ପାରିବାରିକ କଳହର କରୁଣ ପରିଣତି: କିରୋସିନ ଢାଳି ହୋଇ ଦମ୍ପତ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ହସ୍ପିଟାଲରେ ଜୀବନ ସହ କରୁଛନ୍ତି ସଂଗ୍ରାମ, ୬ ବର୍ଷର ଝିଅ ମଧ୍ୟ ଆହତ

Published By : Prameya-News7 Bureau | January 19, 2019 IST

ଭୁବନେଶ୍ବର ୧୯|୧: ଭୁବନେଶ୍ବର ଲକ୍ଷ୍ମୀ ସାଗର ଥାନା ଅଧିନରେ ଥିବା କପିଳେଶ୍ବର କେନାଲ ରୋଡରେ ରହୁଥିବା ଦମ୍ପତି ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏଥିରେ ତାଙ୍କର ୬ ବର୍ଷର ଝିଅ ମଧ୍ୟ  ପୋଡି ଯାଇ ଆହତ ହୋଇଛି । ସେମାନଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

{"id":75807}

ଆଜି ସମୟ ଦିନ ୧୧ଟା । କପିଳେଶ୍ବର କେନାଲ ରୋଡରେ ରହୁଥିବା ଏକ ପରିବାରର ଘର ଭିତରୁ ଖୁବ ଜୋରରେ ନିଆଁ ଓ ଧୁଆଁ ବାହାରୁଥିବା ଦେଖିବାକୁ ମିଳିଲା । ସାଇ ପଡିଶା ଘଟଣା ସ୍ଥଳକୁ ଦୌଡି ଆସିଲେ । ଘର ଭିତରେ ରହୁଥିବା ବାବୁଲି ଦାସ  ତାଙ୍କ ସ୍ତ୍ରୀ  ଜାନକି ହୁତୁ ହୁତୁ ହୋଇ ଜଳୁଥିବା ଦେଖିବାକୁ ପାଇଥିଲେ । ପାଖରେ ଛିଡା ହୋଇଥିବା ୩ ବର୍ଷର ଝିଅ ଦେହରେ ମଧ୍ୟ ନିଆଁ ଲାଗିଯାଇଥିଲା । ପାରିବାରିକ କଳହରୁ ଦମ୍ପତ୍ତି ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିବା ଜଣା ପଡିଛି । ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି କ୍ୟାପିଟାଲ ହସପିଟାଲକୁ ନେଇଥିଲେ । ଅବସ୍ଥା ଗୁରୁତ୍ତ୍ବର ହେବାରୁ ସେମାନଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

{"id":75808}

ବାବୁଲି ଦାସ ପୁର୍ବରୁ ଏକ ଚିକେନ କାଉଣ୍ଟର କରି ପରିବାର ପ୍ରତିପୋଷଣ କରୁଥିଲେ । ପରେ ନିଶାଶକ୍ତ ହୋଇ ସବୁ ହରାଇ ଦେଇଥିଲେ ।ଶୁକ୍ରବାର ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ବେଳେ ଲିଙ୍ଗରାଜ ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ । ପୋଲିସ ଦୁଇଜଣଙ୍କୁ ବୁଝା ସୁଝା କରି ଘରକୁ ପଠାଇ ଦେଇଥିଲା । ହେଲେ ଆଜି ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି । କମିସନରେଟ ପୋଲିସ ଘଟଣାର ତଦନ୍ତ ଚଳାଇଛି ।

{"id":75809}

ଏବେ ମୃତ୍ୟୁ ସହ ସଂଗ୍ରାମ ଚଳାଇଛନ୍ତି ପୁରା ପରିବାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.