Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଜୁନ୍ ପହିଲାରୁ ମହଙ୍ଗା ହେବ ବିମାନ ଯାତ୍ରା, ଲୋୟର ଲିମିଟ୍ ଫେୟାର ୧୩ ରୁ ୧୬ ପ୍ରତିଶତ ବୃଦ୍ଧି ହେବ

29/05/2021 at 8:19 AM

ନୂଆଦିଲ୍ଲୀ ୨୯/୫ : ପୁଣି ମହଙ୍ଗା ହେବ ବିମାନ ଯାତ୍ରା । ଜୁନ୍ ପହିଲାରୁ ଘରୋଇ ବିମାନ ଭଡା କମ୍ ସୀମାକୁ ୧୩ରୁ ୧୬ ପ୍ରତିଶତକୁ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାପୂର୍ବରୁ ମାର୍ଚ୍ଚରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଘରୋଇ ବିମାନ ଭଡା ମୂଲ୍ୟର ନିମ୍ନ ସୀମାକୁ ୫ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲା ।

ଫେବୃଆରୀରେ, ଟିକେଟର ଆରମ୍ଭ ମୂଲ୍ୟ ୧୦ ପ୍ରତିଶତ ଏବଂ ସର୍ବାଧିକ ମୂଲ୍ୟ ୩୦ ପ୍ରତିଶତ ବୃଦ୍ଧି କରାଯାଇଥିଲା । ବିମାନ ଯାତ୍ରା ଭଡାର ଏହି ବୃଦ୍ଧି ଜୁନ୍ ୧ରୁ କାର୍ଯ୍ୟକାରୀ ହେବ । ତେବେ ଅଧିକ ବିମାନ ଭଡା ସୀମା ପୂର୍ବବତ୍ ରଖାଯାଇଛି । ସରକାରଙ୍କ ଏହି ପଦକ୍ଷେପ ବିମାନ କମ୍ପାନୀଗୁଡ଼ିକୁ ସାହାଯ୍ୟ କରିବ । କୋଭିଡ-୧୯ର ଦ୍ୱିତୀୟ ତରଙ୍ଗ ଯୋଗୁଁ ବିମାନ ଯାତ୍ରୀଙ୍କ ସଂଖ୍ୟାରେ ବହୁତ ହ୍ରାସ ଘଟିଛି ଯାହା ଦ୍ୱାରା ସେମାନଙ୍କର ଆୟ ହ୍ରାସ ପାଇଛି ।

୪୦ ମିନିଟ୍ ପର୍ଯ୍ୟନ୍ତ ବିମାନ ପାଇଁ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଅତି କମରେ ୨୬୦୦ ଟଙ୍କା ଭଡା କରିବାକୁ ନିର୍ଦ୍ଦେଶରେ କୁହାଯାଇଛି । ସେହିଭଳି ୪୦ ମିନିଟରୁ ୬୦ ମିନିଟର ଉଡ଼ାଣ ଅବଧି ପାଇଁ, କମ୍ ଭଡା ସୀମା ବର୍ତ୍ତମାନ ୨୯୦୦ ଟଙ୍କା ବଦଳରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ୩,୩୦୦ ଟଙ୍କା ଦେବେ ।

   Related Posts