Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନିବାର ଓ ରବିବାର ସଟ୍‌ଡାଉନ୍‌
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୦୩ କରୋନା ଆକ୍ରାନ୍ତ
  • ||
  • ଭଦ୍ରକ : ଚାକିରୀରୁ ବିଦା ହେଲେ ରସିକିଆ ଶିକ୍ଷକ, ହ୍ବାଟସଆପ୍ ଗ୍ରୁପରେ ପଠାଇଥିଲେ ନିଜ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ
  • ||
  • ଆନନ୍ଦପୁର : ବାଲି ଗାଡି ମାଲିକଙ୍କୁ ହାବିଲଦାର ମାଗୁଥିଲେ ଚାନ୍ଦା, ଆଜି ଶୁଣିଲା ପରେ ଏସପି କଲେ ସସପେଣ୍ଡ
  • ||
  • ସମ୍ବଲପୁର : ବିଗୁଡୁଛି କରୋନା ସ୍ଥିତି : ଭୀମସାର କୋଭିଡ୍ ହସ୍ପିଟାଲର ବଢିବ ଶଯ୍ୟା, ଚାଲିଛି ଦ୍ବିତୀୟ ହସ୍ପିଟାଲ କାମ
  • ||
  • ଜଳେଶ୍ବର : ବସ୍ତା ଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବି, ରେଳରୋକ କଲେ ସ୍ଥାନୀୟ ବାସିନ୍ଦା
  • ||
  • ମହାକାଳପଡା : କେନ୍ଦ୍ରାପଡାରେ ତାଣ୍ଡବ ରଚିଲା କାଳବୈଶାଖୀ, ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ
  • ||
  • ଖଲ୍ଲିକୋଟ : ବରଗଛ ମୂଳରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର
  • ||
  • ନବରଙ୍ଗପୁର : ୧୦ଦିନ ପରେ ହୋଇଥାନ୍ତା ବାହାଘର, ଗଛରେ ଓଢଣୀ ବାନ୍ଧି ପ୍ରେମିକ ସହ ଝୁଲିପଡିଲେ ଯୁବତୀ
  • ||
  • ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଭାରତ ଗସ୍ତ ବାତିଲ
  • ||

ଘରୋଇ କଳହ ହେଲା କାଳ, ବାପାକୁ କଟୁରିରେ ହାଣି ହତ୍ୟା କଲା ପୁଅ

25/02/2021 at 8:37 PM

ଢେଙ୍କାନାଳ, ୨୫/୦୨: ପାରିବାରିକ କଲହ ଯେ ଏତେ ଉଗ୍ର ରୂପ ଧାରଣ କରେ ତାହା ଏହି ଘଟଣାରୁ ସ୍ପଷ୍ଟ ପ୍ରମାଣିତ ହୋଇଛି । ଏହି କଳହକୁ ଆଧାର କରି ଜନ୍ମକଲା ପୁଅ ଘଟାଇଛି ଉନ୍ମତ୍ତକାଣ୍ଡ । ବାପାର ତଣ୍ଟି କାଟି ଅତି ବିଭତ୍ସ ଭାବେ ହତ୍ୟା କରିଛି ପୁଅ । ଏପରି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଚାଉଳିଆ ଗ୍ରାମରେ । 

ଘଟଣା ଅନୁସାରେ, ମୃତକ ଜଣଙ୍କ ଚାଉଳିଆ ତଳ ସାହିର  ଭଗିଆ ଓରଫ ଫଗୁ ସାହୁ ହୋଇଥିବା ଜଣାପଡ଼ିଛି । ଏପରିକି ଫଗୁଙ୍କୁ ନିଶାଶକ୍ତ ପୁଅ ଶିବ ରାମ ସାହୁ ଆକ୍ରମଣ କରିବାବେଳେ ପ୍ରତିରୋଧ କରିବାରୁ ମାଙ୍କୁ ମଧ୍ୟ ଆକ୍ରମଣ କରିଥିବା ସୂଚନା ମିଳିଛି । ଫଳରେ ମୃତ ଫଗୁଙ୍କ ପତ୍ନୀ ମଧ୍ୟ  ଆହତ ହୋଇଛନ୍ତି ।

ପୁଅ ଶିବରାମ ସବୁ ସମୟରେ ମଦ ପିଇବାକୁ ନେଇ ବାପା ମାଆ ବିରୋଧ କରୁଥିଲେ । ଏଥିପାଇଁ ପ୍ରତ୍ୟେକଦିନ ପୁଅ ସହ ଝଗଡା ହେଉଥିଲା । ତେବେ ଗୁରୁବାର ଶିବ ମଦ ପିଇବା ପାଇଁ ବାପାଙ୍କୁ ପଇସା ମାଗିଥିଲା । ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଉତ୍ୟକ୍ତ ପୁଅ ଶିବ ରାମ ଏକ ଧାରୁଆ କଟୁରିରେ ବାପା ବେକକୁ ହାଣି ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଭଗିଆ ଓରଫ ଫଗୁ ସାହୁଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦଦେହ ଜବତ କରିଛି । ପିତୃହନ୍ତା ଅଭିଯୁକ୍ତ ପୁଅ ଶିବରାମ କୁ ଗିରଫ କରିବା ସହ ପୁଲିସ ତଦନ୍ତ କରୁଥିବା ଜଣାପଡ଼ିଛି ।

   Related Posts