Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାଲକାନଗିରି : ରକ୍ତ ମୁଖା ଲାଲ୍‌ବାହିନୀ , ପୋଲିସ ଇନଫର୍ମର ସନ୍ଦେହରେ ୨ଛାତ୍ରଙ୍କୁ ଗଳାକାଟି ହତ୍ୟା
  • ||
  • କରୋନା ଭୟରେ କଠୋର ହେଲା ହଂକଂ: ଭାରତକୁ ବିମାନ ଚଳାଚଳ ବନ୍ଦ, ୩ ମେ ଯାଏଁ ଲାଗିଲା କଟକଣା
  • ||
  • କଳାହାଣ୍ଡି : ନଳକୂପ ଅଛି ହେଲେ ପାଣି ବାହାରୁନି, ପାନୀୟ ଜଳ ଯୋଗାଣ ଦାବିରେ ସରପଞ୍ଚ, ପଞ୍ଚାୟତ ଓ ବ୍ଲକ୍ ଯନ୍ତ୍ରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ
  • ||
  • କଳାହାଣ୍ଡି : ଲଡୁଗାଁରେ ବଢିଲା ସଟ୍ ଡାଉନ୍ ଅବଧି, ଆଉ ୪ଦିନ ରହିବ ବଳବତ୍ତର
  • ||
  • ରାଜ୍ୟରେ ୪ହଜାର ଟପିଲା କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୪୪୪୫ ପଜିଟିଭ୍ ଚିହ୍ନଟ
  • ||
  • କରୋନା ନେଲା ଜୀବନ: ପରଲୋକରେ ଜେଡିୟୁ ବିଧାୟକ ମେଓ୍ୱାଲାଲ ଚୌଧୁରୀ
  • ||
  • ଆଜିଠୁ ଶ୍ରୀମନ୍ଦିରରେ ନୂଆ SOP ଲାଗୁ, ରାଜ୍ୟ ବାହାରର ଦର୍ଶନାର୍ଥୀଙ୍କ ପାଇଁ କୋଭିଡ୍ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ
  • ||
  • ଚଣ୍ଡିଖୋଲ : ଟ୍ରେନ୍ ଲାଇନ୍‌ରୁ ମିଳିଲା ମୃତଦେହ, ନିକଟରେ ପଡିଛି ଏକ ସାଇକେଲ
  • ||
  • ଭୁବନେଶ୍ୱର : ୫ ସହରରେ ପାରଦ ୪୦ ଡିଗ୍ରୀ ଟପିଲା, ଆଗକୁ ଆହୁରି ବଢିବ ତାତି
  • ||

ପୁଣି ମହଙ୍ଗା ହେଲା ରନ୍ଧନ ଗ୍ୟାସ୍ ସିଲିଣ୍ଡର, ଜାଣନ୍ତୁ ନୂଆ ମୂଲ୍ୟ କେତେ ହେଲା

1/11/2019 at 9:39 AM

ନୂଆଦିଲ୍ଲୀ ୧।୧୧: ପୁଣି ରନ୍ଧନ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ବୃଦ୍ଧି ହୋଇଛି । ଲଗାତର ତ୍ରୈମାସରେ ରନ୍ଧନ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି । ଯାହା ସାଧାରଣ ଲୋକର ଜୀବନଶୈଳୀ ଉପରେ ପ୍ରଭାବ ପକାଇଛି । ଦେଶର ପ୍ରମୁଖ ସହରଗୁଡିକରେ ବିନା ସବସିଡି ବିଶିଷ୍ଟ ରନ୍ଧନ ଗ୍ୟାସ୍ ସିଲିଣ୍ଡର ପ୍ରାୟ ୭୬.୫ ଟଙ୍କା ମହଙ୍ଗା ହୋଇଛି ।

ବର୍ଦ୍ଧିତ ମୂଲ୍ୟ ଅନୁସାରେ ଏବେ ଦିଲ୍ଲୀରେ ୧୪.୨ କେଜିର ବିନା ସବସିଡି ବିଶିଷ୍ଟ ରନ୍ଧନ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୬୮୧.୫୦ ଟଙ୍କା ରହିଛି । ସେହିପରି କଲିକତାରେ ୭୦୬ ଟଙ୍କା, ମୁମ୍ବାଇରେ ୬୫୧ ଟଙ୍କା ଏବଂ ଚେନ୍ନାଇରେ ୬୯୬ଟଙ୍କା ରହିଛି । ଅନ୍ୟପଟେ ୧୯ କେଜିର ସିଲିଣ୍ଡରର ମୂଲ୍ୟ ଦିଲ୍ଲୀରେ ୧୨୦୪ଟଙ୍କା, କଲିକତାରେ ୧୨୫୮ ଟଙ୍କା, ମୁମ୍ବାଇରେ ୧୧୫୧.୫୦ ଟଙ୍କା ଏବଂ ଚେନ୍ନାଇରେ ୧୩୧୯ ଟଙ୍କା ରହିଛି ।

ଗତ ଅକ୍ଟୋବର ମାସରେ ମଧ୍ୟ ରନ୍ଧନ ଗ୍ୟାସ୍ ସିଲିଣ୍ଡରର ଦାମ୍ ବଢିଥିଲା । ଦେଶର ପ୍ରମୁଖ ସହରଗୁଡିକରେ ବିନା ସବସିଡି ବିଶିଷ୍ଟ ରନ୍ଧନ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ପ୍ରାୟ ୧୫ଟଙ୍କା ବୃଦ୍ଧି ପାଇଥିଲା । ଅକ୍ଟୋବର ମାସରେ ୧୪.୨ କେଜିର ବିନା ସବସିଡି ରନ୍ଧନ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ଦିଲ୍ଲୀରେ  ୬୦୫ଟଙ୍କା ଥିବାବେଳେ କଲିକତାରେ ୬୩୦ଟଙ୍କା, ମୁମ୍ବାଇରେ ୫୭୪.୫୦ ଟଙ୍କା, ଚେନ୍ନାଇରେ ୬୨୦ଟଙ୍କା ରହିଥିଲା । ଅନ୍ୟପଟେ ୧୯ କେଜିର ସିଲିଣ୍ଡରର ମୂଲ୍ୟ ଦିଲ୍ଲୀରେ ୧୦୮୫ଟଙ୍କା, କଲିକତାରେ ୧୧୩୯.୫୦ ଟଙ୍କା, ମୁମ୍ବାଇରେ ୧୦୩୨.୫୦ଟଙ୍କା ଏବଂ ଚେନ୍ନାଇରେ ୧୧୯୯ଟଙ୍କା ଥିଲା ।

ସେପ୍ଟେମ୍ବର ମାସରେ ମଧ୍ୟ ୧୪.୨ କେଜିର ବିନା ସବସିଡି ସିଲିଣ୍ଡରର ମୂଲ୍ୟ ଦିଲ୍ଲୀରେ ୫୯୦ଟଙ୍କା, କଲିକତାରେ ୬୧୬.୫୦ଟଙ୍କା, ମୁମ୍ବାଇରେ ୫୬୨ଟଙ୍କା, ଚେନ୍ନାଇରେ ୬୦୬.୫୦ଟଙ୍କା ଥିଲା । ଅନ୍ୟପଟେ ୧୯ କେଜିର ସିଲିଣ୍ଡରର ଦାମ୍ ଦିଲ୍ଲୀରେ ୧୦୫୪.୫୦ଟଙ୍କା, କଲିକତାରେ ୧୧୧୪.୫୦ଟଙ୍କା, ମୁମ୍ବାଇରେ ୧୦୦୮.୫୦ ଟଙ୍କା ଏବଂ ଚେନ୍ନାଇରେ ୧୧୭୪.୫୦ ଟଙ୍କା ଥିଲା ।

   Related Posts