାର କ୍ୟାରି ବ୍ୟାଗ୍ ପାଇଁ ଲୋକପ୍ରିୟ ଫୁଡ ଚେନ୍ ଡୋମିନସ୍ ଗଣିବ ବଡ ଅଙ୍କର ଜରିମାନା । ଦୁଇଟି ମାମଲାର ଶୁଣାଣି କରି ଡୋମିନସ୍ ଉପରେ ଏପରି ଫାଇନ ଲଗାଇଛନ୍ତି । ଚଣ୍ଡିଗଡ଼ ସ୍ଥିତ ଷ୍ଟେଟ୍ କନଜ୍ୟୁମର ଡିସପୁଟ୍ସ ରିଡ୍ରେସାଲ କମିଶନ ଏହି ନିର୍ଦ୍ଦେଶ ଦେଇଛନ୍ତି ।ଚଣ୍ଡିଗଡ଼ର ସେକ୍ଟର ୮ ରେ ଥିବା ଡୋମିନସ୍ ଆଉଟଲେଟ ଉପରେ ହିଁ ପଡିଛି ଏହି ଦଣ୍ଡ ।

ଦୁଇଟି ମାମାଲାରେ ଗ୍ରାହକଙ୍କଠାରୁ  କ୍ୟାରି ବ୍ୟାଗ୍ ପାଇଁ ୧୩ ଟଙ୍କା ୩୩ ପଇସା  ନେଇଥିବାରୁ ସେମାନଙ୍କୁ ୫ ଲକ୍ଷ ଟଙ୍କା ଲେଖାଁଏ କ୍ଷତି ପୂରଣ ଦେବାକୁ କନଜ୍ୟୁମର ଡିସପୁଟ୍ସ ରିଡ୍ରେସାଲ କମିଶନ ନିର୍ଦ୍ଦେଶ ଦେଇଛନ୍ତି । କମିଶନ ଅଧ୍ୟକ୍ଷ ଅବସରପ୍ରାପ୍ତ ବିଚାରପତି ରାଜ ଶେଖର ଅଟ୍ଟ୍ରି  ଏହି ନିର୍ଦ୍ଦେଶ ଶୁଣାଇଛନ୍ତି । କମିଶନ ଅଧ୍ୟକ୍ଷ କହିଛନ୍ତି, ଖାଦ୍ୟ ପ୍ୟାକିଙ୍ଗ ବାବଦ ଖର୍ଚ୍ଚ ତଥା ସେହି ସାମଗ୍ରୀକୁ ପ୍ରଦାନ କରିବାର ତରିକା ବାବଦ ଖର୍ଚ୍ଚ ଗ୍ରାହକଙ୍କ ଉପରେ ଲଦିବାର ଅଧିକାର ଡୋମିନସ୍ ର ନାହିଁ ।

ଚଣ୍ଡିଗଡ ସେକ୍ଟର ୮ ରେ ଥିବା ଡୋମିନସ ଆଉଟଲେଟ ବିରୋଧରେ ପଙ୍କଜ ଚାନ୍ଦଗୋଠିଆ ଏବଂ ଜିତେନ୍ଦ୍ର ବନସାଲ ଙ୍କ ଅଭିଯୋଗ ଆଧାରରେ  କନଜ୍ୟୁମର ଡିସପୁଟ୍ସ ରିଡ୍ରେସାଲ କମିଶନ ଏପରି ନିଷ୍ପତ୍ତି ଶୁଣାଇଛନ୍ତି ।ପଙ୍କଜ ଡୋମିନସ୍ରୁ  ଅର୍ଡର ମୁତାବକ ଏକ ପିଜା ନେଇଥିଲେ । ତେବେ ଡୋମିନସ ତାଙ୍କୁ ୩୦୫ ଟଙ୍କା ୮୯ ପଇସା ର ବିଲ୍ ଦେଇଥିଲା । ସେଥିରେ କ୍ୟାରି ବ୍ୟାଗ୍ ବାବଦ ୧୩ ଟଙ୍କା ୩୩ ପଇସାର ହିସାବ ମିଶିଥିଲା ।ସେହିପରି ସମାନ ପ୍ରକାର ଅଭିଯୋଗ କରିଥିଲେ ଜିତେନ୍ଦ୍ର । ତେବେ କନଜ୍ୟୁମର ଫୋରମ ୧ ଏବଂ କନଜ୍ୟୁମର ଫୋରମ୍-୨ରେ ଏହି ଦୁଇ ମାମାଲାର ଶୁଣାଣି କରି  କମିଶନ ବିଭିନ୍ନ ବର୍ଗରେ ୫ ଲକ୍ଷ ଟଙ୍କା ଲେଖାଁଏ ଜରିମାନା ଭରିବାକୁ ଡୋମିନସ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.