ଧନତେରସ ପୂର୍ବରୁ ଘରୋଇ ବଜାରରେ ବଢିଲା ସୁନାମୂଲ୍ୟ, ହ୍ରାସ ହେଲା ରୂପା ଦର

Published By : Prameya-News7 Bureau | October 24, 2019 IST

ନୂଆଦିଲ୍ଲୀ: ଧନତେରସ ପୂର୍ବରୁ ଘରୋଇ ବଜାରରେ ସ୍ୱର୍ଣ୍ଣଳଙ୍କାର ଦର ବୃଦ୍ଧି ହୋଇଛି। ଅନ୍ତର୍ଜାତୀୟ ସ୍ତରରେ ଦର ହ୍ରାସ ସତ୍ତ୍ୱେ ଉତ୍ସବ ଯୋଗୁ ଚାହିଦା ବୃଦ୍ଧି କାରଣରୁ ଏଭଳି ମୂଲ୍ୟ ବୃଦ୍ଧି ଦେଖାଦେଇଛି। ଗୁରୁବାର ରାଜଧାନୀ ଦିଲ୍ଲୀ ସର୍ରଫା ବଜାରରେ ସୁନାମୂଲ୍ୟ ୧୨୫ ଟଙ୍କା ବୃଦ୍ଧି ହୋଇଥିବା ବେଳେ ପ୍ରତି ୧୦ ଗ୍ରାମ ଦର ୩୯ ହଜାର ୬୭୦ ଟଙ୍କାରେ ପହଞ୍ଚିଛି। ତେବେ ରୂପାମୂଲ୍ୟରେ ଅଚାନକ ୧୦୦ ଟଙ୍କା  ହ୍ରାସ ହୋଇ ପ୍ରତି କେଜି ୪୬ ହଜାର ୯୦୦ ଟଙ୍କାରେ ବିକ୍ରି ହେଉଛି।

{"id":174293,"width":576,"height":362}

ତେବେ ଲଣ୍ଡନ ଓ ନ୍ୟୁୟର୍କରୁ ମିଳିଥିବା ସୂଚନାରେ ଏବେ ସେଠାରେ ସୁନାର ହାଜିର ମୂଲ୍ୟ ୨.୩୫ଡଲାର ହ୍ରାସ ସହ ପ୍ରତି ଆଉନ୍ସ ୧,୪୮୯.୭୦ ଡଲାରରେ ବିକ୍ରି ହେଉଛି। କେବଳ ସୁନା ନୁହେଁ ଅନ୍ତର୍ଜାତୀୟ ବଜାରରେ ରୂପା ଦର ମଧ୍ୟ ହ୍ରାସ ହୋଇଛି। ଏବେ ବଜାରରେ ପ୍ରତି ଆଉନ୍ସ ଚାନ୍ଦି ଦର ୧୭.୪୭ ଡଲାରରେ କାରବାର ହେଉଥିବା ସୂଚନା ମିଳିଛି।

{"id":174294}

ତେବେ ଦେଶୀୟ ବଜାରରେ ଧନତେରସ ଚାହିଦା ଯୋଗୁ ମୂଲ୍ୟ ବୃ୍ଦ୍ଧି ଅନୁମାନ କରାଯାଉଥିବା ବେଳେ ଗିନ୍ନି ସୁନା ଦର କିନ୍ତୁ ଉତ୍ସବ ମାହୋଲର ବି ସ୍ଥିର ରହିଛି। ଏବେ ପ୍ରତି ୧୦ ଗ୍ରାମ ଷ୍ଟଣ୍ଡାର୍ଡ ସୁନାମୂଲ୍ୟ ୩୯, ୬୭୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ବିଟୁର ୩୯ ହଜାର ୫ଶହ, କଏନ ଗୋଟାପ୍ରତି ମୂଲ୍ୟ ୯୩୦ ଓ ଗିନ୍ନି ପ୍ରତି ୮ ଗ୍ରାମ ୩୦ ହଜାର ୨ଶହ ଟଙ୍କାରେ ବିକ୍ରୟ ହେଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.