Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରଥମେ ନିଶା ଦେଉଥିଲେ, ପରେ ଯୁବତୀଙ୍କୁ ଦେହ ବ୍ୟବସାୟରେ ଲଗାଉଥିଲେ : ୨ ଜଣଙ୍କୁ ଗିରଫ କଲା ଏନସିବି
  • ||
  • ଜନସେବା କେନ୍ଦ୍ର ସିଲ୍, ଗରିବ ଲୋକଙ୍କୁ ନକଲି ପ୍ରମାଣପତ୍ର ଦେଇ ଠକୁଥିଲେ ଯୁବକ
  • ||
  • କମିଲା ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୫୫୮ କରୋନା ପଜିଟିଭ୍
  • ||
  • ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ : କାଦୁଅ ରାସ୍ତାରେ ପ୍ରସବ କଲେ ମହିଳା
  • ||
  • ବାଘମାରୀ ବଜାରରେ ଗୁଳିମାଡ, ବ୍ୟବସାୟୀଙ୍କଠୁ ଲୁଟିଲେ ୫୦ ହଜାର ଟଙ୍କା
  • ||
  • ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ୫୦୪ ସେଣ୍ଟରରେ ପରୀକ୍ଷା ଦେବେ ୧୫ହଜାରରୁ ଅଧିକ ଛାତ୍ରଛାତ୍ରୀ
  • ||

କମିବନି ବିମାନ ଭଡା : ୩ ମାସ ପାଇଁ ଘରୋଇ ବିମାନ ସେବା ପାଇଁ ଭଡା ବଢାଇଲେ କେନ୍ଦ୍ର ସରକାର

25/07/2020 at 11:51 AM

ନୂଆଦିଲ୍ଲୀ ୨୫/୦୭ : କରୋନା ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଘରୋଇ ବିମାନ ସେବା ଭଡାର ଉପସ୍ଥିତ ବ୍ୟବସ୍ଥା ଆହୁରି ୩ ମାସ ପାଇଁ ପାଇଁ ବଢ଼ାଇ ଦେଇଛନ୍ତି | ଏହି ବ୍ୟବସ୍ଥା ନଭେମ୍ବର ୨୪ ତାରିଖ ମଧ୍ୟ ରାତ୍ରି ଯାଏଁ ଜାରି ରହିବ | ସରକାରୀ ଏୟାରଲାଇନ୍ସ ଉଡାଣ କ୍ଷମତା ସମୟ ମଧ୍ୟ ସରକାର ନଭେମ୍ବର ୨୪ ତାରିଖ ଯାଏଁ ବଢ଼ାଇ ଦେଇଛନ୍ତି |

ନାଗରିକ ଉଡ୍ଡୟନ ମନ୍ତ୍ରାଳୟ ନୋଟିଫିକେସନ ଜାରି କରି କହିଛନ୍ତି ଯେ କେବଳ ସରକାରଙ୍କ ଠାରୁ ଅନୁମତି ମିଳିବା ପରେ ହିଁ ଏୟାରଲାଇନ୍ସ ବିମାନ ସେବା ପରିଚାଳନା ବଢ଼ାଇ ପାରିବେ | ବର୍ତ୍ତମାନ ଦେଶରେ ମୋଟ କ୍ଷମତାର ୩୩ ପ୍ରତିଶତ ବିମାନ ପରିଚାଳନା ହେଉଛି | ସରକାର ଘରୋଇ ରୁଟରେ ବିମାନ ଭଡା ସମୟସୀମା ଅଗଷ୍ଟ ୨୪ ତାରିଖ ଯାଏଁ ରଖିଥିଲେ କିନ୍ତୁ ତାକୁ ବି ଆଗାମୀ ୩ ମାସ ପାଇଁ ନିଜ ପାଖରେ ହିଁ ରଖିଛନ୍ତି |

କରୋନା ମହାମାରୀ ଯୋଗୁଁ ଅନେକ ରାଜ୍ୟ ପୁଣିଥରେ ଆଂଶିକ ଲକଡାଉନ ବଢ଼ାଇଛନ୍ତି | ଏହିଭଳି ପରିସ୍ଥିତିରେ ସେହି ସବୁ ରାଜ୍ୟକୁ ଅଧିକ ସଂଖ୍ୟକ ଯାତ୍ରୀ ଯିବା ଆସିବା ନ କରିବାରୁ ଏବଂ ଅନେକ ସ୍ଥାନରେ ଲକଡାଉନ ଯୋଗୁଁ ବିମାନ ସେବା ବାଧାପ୍ରାପ୍ତ ହେବା ଯୋଗୁଁ ସରକାର ବର୍ତ୍ତମାନ ବିମାନ ଭଡା କମ କରିବାକୁ ଚାହୁଁ ନାହାନ୍ତି | ସରକାର କହିଛନ୍ତି, ଯଦି ଆବଶ୍ୟକ ପଡେ ତାହେଲେ ସେବା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯିବ | 

   Related Posts