ମୋଦୀ ସରକାରଙ୍କ ବିରୋଧ କରିବେ ଦେଶର ଖୁଚୁରା ବ୍ୟବସାୟୀ, ରବିବାର ବଜାଇବେ ଥାଳି

Published By : Prameya-News7 Bureau | April 18, 2020 IST

ନୂଆଦିଲ୍ଲୀ ୧୮।୦୪: ଲକ୍‌ଡାଉନ୍‌ ସମୟରେ ଇ-କମର୍ସ କମ୍ପାନୀକୁ ଅନଲାଇନ୍‌ ସାମାନ ବିକ୍ରିରେ କୋହଳ ଦିଆଯିବା ନେଇ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି। ଏଥିରେ ଅସନ୍ତୁଷ୍ଟ ଖୁଚୁରା ଦୋକାନୀ କହିଛନ୍ତି ଆଗାମୀ ଏପ୍ରିଲ ୨୦ରୁ ଅନଲାଇନରେ ଅନାବଶ୍ୟକ ବସ୍ତୁର  ବିକ୍ରି ଉପରେ କୋହଳ ଦିଆଯିବା ନ୍ୟାୟ ସଙ୍ଗତ ନୁହଁ। ଏହା ଦେଶର ଖୁଚୁରା ବେପାରୀଙ୍କୁ ଶେଷ କରିବାର ଷଡଯନ୍ତ୍ର। ତେଣୁ ଏହି ନିଷ୍ପତ୍ତିର ଶାନ୍ତିପୂର୍ବକ ବିରୋଧ କରିବାକୁ ନିର୍ଣ୍ଣୟ ନିଆଯାଇଛି। ଏହାରି ଆଧାରରେ କାଲି ଅର୍ଥାତ ରବିବାର ସନ୍ଧ୍ୟା ୭ଟାରେ ବ୍ୟବସାୟୀ ନିଜର ଘରେ ରହି ସାମାଜିକ ଦୂରତ୍ଵର ପାଳନ କରି ଥାଳି, ଘଣ୍ଟି ଓ ଶଙ୍ଖ ବଜାଇ ସରକାରଙ୍କ ଏହି ନିର୍ଣ୍ଣୟକୁ ବିରୋଧ କରିବେ।

ଫେଡେରେସନ ଅଫ ଇଣ୍ଡିଆ ବ୍ୟବସାୟୀ ମଣ୍ଡଳର ରାଷ୍ଟ୍ରୀୟ ସଚିବ ଭିକେ ବଂଶଲଙ୍କ କହିବା କଥା ଲକ୍‌ଡାଉନ୍‌କୁ ସଫଳ କରିବାରେ ରାଷ୍ଟ୍ରର ଖୁଚୁରା ବ୍ୟବସାୟୀଙ୍କ ଅଦ୍ଭୁତପୂର୍ଣ୍ଣ ଯୋଗଦାନ ରହିଛି ଓ ଜଣେ ଯୋଦ୍ଧା ପରି ୧୩୦ କୋଟି ନାଗରିକଙ୍କୁ ଆବଶ୍ୟକ ବସ୍ତୁ ଉପଲବ୍ଧ କରାଉଛୁ। ଅନ୍ୟ ଅନାବଶ୍ୟକ ବ୍ୟବସାୟ କରୁଥିବା ବ୍ୟବସାୟୀ ମଧ୍ୟ ଏହି ସମୟରେ ବଞ୍ଚିତ ବର୍ଗଙ୍କୁ କ୍ରମାଗତ ଭୋଜନର ବ୍ୟବସ୍ଥା କରୁଛନ୍ତି ଏବଂ ନିଜ ରାଷ୍ଟ୍ରୀୟ ଧର୍ମର ନିର୍ବାହ କରୁଛନ୍ତି। ମାତ୍ର ଏହା ବିଡମ୍ବନାର କଥା ଏହା ଯେ, ସରକାର ଘରୋଇ ଖୁଚୁରା ବ୍ୟବସାୟୀଙ୍କ ହିତର ଅଣଦେଖା କରି ବିଦେଶୀ ମାଲିକାନାର ଇ-କମର୍ସ କମ୍ପାନୀକୁ ଏପ୍ରିଲ ୨୦ରୁ ଅନାବଶ୍ୟକ ବସ୍ତୁର ଅନଲାଇନ ବିକ୍ରିକୁ ଅନୁମତି ଦେଇଛନ୍ତି।

ବଂଶଲଙ୍କ କହିବା କଥା ପୂର୍ବରୁ ଅର୍ଥବ୍ୟବସ୍ଥା ମାନ୍ଦାବସ୍ଥା ଦେଇ ଗତି କରୁଛି, ପୁଣି କରୋନା କାରଣରୁ ଲକ୍‌ଡାଉନ୍ ଏବଂ ବନ୍ଦ କାରବାରରେ ମଧ୍ୟ କର୍ମଚାରୀଙ୍କ ବେତନ, ବିଜୁଳି ଏବଂ ଅନ୍ୟ ଖର୍ଚ୍ଚ ଉଠାଇବା କାରଣରୁ ଘରୋଇ ଖୁଚୁରା ବ୍ୟବସାୟୀ ପୂର୍ବରୁ ସଙ୍କଟଗ୍ରସ୍ତ। ଏବେ ସରକାରଙ୍କ ଏହି ପଦକ୍ଷେପରେ ସେମାନେ ଧ୍ଵଂସ ହୋଇଯିବେ।

ଗୋଦାମରେ ଭରି ରହିଛି ମାତ୍ର ବିକ୍ରି ନାହିଁ

ତାଙ୍କ କହିବା କଥା ଆଗାମୀ ଗ୍ରୀଷ୍ମ ଋତୁକୁ ଦେଖି ଖୁଚୁରା ବ୍ୟବସାୟୀ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର, କୁଲର, ଫ୍ରିଜ, ପଙ୍ଖା, ରେଡିମେଟ୍ ଉପକରଣ, ମୋବାଇଲ ଫୋନ, ଲ୍ୟାପଟପ୍ ଓ ଅନ୍ୟ ସାମଗ୍ରୀକୁ ପୂରା ସିଜିନ ପାଇଁ ଷ୍ଟକ କିଣି ଗୋଦାମରେ ରଖିଛନ୍ତି। ମାତ୍ର ଲକ୍‌ଡାଉନ୍‌ କାରଣରୁ ଏହାକୁ ବିକ୍ରି କରି ପାରୁନାହିଁ। ଯଦି ଇ-କମର୍ସ କମ୍ପାନୀ ଲକ୍‌ଡାଉନ୍‌ ସମୟରେ ଏହି ସବୁ ସାମଗ୍ରୀ ବିକ୍ରି କରି ଦେବେ ତେବେ ଖୁଚୁରା  ବ୍ୟବସାୟୀ ଷ୍ଟକ ରଖିଥିବା ଏସବୁ ସାମଗ୍ରୀକୁ କିଏ କିଣିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.