ବଡଘର ବଡ ଗୁମର କଥା : ବୋହୂକୁ ମାରପିଟ କରୁଥିଲେ ହାଇକୋର୍ଟ ଜଜ୍, ସୋସାଲ ମିଡିଆରେ ଭିଡିଓ ଭାଇରାଲ

Published By : Prameya-News7 Bureau | September 21, 2019 IST

ହାଇଦ୍ରାବାଦ: ସୋସାଲ ମିଡିଆରେ ପାରିବାରିକ ହିଂସାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ ପରିବାରର ଲୋକେ ମିସି ଘରେ ବୋହୂକୁ ମାରପିଟ କରୁଥିବାର ଦେଖାଯାଇଛି। ତେବେ ଏହି ଭିଡିଓଟି ବଡଘର ବଡ ଗୁମର କଥା ଭଳି ହୋଇଛି। ସେହି ପରିବାରର ଏହି ଭିଡିଓଟି ଯେଉଁ ପରିବାରର ମୁଖିଆ ହାଇକୋର୍ଟର ନ୍ୟାୟାଧୀଶ ଆସନରେ ବସି ଲୋକଙ୍କୁ ନ୍ୟାୟ ଦିଅନ୍ତି। ଦେଶରେ ଯଦି ନ୍ୟାୟ ଦେଉଥିବା ଜଣେ ଲୋକର ଘରେ ପାରିବାରିକ ପରିସ୍ଥିତି ଏପରି ସାଧାରଣ ଲୋକଙ୍କ  ପାରିବାରିକ ଅବସ୍ଥା କେବଳ ଚିନ୍ତା କରାଯାଇପାରେ ।

wp:html /wp:html

ଭାଇରାଲ ହେଉଥିବା ଭିଡିଓଟି ହେଉଛି ହାଇଦ୍ରାବାଦ ହାଇକୋର୍ଟର ପୂର୍ବତନ ଜଜ୍ ନୁଟି ରାମମୋହନ ରାଓଙ୍କ ଘର ଭିତରର ଦୃଶ୍ୟ। ପରିବାରର ସଦସ୍ୟମାନେ ଏପରିକି ନିଜେ ଜଜ୍ ମଧ୍ୟ ତାଙ୍କ ବୋହୂ ସିନ୍ଧୁ ଶର୍ମାଙ୍କୁ ଚୁଟି ଘୋଷାଡି ବାଡଉଥିବାର ଦେଖାଯାଇଛି। ଏହି ଭିଡିଓଟି ଘରର ସିସିଟିଭିରୁ ସଂଗ୍ରହ କରାଯାଇଛି। ଯାହାକୁ ସୋସାଲ ମିଡିଆରେ ଅପଲୋଡ କରାଯିବା ପରଠାର ହଜାର ହଜାର ଲୋକେ ସେୟାର କରିବାରେ ଲାଗିଛନ୍ତି।

{"id":160834}

କିଛିମାସ ପୂର୍ବରୁ ସିନ୍ଧୁ ହାଇଦ୍ରାବାଦ ସେଣ୍ଟ୍ରାଲ କ୍ରାଇମ ଷ୍ଟେସନରେ  ଏ ନେଇ ଏତଲା ଦେଇଥିଲେ। ପୋଲିସ ଏତଲା ଅନୁସାରେ ଜଜ୍, ତାଙ୍କ ପତ୍ନୀ, ପୁଅ ଓ ଚାକର ବିରୋଧରେ ଯୌତୁକ ନିର୍ଜତନା ମୋକଦ୍ଦମା ରୁଜୁ କରିଥିଲା। ତେବେ ସିନ୍ଧୁଙ୍କ ଅଭିଯୋଗ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇ କୌଣସି ସୂଚନା ମିଳିପାରୁନଥିବା ବେଳେ ଶାଶୁଘରେ ତାଙ୍କପ୍ରତି ହେଉଥିବା ନିର୍ଯାତନାର ଭିଡିଓ କିନ୍ତୁ ସୋସାଲ ମିଡିଆରେ ଭାଇରାଲ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.