ସାବଧାନ ! ଘରୋଇ ବିଲେଇ ବିସ୍ତାର କରୁଛନ୍ତି ବିପଜ୍ଜନକ ରୋଗ, ମଣିଷ ଉପରେ ମୃତ୍ୟୁ ସଙ୍କଟ

Published By : Prameya-News7 Bureau | October 21, 2021 IST

ନୂଆଦିଲ୍ଲୀ ୨୧/୧୦ : କରୋନା ଭାଇରସ ପରେ ଏବେ ଘରୋଇ ପୋଷା ବିଲେଇ ମଣିଷଙ୍କ ଶତ୍ରୁ ପାଲଟିବାକୁ ଯାଉଛନ୍ତି। ସହରମାନଙ୍କ ଆଖପାଖ ଅଞ୍ଚଳରେ ରହୁଥିବା ଜଙ୍ଗଲୀ ଜନ୍ତୁଙ୍କ ମଧ୍ୟରେ ଏକ ପାରାସାଇଟ ଥିବାର ସମ୍ଭାବନା ରହିଛି। ଏହାଦ୍ୱାରା ଟକ୍ସୋପ୍ଲାଜୋମୋସିସ୍ ନାମକ ରୋଗ ହୋଇଥାଏ। ଘରୋଇ ବିଲେଇ ଏହି ପାରାସାଇଟକୁ ବିସ୍ତାର କରୁଛନ୍ତି। ଏହାକୁ ନେଇ ବୈଜ୍ଞାନିକ ଚେତାବନୀ ଦେଇଛନ୍ତି ଯେ ଘରୋଇ ବିଲେଇମାନେ ଟକ୍ସୋପ୍ଲାଜୋମୋସିସର ପାରାସାଇଟ ଟକ୍ସୋପ୍ଲାଜ୍ମା ଗୋଣ୍ଡି ନେଇ ବୁଲନ୍ତି। ଏହାଦ୍ୱାରା ସେମାନେ ଯେକୌଣସି ଉଷ୍ମ ରକ୍ତଜୀବୀ ବା ମଣିଷକୁ ସଂକ୍ରମିତ କରିପାରିବେ।

{"id":530949,"width":733,"height":412,"sizeSlug":"full","linkDestination":"none"}

ମଣିଷମାନଙ୍କରେ ଟକ୍ସୋପ୍ଲାଜମା ଗୋଣ୍ଡିର ଯେଉଁ ସଂକ୍ରମଣ ପରିଲକ୍ଷିତ ହୋଇଛି ସେଥି ମଧ୍ୟରୁ ୩୦ ରୁ ୫୦ ପ୍ରତିଶତ ଅସ୍ୱାଭାବିକ। ଯଦି ମଣିଷ କିମ୍ବା ବନ୍ୟ ପ୍ରାଣୀଙ୍କର ପ୍ରତିରକ୍ଷା ପ୍ରଣାଳୀ ଦୁର୍ବଳ ତେବେ ଏହି ପରଜୀବୀ କ୍ରନିକ ରୋଗ ସୃଷ୍ଟି କରେ। କେବଳ ଏତିକି ନୁହେଁ ଏହା ମୃତ୍ୟୁର କାରଣ ମଧ୍ୟ ହୋଇପାରେ।

{"id":530950,"sizeSlug":"full","linkDestination":"none"}

କାନାଡାର ବ୍ରିଟିଶ କଲମ୍ବିଆ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀ ଏମି ୱିଲସନ କହିଛନ୍ତି ଯେ ଟକ୍ସୋପ୍ଲାଜମା ଗୋଣ୍ଡି ଉଭୟ ମଣିଷ ଏବଂ ବନ୍ୟାଜନ୍ତୁଙ୍କ ପାଇଁ ବିପଜ୍ଜନକ ରୋଗ। ଏହା ସାରା ଜୀବନ ପାଇଁ ମାନବ ଶରୀରରେ ରହିପାରେ। ଏହାଦ୍ୱାରା ମଣିଷ କିମ୍ବା ବନ୍ୟାଜନ୍ତୁଙ୍କ ମୃତ୍ୟୁ ହୋଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.