Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ପିଜ୍ଜା ଖାଇବାକୁ ଇଚ୍ଛା କରିଥିଲେ ମୀରାବାଈ ଚାନୁ: ଆଜୀବନ ମାଗଣା ପିଜ୍ଜା ଦେବାକୁ ଘୋଷଣା କଲା ଡୋମିନୋସ୍

25/07/2021 at 6:07 PM

ନୂଆଦିଲ୍ଲୀ ୨୫/୦୭ : ଟୋକିଓ ଅଲିମ୍ପିକ୍ ୨୦୨୦ ଗେମ୍ସର ଦ୍ୱିତୀୟ ଦିନରେ ଦେଶର ତାରକା ମହିଳା ଭାରୋତ୍ତୋଳକ ମୀରାବାଇ ଚାନୁ ଭାରତକୁ ପ୍ରଥମ ପଦକ ଜିତାଇଥିଲେ। ଚାନୁ ଟୋକିଓ ଅଲିମ୍ପିକ୍ସରେ ଭାରୋତ୍ତୋଳନରେ ୨୧ ବର୍ଷ ପରେ ପଦକ ଜିତି ଭାରତ ପାଇଁ ଗୌରବ ଆଣିଛନ୍ତି। ସେ ମହିଳା ୪୯ କିଲୋଗ୍ରାମ ବର୍ଗରେ କ୍ଲିନ୍ ଏବଂ ଜର୍କରେ ରୋପ୍ୟ ପଦକ ଜିତିଛନ୍ତି। ଚାନୁ ପଦକ ଜିତିବା ମାତ୍ରେ ତାଙ୍କୁ ପାଖକୁ ଅଭିନନ୍ଦନର ସୁଅ ଛୁଟିଥିଲା।

ମଣିପୁର ସରକାର ତାଙ୍କୁ ନଗଦ ଏକ କୋଟି ଟଙ୍କା ଅନୁଦାନ ଦେବାକୁ ଘୋଷଣା କରିଛନ୍ତି। ସରକାର ବ୍ୟତୀତ ଅନେକ ବେସରକାରୀ କମ୍ପାନୀ ମଧ୍ୟ ତାଙ୍କୁ ପୁରସ୍କୃତ କରୁଛନ୍ତି। ପିଜା କମ୍ପାନୀ ଡୋମିନୋସ ଇଣ୍ଡିଆ ଅଲିମ୍ପିକ୍ ରୋପ୍ୟ ପଦକ ବିଜେତା ମୀରାବାଇ ଚାନୁଙ୍କୁ ଆଜୀବନ ମାଗଣା ପିଜା ଦେବାକୁ ଘୋଷଣା କରିଛି। ପିଜ୍ଜା କମ୍ପାନୀ ଡୋମିନୋସ ଇଣ୍ଡିଆ ନିଜର ଟ୍ୱିଟର ଆକାଉଣ୍ଟରେ ଏନେଇ ସୂଚନା ଦେଇଛି।

ମୀରାବାଇ ନିକଟରେ ଏକ ସାକ୍ଷାତକାରରେ କହିଥିଲେ ଯେ ସେ ପିଜ୍ଜା ଖାଇବାକୁ ଚାହୁଁଛନ୍ତି କାରଣ ସେ ବହୁତ ଦିନ ଧରି ପିଜ୍ଜା ଖାଇନାହାଁନ୍ତି। ଷ୍ଟାର ଭାରୋତ୍ତୋଳକଙ୍କ ଏହି କଥାକୁ ଦୃଷ୍ଟିରେ ରଖି ଡୋମିନୋର ଭାରତ ଚାନୁଙ୍କୁ ଜୀବନସାରା ମାଗଣା ପିଜ୍ଜା ଦେବାକୁ ଘୋଷଣା କରିଥିଲା। କମ୍ପାନୀ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଲେଖିଛି, ‘ସେ କହିଲେ ଏବଂ ଆମେ ଶୁଣିଲୁ। ଆମେ କେବେବି ଚାହୁଁନାହୁଁ ମୀରାବାଇ ଚାନୁଙ୍କୁ ପିଜା ପାଇଁ ଅପେକ୍ଷା କରିବାକୁ ପଡୁ। ସେଥିପାଇଁ ଆମେ ତାଙ୍କୁ ସାରା ଜୀବନ ପାଇଁ ମାଗଣା ଡୋମିନୋ ପିଜ୍ଜା ଦେଉଛୁ।’

ଭାରତୀୟ ଭାରୋତ୍ତୋଳକ ମୀରାବାଇ ଚାନୁ ନିଜର ଶେଷ ପ୍ରୟାସରେ ୧୧୭ କିଲୋଗ୍ରାମ ଓଜନ ଉଠାଇ ରୋପ୍ୟ ପଦକ ଜିତିଛନ୍ତି। ଦ୍ୱିତୀୟ ପ୍ରୟାସରେ ସେ ୧୧୫ କିଲୋଗ୍ରାମର ଓଜନ ଉଠାଇଲେ। ତେବେ ପ୍ରଥମ ପ୍ରୟାସରେ ସେ ମାତ୍ର ୧୧୦ କିଲୋଗ୍ରାମ ଓଜନ ଉଠାଇ ପାରିଥିଲେ। ଏହାପୂର୍ବରୁ କର୍ଣ୍ଣମ ମଲେସ୍ୱରୀ ସିଡନୀ ଅଲିମ୍ପିକ୍ସ ୨୦୦୦ ରେ ଭାରୋତ୍ତୋଳନରେ ଦେଶକୁ ବ୍ରୋଞ୍ଜ ପଦକ ଜିତାଇଥିଲେ।

   Related Posts