ଆଗାମୀ ୩ ମାସ ପର୍ଯ୍ୟନ୍ତି ବଦଳିବନି ଘରୋଇ ବିମାନ ଯାତ୍ରୀ ଭଡ଼ା, ଲାଗୁ ହେବ ଅପର ଓ ଲୋଅର ଲିମିଟ୍

Published By : Prameya-News7 Bureau | October 29, 2020 IST

ନୂଆଦିଲ୍ଲୀ ୨୯।୧୦: ଘରୋଇ ବିମାନ ଯାତ୍ରା ଭଡ଼ାରେ ଥିବା ଅପର ଓ ଲୋଅର ଲିମିଟ୍‌ ନଭେମ୍ବର ୨୪ ତାରିଖ ପରେ  ୩ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଗୁରୁବାର ଏହି ସୂଚନା ଦେଇଛନ୍ତି। ମନ୍ତ୍ରାଳୟ ଗତ ମେ ୨୧ ତାରିଖରେ ୭ଟି ବ୍ୟାଣ୍ଡରେ ଘରୋଇ ବିମାନ ଯାତ୍ରୀ ସେବା ଲାଗି ଅପର ଓ ଲୋଅର ଭଡ଼ା ନିର୍ଦ୍ଧାରିତ କରିଥିଲେ। ଯାହା ଅଗଷ୍ଟ ୨୪ ପର୍ଯ୍ୟନ୍ତ ଲାଗୁ ଥିଲା।

{"id":353112,"sizeSlug":"large"}

ଏହି ଭଡ଼ା ନିର୍ଦ୍ଧାରଣ ସେତେବେଳେ ଯାତ୍ରୀଙ୍କ ଯାତ୍ରା ଅବଧି ଅନୁସାରେ ନିର୍ଦ୍ଧାରିତ ହୋଇଥିଲା। ତେବେ ପରେ ଧାର୍ଯ୍ୟ ବିମାନ ଭଡ଼ା ନଭେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇଥିଲା।  ଏବେ କେନ୍ଦ୍ରମନ୍ତ୍ରୀ ନଭେମ୍ବର ୨୪ ପରେ ୩ ମାସ ପର୍ଯ୍ୟନ୍ତ ଯାତ୍ରୀଙ୍କ ଠାରୁ ଅପର ଓ ଲୋଅର ଲିମିଟ୍ ଅନୁସାରେ ଭଡ଼ା ଅପରିବର୍ତ୍ତିତ ରହିବ ବୋଲି କହିଛନ୍ତି। ଏବେବି ଦେଶରେ ଘରୋଇ ଯାତ୍ରୀ ବିମାନ ସେବା କୋଭିଡ ପୂର୍ବ ପରିସ୍ଥିତିକୁ ଫେରି ନାହିଁ। ତେବେ ବର୍ଷ ଶେଷ ବେଳକୁ ଉଡାଣ ସଂଖ୍ୟା କୋଭିଡ ପୂର୍ବ ସମୟ ସହ ସମାନ ହୋଇଯାଇଥିବ ବୋଲି କହିଛନ୍ତି।

{"id":353113,"sizeSlug":"large"}

ବିମାନ ଉଡ଼ାଣ ସଂଖ୍ୟା ନିର୍ଦ୍ଧାରିତ ହୋଇଯିବା ପରେ ଯାତ୍ରୀ ଭଡ଼ା ପରିବର୍ତ୍ତନରେ ବିମାନ କମ୍ପାନୀଙ୍କର କୌଣସି ଆପତ୍ତି ରହିବ ନାହିଁ। ଯଦି ବିମାନ ସେବାର ସ୍ତର ଉନ୍ନତ ହୁଏ ଓ ସହଯୋଗୀମାନେ ପୁଣି ୩ ମାସ ପର୍ଯ୍ୟନ୍ତ ଭଡ଼ା ବ୍ୟାଣ୍ଡ ଲାଗୁ କରିବାର ଆବଶ୍ୟକତା ନାହିଁ ବୋଲି କହନ୍ତି ତେବେ ଏହାକୁ ପ୍ରତ୍ୟାହାର କରାଯିବାରେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ପୁରୀ।

{"id":353114,"width":574,"height":344,"sizeSlug":"large"}

ଏପରି ନିର୍ଦ୍ଧାରିତ ହୋଇଛି ଯାତ୍ରୀ ଭଡା
ପ୍ରଥମ ବ୍ୟାଣ୍ଡରେ ସେହି ସବୁ ବିମାନକୁ ସାମିଲ କରାଯାଇଛି ଯେଉଁଗୁଡିକର ଉଡ଼ାଣ ସୀମା ସର୍ବାଧିକ ୪୦ ମିନିଟ୍‌। ପ୍ରଥମ ବ୍ୟାଣ୍ଡରେ ଅପର ଓ ଲୋର ଲିମିଟ୍ କ୍ରମଶଃ ୬ହଜାର ଓ ୨ ହଜାର ଟଙ୍କା। ସେହିପରି ୪୦ରୁ ୬୦ ମିନଟ୍‌ ଲାଗି ଦ୍ୱିତୀୟ ବ୍ୟାଣ୍ଡରେ ଲୋଆର ଲିମିଟ୍ ୨,୫୦୦ ଓ ଅପର ଲିମିଟ୍‌ ୭ ହଜାର ୫୦୦ ଧାର୍ଯ୍ୟ ହୋଇଥିଲା। ୬୦-୯୦ ମିନିଟ୍‌ ଉଡାଣ ଲାଗି ୩ ହଜାର ଓ ୯ ହଜାର, ୯୦ରୁ ୧୨୦ ମିନିଟ୍ ଲାଗି ୩ହଜାର ୫ଶହ ଓ ୧୦ ହଜାର, ୧୨୦-୧୫୦ ମିନିଟ୍‌ ଲାଗି ଲୋଅର ଲିମିଟ୍ ୪ହଜାର ୫୦୦ ଓ ୧୩ ହଜାର ଟଙ୍କା ଭଡା ସ୍ଥରିକୃତ ହୋଇଛି। ସେହିପରି ୧୫୦-୧୮୦ ମିନିଟ୍‌ ଲାଗି ୫ ହଜାର ୫୦୦ ଓ ୧୫ ହଜାର ୭୦୦ ଓ ୧୮୦ରୁ ୨୧୦ ମିନିଟ୍‌ ଉଡାଣ ଲାଗି ୬,୫୦୦ ଓ ୧୮,୬୦୦ ଟଙ୍କା ଧାର୍ଯ୍ୟ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.